ପଦ୍ମପୁର ପୋଲିସର ଚଢାଉ, ୨ ଲକ୍ଷ ୨୦ ହଜାର ଟଙ୍କାର ଗଞ୍ଜେଇ ଜବତ ,୫ ଗିରଫ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପଦ୍ମପୁର ପୋଲିସକୁ ବଡ଼ ସଫଳତା ମିଳିଛି ।ପଦ୍ମପୁର ପୋଲିସ ଗତ୧ତାରିଖ ଦିନ ବିଳମ୍ବିତ ରାତିରେ ଚୋରା ଗଞ୍ଜେଇ ସହ ଜଣକୁ ପୋଲିସ ଗିରଫ କରିଛି ।ତତ୍ପରେ ପଦ୍ମପୁର ପୋଲିସ ଗତକାଲି ତଦନ୍ତ କରି ଅନ୍ୟ ୪ ଜଣକୁ ଗିରଫ କରି ସମୁଦାୟ ୫ ଜଣକୁ ପୋଲିସ ଗିରଫ କରିଛି । ପୋଲିସ ସୂଚନା ଅନୁଯାୟୀ , ପଦ୍ମପୁର ପୋଲିସ ଗତକାଲି ରାତିରେ ପେଟ୍ରୋଲିଂ କରୁଥିବା ସମୟରେ କୌଣସି ଖବର ପାଇ ଯାଉଥିବା ସମୟରେ ଗଜପତି ଜିଲ୍ଲା ଠାରୁ ମହାରାଷ୍ଟ୍ର ଯାଉଥିବା ସମୟରେ ପଦ୍ମପୁର ବ୍ଲକ ଇନ୍ଦୁପୁର ଛକଠାରେ ପଦ୍ମପୁର ପୋଲିସ କାର ଏମ h ୦୨ ବିଟି ୪୦୯୮ ସହ ଜଣକୁ ପୋଲିସ ଥାନାକୁ ନେଇ ପଚରାଉଚରା କରିଥିଲେ । ସେହି ଗଞ୍ଜେଇ ଗାଡିଟି ଧରି ପୋଲିସ ଥାନାକୁ ଆଣିଥିଲା ।ସେହି ଗାଡ଼ିରେ ପ୍ଲାଷ୍ଟିକ ଜରି ଅଖାରେ ୨୨ କେଜି ଚୋରା ଗଞ୍ଜେଇ ଧରି ଯାଉଥିଲା ।ତା ପାଖରୁ ଗୋଟିଏ ମୋବାଇଲ ଫୋନ ଓ ୨୦୦୦ ଟଙ୍କା ପୋଲିସ ଜବତ କରିଛି ।ଗିରଫ ବ୍ୟକ୍ତି ମାନେ ହେଲେ ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ପେରୁପାଙ୍ଗୁ ଗ୍ରାମର ପ୍ରେମ ଉଇକା (୩୭) ,ଗୁଣପୁର ବଳରାମ ନଗରର ଜୌତିମୟୀ ମହାଙ୍କୁଡ(୪୩) ,ଗୁଡାରୀ ବ୍ଲକ ଶିରିଗୁଡା ପଞ୍ଚାୟତ ଗୁମି ଗ୍ରାମର ସୁରେନ୍ଦ୍ର ଶର୍ମା ବୁଡିକା (୩୯) ,ଅମିତ ଯାଦବ( ୩୯) ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ସ୍ଥିତ ନିଜାମବାଡି ତହସିଲ ବଡଶଡା ଖାଲସା,ସାମିଲୁଚା ଖାନ(୪୧ ) ମହାରାଷ୍ଟ୍ର ଜିଲ୍ଲା ନାଗପୁର ଥାନା ରାହାମଜ ନଗରର ଅଟନ୍ତି ।ସୂଚନାଯୋଗ୍ୟ ଯେ ପଦ୍ମପୁର ପୋଲିସ ଇନ୍ଦୁପୁର ଛକରେ ଜଣକୁ ଗିରଫ କରିବା ପରେ ପୋଲିସ ତଦନ୍ତ କରି ଅନ୍ୟ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସମୁଦାୟ ୫ ଜଣଙ୍କୁ ପୋଲିସ ଗିରଫ କରିଛି । ପଦ୍ମପୁର ତହସିଲଦାର ଦୀପ୍ତିମୟୀ ପାତ୍ର ଥାନାକୁ ଆସି ଜବତ ଗଞ୍ଜେଇକୁ ଓଜନ କରିଥିଲେ । ସମୁଦାୟ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛନ୍ତି । ପଦ୍ମପୁର ଥାନାରେ କେସ ନମ୍ବର ୬୦/୨୦୨୪ ଏନଡିପିଏସ ଧାରା ଅନୁସାରେ ମାମଲା ରୁଜୁ କରି ଜବତ ଚୋରା ଗଞ୍ଜେଇ ସହ ୫ ଜଣକୁ ଗିରଫ କରି ଗୁଣପୁର କୋର୍ଟ ଚାଲାଣ କରିଥିବା ନେଇ ପଦ୍ମପୁର ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ ସୂଚନା ଦେଇଛନ୍ତି