ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ଥାନା ରୋହିବାଙ୍କ ପଂଚାୟତ ଅନ୍ତର୍ଗତ ଭଗବତୀ ପ୍ରସାଦ ଗ୍ରାମର ଜଗନ୍ନାଥ ନାୟକଙ୍କ ନାମରେ ଜାଲିଆତି କରି ଜମାଖାତା ଖୋଲି ଏଟିଏମ୍ ହାତେଇ ୭ ଲକ୍ଷଟଙ୍କା ଆତ୍ମସାତ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଜଗନ୍ନାଥ ଧାନ ବିକ୍ରୀ କରିବା ପାଇଁ ସମସ୍ତ ଆବଶ୍ୟକ କାଗଜପତ୍ର ଧରି ରୋହିବାଙ୍କ କୋପରେଟିଭ ସୋସାଇଟିକୁ ଯାଇଥିଲେ । ସେଠାରେ ରୋହିବାଙ୍କ ବାଘୁଆଛକର ତ୍ରିଲୋଚନ ଭେଟ ହୋଇ କାଗଜପତ୍ର ଦିଅ ମୁଁ ଧାନ ଟୋକନ କରିଦେବି କହି ଜଗନ୍ନାଥ ଠାରୁ ସମସ୍ତ କାଗଜ ନେଇଥିଲେ । କିଛିଦିନ ପରେ ଜଗନ୍ନାଥ ତ୍ରୀଲୋଚନକୁ ଭେଟି ଟୋକନ ବିଷୟରେ ପଚାରିବାରୁ ତୁମର ଟୋକନ ହୋଇପାରିଲାନି କହିଥିଲା । କାଗଜପତ୍ର ଫେରାଇ ଦେବାକୁ କହିବାରୁ ହଜିଗଲାଣି କହି ଏଡାଇ ଚାଲିଯାଇଥିଲା । ଜଗନ୍ନାଥ ଚାଷକାର୍ଯ୍ୟ ପାଇଁ ଟଙ୍କା ଆବଶ୍ୟକ ହେବାରୁ ସୁନାବନ୍ଧକ କୃଷିରୁଣ ଆଣିବାକୁ ଗତ ୧୪.୭.୨୦୨୦ ଦିନ ଓଡ଼ଗାଁ ଷ୍ଟେଟବ୍ୟାଙ୍କ ଶାଖାକୁ ଯାଇଥିଲେ । ସେଠାରେ ଜମାଖାତାଟିଏ ଖୋଲିବା ସମୟରେ ପୂର୍ବରୁ ତୁମ ନାମରେ ଏକ ଜମାଖାତା ଅଛି ବୋଲି ମ୍ୟାନେଜର ଜଗନ୍ନାଥଙ୍କୁ କହିଲେ । ବାୟୋମେଟ୍ରିକ ପ୍ରଣାଳୀରେ ଏସବିଆଇ ମ୍ୟାନେଜର ଜଗନ୍ନାଥଙ୍କ ଟିପଚିହ୍ନ ମେଳ କରିବା ବେଳେ ଟିପଚିହ୍ନ ମେଳ ଖାଇ ନଥିବାରୁ ଜମାଖାତା ଖୋଲିବାର ଜାଲିଆତି ଜଣା ପଡିଥିଲା । ଏବଂ ପୋଷ୍ଟ ଅଫିସ ସହିତ କଥାବାର୍ତା ହୋଇ ଅଭିଯୁକ୍ତ ଜଗନ୍ନାଥଙ୍କ ଠିକଣାରେ ଆସିଥିବା ଏଟିଏମକୁ ମଧ୍ୟ ହାତେଇ ନେଇଥିଲା । ଜମାଖତାରେ ହୋଇଥିବା ନେଣଦେଣ ବିବରଣୀରୁ ଜଗନ୍ନାଥଙ୍କ ନାମରେ ଆସିଥିବା କାଳିଆ ଯୋଜନା, ପ୍ରଧାନମନ୍ତ୍ରୀ କୃଷକ ସହାୟତା ଯୋଜନା, ଉଜ୍ଜାଳା ଯୋଜନା ଏବଂ ଜଗନ୍ନାଥଙ୍କ ଘର ଜମିରୁ ଧାନବିକ୍ରୀ ଲବ୍ଧ ଅର୍ଥ ସହିତ ଅନ୍ୟାନ୍ୟ ସରକାରୀ ସହାୟତା ଗୁଡିକ ମିସାଇ ୬ଲକ୍ଷ ୮୨ହଜାର ୨୫୨ଟଙ୍କା ଆତ୍ମସାତ ହୋଇଥିବା ନେଇ ଅଭିଯୋଗ ହୋଇଛି । ଉକ୍ତ ଘଟଣାର ଜଣାପଡିବା ପରେ ଏଥିରେ ଜଡିତ ଥିବା ଅଭିଯୁକ୍ତମାନେ ଥାନାରେ ଅଭିଯୋଗ କଲେ ଜୀବନରେ ମାରିଦେବା ପାଇଁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଧମକ ଦେଇଥିବା ଜଗନ୍ନାଥ କହିଛନ୍ତି । ଘଟଣାର ତଦନ୍ତ କରାଯାଇ ଅନୁସନ୍ଧାନ ପରେ ପ୍ରକୃତ ସତ୍ୟତା ପଦାକୁ ଆସିଲେ ଏନେଇ ଠକାମିର ଶୀକାର ହେଉଥିବା ସାଧାରଣ ଜନତା ସଚେତନ ହେବେ ।
ଅଘଟଣ
ଏସବିଆଇ କିୟୋସ୍କରେ ଜାଲିଆତି କରି ଜମାଖାତା: ଏଟିଏମ୍ ହାତେଇ ୭ଲକ୍ଷ ଟଙ୍କା ଠକେଇ ଅଭିଯୋଗ
- Hits: 439