ଭବାନୀପାଟଣା ସହରର ବିଭିନ୍ନ ଜାଗାକୁ ମୌଳିକ ସୁବିଧା ପହଞ୍ଚି ପାରିନାହିଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବାନୀପାଟଣା,(ଶାସକ ପ୍ରଶାସକ ) ସ୍ଵାଧୀନତାର ୭୬ବର୍ଷ ପରେ ବି ଭବାନୀପାଟଣା ସହରର ବିଭିନ୍ନ ଜାଗାକୁ ମୌଳିକ ସୁବିଧା ପହଞ୍ଚି ପାରିନାହିଁ । ଏଭଳି ଏକ ବିଚିତ୍ର ଚିତ୍ର ଦେଖୁବାକୁ ମିଳିଛି ୱାର୍ଡ ନଂ ୧୩ର ଆମ୍ବଗଛ ପଡା ସ୍ଥିତ ତଳ ପଡାରେ। ଆଜି ଯାଏଁ ରାସ୍ତା ଟିଏ ନ ହେବାରୁ ଆସନ୍ତା ନିର୍ବାଚନରେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି । ତଳ ପଡାରେ ପାଖାପାଖୂ ୨୫ ଘର ଓ ୧୦୦ରୁ ଉର୍ଦ୍ଧ ଲୋକ ରହୁଛନ୍ତି। ବର୍ଷା ଦିନ ଆସିଲେ ଆଣ୍ଠୁଏ ପାଣି ସହିତ ଡ୍ରେନ୍ ପାଣି ଘର ଭିତରେ ।
ରାସ୍ତା ପାଇଁ ଗର୍ଭବତୀ ମା ଓ ରୋଗୀଙ୍କୁ ହାତରେ ଟେକି ଟେକି ନେଉଥିବା ବାସୀନ୍ଦା କହିଛନ୍ତି। ନିର୍ବାଚନକୁ ନେଇ ସହରର ସବୁ ରାସ୍ତା ମରାମତି ଓ ତିଆରି କରିବା ଦେଖ‌ିବାକୁ ମିଳୁଛି କିନ୍ତୁ ସ୍ଥାନୀୟ ବିଜେଡି କାଉନ୍ସିଲର ଓ ଅଧ୍ଯକ୍ଷାଙ୍କୁ ବହୁତ ଥର ଗୁହାରି କଲା ପରେ ବି କେହି କର୍ଣପାତ କଲେ ନାହିଁ। ତେଣୁ ଗତକାଲି ସମାଜସେବୀ ଲକ୍ଷ୍ମୀନାରାୟଣ ପଣ୍ଡା ଓ ପଡାର ହେମନ୍ତ ଦୂର୍ଗାଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ୍ବ ବାସିନ୍ଦା ମୁନିସିପାଲିଟି ଅଫିସ୍ ସଂଧ୍ୟା ୫ଟା ସମୟରେ ଯାଇଥିଲେ।କିନ୍ତୁ ଅଫିସରେ ପିଅନ ଛଡା କାହାର ଦେଖାଦର୍ଶନ ନ ଥିଲା । କିଛି ସମୟ ପରେ ନିର୍ବାହି ଅଧିକାରୀ ମ୍ୟାଡମ୍ ପଡାକୁ ଯାଇ ସମସ୍ୟା ବୁଝିବେ ବୋଲି ଖବର ଦେଲେ ଓ ପରେ ଜେଇ ରୟ ବାବୁ ଆସି ଫୋନ ନଂ ନେଇ ଆଜି ଯିବେ ବୋଲି ପ୍ରତିଶ୍ରୁତି ଦେଲେ । କିନ୍ତୁ ଆଜି ସଂଧ୍ୟା ସୁଦ୍ଧା କାହାର କଲ୍ ଆସିଲା ନା ଦେଖା ଦର୍ଶନ ମିଳିଲା । ଏଣୁ ପଡା ବାସୀ କ୍ଷୋଭ ପ୍ରକାଶ କରି ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି ନାରା ଦେବା ସହ ଭୋଟ ବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତି ।

0
0
0
s2sdefault