ହେଡଲାଇନସ୍:

ଧନ୍ୟ ସରକାର : ମଣିଷ ଜୀବନର ମୂଲ୍ୟ ତିରିଶି ହଜାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଇଲେକ୍ଟ୍ରି ବିଭାଗରେ ନିର୍ମାଣ କାର୍ଯ୍ୟ କରି ଦୁର୍ଘଟଣାରେ ମଲେ ମିଳେ ୩୦ହଜାର

ଘଟଣାକୁ ଚପାଇବା ପାଇଁ ଏସଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ପ୍ରୟାସ 

ସୁନ୍ଦରଗଡ଼(ହୋରଚାନ୍ଦ ଦେଉରିଆ)  :- ଗତ ଜୁଲାଇ ୯ ତାରିଖ ଦିନ ସୁନ୍ଦରଗଡ ଜିଲ୍ଲା ସଦରଥାନା ଅନ୍ତର୍ଗତ ଡୁଙ୍ଗୀନଳା ଠାରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ସୂଚନା ମୁତାବକ  ୯ ତାରିଖ ଦିନ ପୁରୁଣା ଟ୍ରାନ୍ସଫର୍ମର୍ ବଦଲାଇ ନୂତନ ଟ୍ରାନ୍ସଫର୍ମର୍ ଲଗାଇବା ସମୟରେ ଏକ  ବିଦୂତ ବିଭାଗରେ କାର୍ଯ୍ୟ କରୁଥିବା ନିର୍ମାଣ ଶ୍ରମିକ ବ୍ରଜ କିଶୋର ଛଝାନ୍ ୨୩ ଟ୍ରାନ୍ସଫର୍ମର ଖମ୍ବଉପରୁ ତଳକୁ ଖସି ପଡ଼ିଥିଲେ  |  ଏବଂ ପୋଲ ଉପରୁ ଖସିଯିବା କାରଣରୁ ସେ ଗୁରୁତର ଆହତ ହୋଇଥିଲେ  | ତାଙ୍କୁ ସେଠାରେ କାର୍ୟ୍ଯରତ ଥିବା ଅନ୍ୟ ଶ୍ରମିକ ମାନେ ଚିକିତ୍ସା ପାଇଁ ପ୍ରଥମେ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତର ଖାନାକୁ ଆଣିଥିଲେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଯୋଗୁଁ ତାଙ୍କୁ  ବଡ଼  ମେଡିକାଲ ବୁର୍ଲାକୁ ପଠା ଯାଇଥିଲା  ସେଠାରେ ଡାକ୍ତର  ତାକୁ ମୃତ ଘୋଷଣା କରିଥିଲେ । ଅପରପକ୍ଷରେ ମୃତକଙ୍କ ପରିବାର ବର୍ଗଙ୍କ ଅଭିଯୋଗ କ୍ରମେ ଘଟଣାକୁ ୬ ଦିନବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପୁଙ୍ଖାନୁପୁଙ୍ଖ ତଦନ୍ତ ହୋଇନାହିଁ  ତାଙ୍କର ପୁଅ କେଉଁ ହିସାବରେ ମୃତ୍ୟୁବରଣ କଲେ  | ସୂଚନା ମୁତାବକ ଘଟଣାର ଦୁଇଦିନ ପରେ ପରିବାର ଵର୍ଗଙ୍କୁ ମୃତ୍ୟୁ ଘଟିଥିବା ଶ୍ରମିକଙ୍କ ମୃତଦେହ ହସ୍ତାନ୍ତର କରିଥିଲେ |   ପରିବାର ଵର୍ଗଙ୍କ ଅଭିଯୋଗ ଅନୁଯାୟୀ  ଗୋଟିଏ ପଟେ ତାଙ୍କର ପୁଅ କେଉଁ ହିସାବରେ ମୃତ ହେଲା ବୋଲି ପରିବାର ସମ୍ପୂର୍ଣ୍ଣ ଭାଙ୍ଗିପଡିଥିବା ବେଳେ   ବିଦ୍ୟୁତ୍ ବିଭାଗ ( ଉଜ୍ଜଳପୁର୍ )ଡିଭିଜନ୍ ର କାର୍ଯ୍ୟରତ ଲାଇନମ୍ୟାନ ଓ କନିଷ୍ଟ ଯନ୍ତ୍ରୀ ପରିବାର ଵର୍ଗଙ୍କୁ ଅନେକ ପ୍ରକାର ହଇରାଣ ହରକତ କରି କେଶକୁ ସମ୍ପୁର୍ଣ୍ଣ ରଫାଦଫା କରିବା ପାଇଁ ଚେଷ୍ଟା କରିଛନ୍ତି ବୋଲି ଅଭିଯୋଗ ହୋଇଛି  । