ଓଡ଼ିଶା ଶିକ୍ଷାସେବା (ବିଦ୍ୟାଳୟ ଶାଖା) ଅଧିକାରୀଙ୍କ ପ୍ରବେଶକାଳୀନ ତାଲିମ ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ମଧୁସୂଦନ ଦାସ ଆଞ୍ଚଳିକ ଆର୍ଥିକ ପରିଚାଳନା ଏକାଡେମୀ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ଠାରେ ଆୟୋଜିତ ଓଡ଼ିଶା ଶିକ୍ଷା ସେବା ଅଧିକାରୀମାନଙ୍କ ଦୁଇ ସପ୍ତାହ ବ୍ୟାପି ପ୍ରବେଶକାଳୀନ ପ୍ରଶିକ୍ଷଣ ଉଦଯାପିତ ହୋଇଯାଇଛିା
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥି ଏସ. ଶିକ୍ଷାସେବା ଅଧିକାରୀମାନେ ବିଭିନ୍ନ କ୍ଷେତ୍ରରେ ପ୍ରଥମେ ନିଜର କର୍ତ୍ତବ୍ୟ ବିଷୟରେ ଅବଗତ ହେବା ପାଇଁ ଆହ୍ୱାନ ଦେଇଥିଲୋ ପ୍ରଥମେ ନିଜେ ଶୃଙ୍ଖଳିତ ଓ ସାଧୁତା ଆଚରଣ କଲେ ତାଙ୍କ ଅଧୀନରେ ଥିବା ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଠାରେ ଶୃଙ୍ଖଳା ଓ ସାଧୁତା ପ୍ରତିଫଳିତ ହେବ ବୋଲି ସେ କହିଥିଲୋ ମୁଖ୍ୟତଃ ଏକକ୍ତ ଓ ଚଳିତ ବର୍ଷ ହେବାକୁଥିବା ରାଷ୍ଟ୍ରୀୟ ଉପଲବ୍ଧି ସର୍ବେକ୍ଷଣ ପାଇଁ ଛାତ୍ରଛାତ୍ରୀଙ୍କୁ ଏବେଠାରୁ ପ୍ରସ୍ତୁତ କରିବା ପାଇଁ ସେ ଆହ୍ୱାନ ଦେଇଥିଲୋ ପରିଶେଷରେ ଗୋଟିଏ ଡ୍ରପ ଆଉଟ ଛାତ୍ରର କାହାଣୀ କହି ସେଦିଗରେ ଶିକ୍ଷା ଅଧିକାରୀଙ୍କ ଆତ୍ମଅନୁଶୀଳନ ଓ କର୍ତ୍ତବ୍ୟ ବିଷୟରେ ସେ ଆଲୋଚନା କରିଥିଲୋ
କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ରଞ୍ଜନ ମିଶ୍ର ଶିକ୍ଷା ସେବା ଅଧିକାରୀମାନେ ନିୟମିତ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷଣ ଅଗ୍ରଗତି ସମୀକ୍ଷା ଓ ଶିକ୍ଷାଦାନ ପ୍ରଣାଳୀ ଅନୁଧ୍ୟାନ କରିବା ସେମାନଙ୍କର ପ୍ରଥମ କର୍ତ୍ତବ୍ୟା ନିୟମ ଜାଣିଲେ ସେମାନେ ଦକ୍ଷ ଶିକ୍ଷା ପ୍ରଶାସକ ହୋଇ ପାରିବେ, ତେଣୁ ତାଲିମରେ ଉପଲବ୍ଧ ଜ୍ଞାନକୁ ସେମାନେ ନିଜେ ପୁସ୍ତକ ପଢି ଅଧିକ ସମୃଦ୍ଧ କରିବାକୁ ଓ କୋର୍ଟ କାର୍ଯ୍ୟକୁ ସର୍ବଦା ଅଗ୍ରାଧିକାର ଭିତ୍ତିରେ ସମ୍ପାଦନ କରିବାକୁ ସେ ପରାମର୍ଶ ଦେଇଥିଲୋ
ଏକାଡେମୀର ନିର୍ଦ୍ଦେଶକ ତଥା କଣ୍ଟ୍ରୋଲର ଅଫ ଏକାଉଣ୍ଟସ ଶ୍ରୀ ଅଶୋକ କୁମାର ମହାନ୍ତି ଅବସରପ୍ରାପ୍ତ କର୍ମଚାରୀଙ୍କ ପ୍ରତି ନିଜର କର୍ତ୍ତବ୍ୟକୁ ଅନୁଶୀଳନ କରି ଚାକିରିର ଶେଷ ଦିନରେ ଫାଇନାଲ ପେନସନ ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଥିଲେ ଓ ଏହି ତାଲିମ କାଳରେ ଓସେପା ଦ୍ୱାରା ଆୟୋଜନ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ସେ ଉଚ୍ଚ ପ୍ରଶଂସା କରିଥିଲୋ
ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ପାରୁଲ୍ ପଟଓ୍ୱାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ଏହି ତାଲିମରେ ଶିକ୍ଷାଦାନ ବ୍ୟତୀତ ପ୍ରଶିକ୍ଷାର୍ଥୀମାନେ ପ୍ରତ୍ୟହ ସକାଳ ୫.୩୦ ରୁ ୬.୩୦ ଯୋଗଶିକ୍ଷା, world skill centre, କଳାଭୁମି , କଳିଙ୍ଗ ଷ୍ଟାଡିୟମ , କୋଣାର୍କ ଆଦି ପରିଭ୍ରମଣ, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ, ପୁସ୍ତକ ସମୀକ୍ଷା, ଶିଶୁ ଚଳଚିତ୍ର children of heaven ପ୍ରଦର୍ଶନ, ଦଳଗତ ଆଲୋଚନା ଓ ଉପସ୍ଥାପନ ଆଦି ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲୋ ପରିଶେଷରେ ତାଲିମର ଅଂଶଗ୍ରହଣକାରୀଙ୍କ ମଧ୍ୟରେ ବିବିଧ ଶିକ୍ଷଣ ଉପରେ ପରୀକ୍ଷା କରାଯାଇ ବିଭିନ୍ନ କ୍ଷେତ୍ରରେ ସର୍ବୋଚ୍ଚ କୃତୀ ଶିକ୍ଷା ସେବା ଅଧିକାରୀମାନଙ୍କୁ ମୁଖ୍ୟ ଅତିଥି ମାନପତ୍ର, ଫଳକ ଓ ଟ୍ରଫି ପ୍ରଦାନ କରି ଉତ୍ସାହିତ କରିଥିଲୋ
ଏହି ତାଲିମରେ ସର୍ବୋତ୍କୃଷ୍ଟ ପ୍ରଦର୍ଶନ ପାଇଁ ଶାଶ୍ୱତୀ ଦାଶ, ଯଜ୍ଞଶ୍ୱର ଜେନା ଓ ଶାନ୍ତି ସୁନା ଅତିଥି ମାନଙ୍କଦ୍ୱାରା ପୁରସ୍କୃତ ହୋଇଥିଲୋ
ଏହି କାର୍ଯ୍ୟକ୍ରମକୁ ଓସେପାର ଅତିରିକ୍ତ ନିର୍ଦ୍ଦେଶକ ଡ. ସନାତନ ପଣ୍ଡା ଓ ଏକାଡେମୀର ଉପନିର୍ଦ୍ଦେଶିକା ସ୍ନେହପ୍ରଭା ଦାଶ ସଂଯୋଜନା କରିଥିଲେ ଓ ପରିଶେଷରେ ଓସେପାର ସହ ନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର ନାୟକ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲୋ ଏଥିରେ ଓସେପାର ଅତିରିକ୍ତ ନିର୍ଦ୍ଦେଶିକା (ସାଧାରଣ) ଶ୍ରୀମତୀ ସଂଗୀତା ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲୋ
ଡ୍ରପ ଆଉଟ ଛାତ୍ରଛାତ୍ରୀଙ୍କୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ପ୍ରଶିକ୍ଷାର୍ଥୀଙ୍କ ଦ୍ୱାରା ପ୍ରଦର୍ଶିତ କ୍ଷୁଦ୍ର ନାଟକ "ଡ୍ରପ ବକ୍ସ' ଉଚ୍ଚ ପ୍ରଶଂସିିତ ହୋଇଥିଲାା

0
0
0
s2sdefault