ନୂଆପଡ଼ା/ଅମିତ କୁମାର ପୁରୋହିତ : ନୂଆପଡ଼ା ଜିଲ୍ଲା କୋମନା ଥାନା ପୁଲିସ ଆଜି ୨୦ ବୋତଲ କପ୍ ସିରଫ ଜବତ କରିବା ସହ ବେଆଇନ କପ ସିରପ ଚାଳଣ ଅଭିଯୋଗରେ ଜଣେ ଯୁବକଙ୍କୁ ଗୀରଫ କରିଛି । ଗୀରଫ ଅଭିଯୁକ୍ତ ହେଲେ ମହୁଲଭଟା ଗାଁର ସୁଜିତ କୁମାର ଭୋଇ(୨୪) । ଆଜି ପୂର୍ବାହ୍ନରେ ମହୁଲଭଟାର ସୁଜିତ ନିଜ ଗାଁରୁ ଏକ ମୋଟର ସାଇକେଲ(ଓଆର ୧୭ ସି ୩୭୩୮)ରେ ୨୦ ବୋତଲ କପ ସିରପ ନେଇ ଉଦ୍ୟାନବନ୍ଧକୁ ଚାଳାଣ କରୁଥିଲେ । କୌଣସି ସୂତ୍ରରୁ କୋମନା ପୁଲିସ ଖବର ପାଇ ଉଦ୍ୟାନବନ୍ଧ ନିକଟରେ ଅଟକାଇ ତଲାସି କରିଥିଲେ । ସୁଜିତଙ୍କ ପେସନ ପ୍ଲସ ଗାଡିରୁ ୨୦ ବୋତଲ କପ ସିରପକୁ ଜବତ କରି ବେଆଇନ କପ ସିରପ ଚାଳାଣ ଅଭିଯୋଗରେ ସୁଜିତଙ୍କୁ ଗିରଫ କରିଥିଲେ । ତଦନ୍ତ ଚାଲାଇଛି ଛି ଓ ଆସନ୍ତା କାଲି ସୁଜିତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ନିର୍ମଲ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ କଫ ସିରପକୁ ନିଶାର ବିକଳ୍ପ ଭାବେ ବ୍ୟବହାର କାରାଯାଉଥିବା ଓ ଏହାର ଚୋରା ଚାଲାଣ ହେଉଥିବା ନଜିର ରହିଛି |
ଅଘଟଣ
୨୦ ବୋତଲ କଫ ସିରପ ଜବତ, ଜଣେ ଗିରଫ
- Hits: 619