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା କୌଣସି ପ୍ରକାର ଦୁର୍ଘଟଣା ଜନିତ ଘଟଣା ଘଟିଲେ ସେହି ବିଭାଗର ଅଧିକାରୀ କିମ୍ବା ଯିଏ ଦାଇତ୍ୱ ରେ ଥାନ୍ତି ସାଙ୍ଗେ ସାଙ୍ଗେ  ସ୍ତାନୀୟ ପୋଲିସ ଷ୍ଟେସନକୁ  ଅବଗତ କରାଇଥାନ୍ତି କିନ୍ତୁ ତାହା ମଧ୍ୟ   ବିଭାଗ ପକ୍ଷରୁ ଥାନାକୁ ଅବଗତ କରାଯାଇନାହିଁ ବୋଲି ଅଭିଯୋଗ ହେଉଛି |  ମୃତ ହୋଇଥିବା ଯୁବକ ବିଦ୍ୟୁତ ବିଭାଗରେ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟରତ ଥିବା ବେଳେ  ରେଗୁଲାର କର୍ମଚାରୀ ନଥିବା କାରଣରୁ ସମ୍ପୂର୍ଣ୍ଣ ଘଟଣାକୁ ଚାପିଦେବା ପାଇଁ ଚେଷ୍ଟା ବିଭାଗ ପକ୍ଷରୁ ଜୋର ସୋରରେ  ଚେଷ୍ଟା କରାଯାଇଥିବା  ଜଣାପଡୁଛି | ଉକ୍ତ ଘଟଣା ସମ୍ପର୍କରେ  ବିଶେଷ ସୂତ୍ରରୁ ସୂଚନା ପାଇବାପରେ  ଉଜ୍ଜଳପୁର୍  ସବଡିଭିଜନ ଏସଡିଓଙ୍କ ପ୍ରତିକ୍ରିୟା ନିଆଯାଇଛି  କିନ୍ତୁ  ସେ କହିଛନ୍ତି ଘଟଣା ଦିନ ମୁଁ ଅନ୍ୟ ଜାଗାରେ ଥିଲି ମୁଁ କେବଳ ଶୁଣିଛି  ବେଶୀ କିଛି ଜାଣିନାହିଁ ବୋଲି ଘଟଣା ଟିକୁ ନିଜ ଦେହରୁ ଖସେଇ ଦେଇଛନ୍ତି |  ତାପରେ କନିଷ୍ଟ ଯନ୍ତ୍ରୀ  ଦେବାଶିଷ ଦାସ୍  ମଧ୍ୟ  ଘଟଣା ସମ୍ପର୍କରେ ସୁଣିଛି କିଛି ସଠିକ ଜାଣିନାହିଁ ବୋଲି ସେମଧ୍ୟ ଖସିବା ପାଇଁ ଚେଷ୍ଟା କରିଛନ୍ତି   ଘଟଣା ସମ୍ପର୍କରେ ଯନ୍ତ୍ରୀ ମହୋଦୟ ଅନଭିଜ୍ଞ  | ହେଲେ ଏଠାରେ ମନ ଭିତରେ ଉଙ୍କି ମାରିବା ସ୍ୱାଭାବିକଯେ  ବିଦୂତ ବିଭାଗୀୟ  ଏସଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ବିନା ଅନୁମତିରେ କୌଣସି କାର୍ଯ୍ୟ ହେଉନଥିବା ବେଳେ ଏତେ ବଡ଼ ଦୁର୍ଘଟଣା ଘଟି ୫ ଦିନପରେ ମଧ୍ୟ  ବିଭାଗୀୟ ଅଧିକାରୀ ମାନେ ନିଜକୁ ଘଣ୍ଟ ଘୋଡ଼ାଇବା ପାଇଁ ବାହାନା ମାରି କେମିତି ଅଜଣା ଅଛନ୍ତି ନା ଜାଣି ଜାଣି ଅଜଣା ହୋଇ ସିଆଣା  ହେଉଛନ୍ତି ତାହାହିଁ ତଦନ୍ତ ସାପେକ୍ଷ |  ଅନ୍ୟପକ୍ଷରେ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ  ପରିବାର ବର୍ଗଙ୍କ ପ୍ରତିକ୍ରିୟାରୁ  ଯାହା  ଜଣାପଡିଛି ଯିଏ ଶୁଣିଲେ  ଚକିତ ହୋଇଯିବ ନିଶ୍ଚୟ  କାହିଁକିନା ମୃତ୍ୟୁ ଘଟିଥିବା ଦିନ ସମ୍ପୂର୍ଣ୍ଣ ବିଦ୍ୟୁତ୍ କାର୍ଯ୍ୟର ଦାୟିତ୍ଵରେ ଥିବା କନିଷ୍ଟ ଯନ୍ତ୍ରୀ  ଏବଂ ଅଧିକାରୀ ଜଣକ ଘଟଣାକୁ ଚାପିଦେବା ପାଇଁ ଶବ ହସ୍ତାନ୍ତର କରିବା ସମୟରେ ପରିବାର ବର୍ଗଙ୍କୁ (ଗୋଟିଏଲକ୍ଷ ) ଟଙ୍କା ଓ ପରିବାର ବର୍ଗଙ୍କ ଘରୁ  ଜଣଙ୍କୁ ଚାକିରି ଦେବାର