ହେଡଲାଇନସ୍:

ଆସନ୍ତା କାଲି ୨୮ ତାରିଖରେ ନିର୍ବାଚନ ପ୍ରଚାର ପାଇଁ ବ୍ରହ୍ମପୁର ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ବ୍ରହ୍ମପୁରରେ ଅନୁଷ୍ଠିତ ଜନସଭାକୁ ସମ୍ଭୋଧିତ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା

  •  ନିର୍ବାଚନ ପରିଚାଳନା ପ୍ରସଙ୍ଗରେ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାଙ୍କୁ ଭେଟିବା ସହ ବ୍ରହ୍ମପୁରଠାରେ ରାତ୍ରିଯାପନ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା

  •  ଓଡ଼ିଶାରେ ‘ମା, ମାଟି, ମାତୃଭାଷା, ଓଡିଆ ଅସ୍ମିତା’ର ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନ ଲଢିବ ବିଜେପି : ଗୋଲକ ମହାପାତ୍ର

ଭୁବନେଶ୍ୱର, ତା.୨୭/୦୪: ଓଡିଶାରେ ଏଥର, ବିଜେପି ସରକାର । ୨୦୨୪ ସାଧାରଣ ନିର୍ବାଚନ ଓଡିଶା ପାଇଁ ପରିବର୍ତନର ନିର୍ବାଚନ ହେବ । ଉଭୟ କେନ୍ଦ୍ର ଓ ଓଡିଶାରେ ବିଜେପିର ସରକାର ଗଠନ ହେବ । ଓଡ଼ିଶାରେ ‘ମା, ମାଟି, ମାତୃଭାଷା, ଓଡିଆ ଅସ୍ମିତା’ର ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନରେ ଲଢ଼େଇ କରିବ ଭାରତୀୟ ଜନତା ପାର୍ଟି । ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା ଆସନ୍ତା କାଲି ୨୮ ତାରିଖ ଦିନ ବ୍ରହ୍ମପୁରଠାରେ ଅନୁଷ୍ଠିତ ହେବାକୁ ଥିବା ଜନସଭାରେ ଯୋଗଦେବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ଶ୍ରୀ ନଡ୍ଡା ୨୮ ତାରିଖ ଅପରାହ୍ନରେ ଭୁବନେଶ୍ୱର ପହଂଚିବା ପରେ ସିଧାସଳଖ ବ୍ରହ୍ମପୁର ଗସ୍ତ କରି ଆମ୍ବପୁଆଠାରେ ଅନୁଷ୍ଠିତ ହେବାକୁ ଥିବା ଜନସଭାକୁ ସମ୍ଭୋଧନ କରିବେ । ଏହା ପରେ ଶ୍ରୀ ନଡ୍ଡା ଦଳୀୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଶ୍ରୀ ନଡ୍ଡା ଗୋପାଳପୁରଠାରେ ରାତ୍ରଯାପନ କରିବେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ୨୯ ତାରିଖ ସକାଳେ ଭୁବନେଶ୍ୱର ଫେରି ଆସି ପ୍ରତ୍ୟାବର୍ତନ କରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

0
0
0
s2sdefault