ଆଶ୍ୱସନା ଦେଇଥିଲେ  |  ଏବଂ ବିଦୂତ ବିଭାଗ ପକ୍ଷରୁ  ଏସଡ଼ିଓ  ଏବଂ କନିଷ୍ଠ ଯନ୍ତ୍ରୀଙ୍କ ବିଶ୍ୱସ୍ତ ଲୋକଙ୍କ ହାତରେ ୩୦ ହଜାର ଟଙ୍କା ମଧ୍ୟ ଦେଇଥିଲେ  | ଏବଂ ବକେୟା ୭୦ ହଜାରଟଙ୍କା ତିନୋଟି କିସ୍ତିରେ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ବୋଲି ପରିବାର ବର୍ଗ କହିଛନ୍ତି  । ଏଠାରେ ପ୍ରଶ୍ନଉଠେଯେ  ଘଟଣା ବିଷୟରେ କିଛି ଜାଣିନାହିଁ କହୁଥିବା ଉଜ୍ଜଳପୁର ସବ ଡିଭିଜନ ଏସଡ଼ିଓ ଏବଂ କନିଷ୍ଠ ଯନ୍ତ୍ରୀ କେଉଁ  ମତଲବ ରଖି ପଇସା ଦେବାର ପ୍ରତିଶ୍ରୁତି ଦେଇ ୩୦ ହଜାର ପରିବାର ବର୍ଗଙ୍କୁ ପଠେଇଲେ  ଏବଂ ଚାକିରୀ ଦେବାର ଆଶ୍ୱାସନା ଦେଉଥିଲେ କାହିଁକି । ତାହା ପୁଣି ଉପରୋକ୍ତ ଅଧିକାରୀ ଅଜାଣତରେ। କଣ ବିଦ୍ୟୁତ୍ ବିଭାଗର କୌଣସି ତ୍ରୁଟି ପାଇଁ ନିରୀହ ବ୍ରଜ କିଶୋର ଛଛାନ୍ ଙ୍କ ଜୀବନ ଯାଇଛି ଯାହାକୁ ଲୁଚେଇବା ପାଇଁ ଜୋର୍ ସୋରରେ ଚେଷ୍ଟା ଚାଲିଛି । ଅନ୍ୟପଟେ ପରିବାର ଵର୍ଗଙ୍କ  ପେଟପାଟଣା ପାଇଁ କାର୍ଯ୍ୟ  କରୁଥିବା ଏବଂ ପରିବାର ଲୋକଙ୍କ ମୁହଁରେ ଦାନା ଦେଉଥିବା ପୁଅକୁ ହରେଇ ଥିବା  ଅସହାୟ ଗରିବ ପରିବାରକୁ ସାହାରା ଦେଵ କିଏ ? ଅନ୍ୟପଟେ  ଚାକିରିର ପ୍ରଲୋଭନ ଦେଖାଇ ବିନାତାଲିମରେ" ବ୍ରଜ "କୁକାହା ଅନୁମତି ରେ ବିଦ୍ୟୁତ କାମରେ ନିୟୋଜିତ  କରାଇଥିଲା  ? ବିଭାଗୀୟ ସୁପର ଭାଇଜର ଏବଂ  ଲାଇନମ୍ୟାନ୍ କରୁଥିଲା କଣ  କାହା ଇଙ୍ଗିତରେ  ନିର୍ମାଣ କାର୍ଯ୍ୟ କରାଯାଉଥିଲା ?ଏହିଭଲି କିଛି ପ୍ରଶ୍ନ ଉଙ୍କି ମାରୁଛି ଜନସାଧାରଣଙ୍କ ମନରେ | କିଛିମାସ ଆଗରୁ ମଧ୍ୟ ସେହି ଅଞ୍ଚଳର ଆହୁରି ଜଣେ କେନ୍ଦୁଡ଼ିହି ଗ୍ରାମର ମାକରପଡ଼ାର୍ ପ୍ରମୋଦ ଓରାମ ମଧ୍ୟ ଭବିଷ୍ୟତରେ ରେଗୁଲାର ହୋଇଯିବ ବୋଲି ପରିବାର୍ ଵର୍ଗଙ୍କ ପେଟପାଟଣା ପାଇଁ ନିର୍ମାଣ କାର୍ୟ୍ଯ କରୁଥିବା ସମୟରେ ବିଦୂତ ବିଭାଗର ମନମୁଖୀ କାର୍ଯ୍ୟ ଯୋଗୁଁ ପ୍ରାଣ ହରାଇଛନ୍ତି | ବିଦ୍ୟୁତ ବିଭାଗର ଅପାରଗତା ଯୋଗୁଁ ଅଯଥାରେ ଅନେକ ଜୀବନ ଗଲାଣି ତେଣୁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ବିଧିବଦ୍ଧ ତଦନ୍ତ ହୋଇ ଯିଏ ଦୋଷୀ ତାଙ୍କଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଁ ଯିବା ସହିତ ଗରିବ ଅସହାୟ ପରିବାର ବର୍ଗଙ୍କୁ ନ୍ୟାୟ ଦିଆଯାଉ ବୋଲି ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି  |

0
0
0
s2sdefault