ହେଡଲାଇନସ୍:

ଚମତ୍କାର ଔଷଧି- ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଆୟୁର୍ବେଦିକ ଔଷଧି ବା ଚେରମୂଳିର ଲାଭର ପ୍ରଚାର ପ୍ରସାର କରିବା ପାଇଁ ନିଜ ଲକ୍ଷ୍ୟରେ ଆଗକୁ ବଢି ଭାରତର ସର୍ବବବୃହତ ବିଜ୍ଞାନ-ଆଧାରିତ ଆୟୁର୍ବେଦ କମ୍ପାନୀ ଡାବର ଇଣ୍ଡିଆ ଲିମିଟେଡ ପୁଦିନାକୁ ଏକ ଚମତ୍କାରୀ ଔଷଧି ଭାବେ ପ୍ରୋତ୍ସାହିତ କରିବା ପାଇଁ ଏକ କ୍ୟାମ୍ପେନ ଶୁଭାରମ୍ଭ କରିଛି । ପୁଦିନାରେ ପ୍ରଚୁର ପରିମାଣର ଆଂଟିଅକ୍ସିଡାଂଟ ଓ ଫିଟୋନ୍ୟୁଟ୍ରିଏଂଟ ରହିଛି ଯାହା ବିଶେଷକରି ପ୍ରଚଣ୍ଡ ଗ୍ରୀଷ୍ମଋତୁ ସମୟରେ ମଣିଷର ପେଟ ପାଇଁ ଚମତ୍କାର ଔଷଧ ଭାବେ କାର୍ଯ୍ୟ କରିପାରେ ।

ଗ୍ରୀଷ୍ମଲହରୀ ଓ ବଢୁଥିବା ତାପମାତ୍ରା ସହିତ, ଗ୍ରୀଷ୍ମ ଋତୁ ସମୟରେ ସ୍ୱାସ୍ଥ୍ୟ ସମସ୍ୟା ବାରମ୍ବାର ଦେଖାଦେଉଛି । ଏହି ଗମ୍ଭୀର ଋତୁକାଳିନ ସ୍ୱାସ୍ଥ୍ୟଗତ ଚିନ୍ତାକୁ ଦୂର କରିବା ପାଇଁ ଡାବର ପକ୍ଷରୁ ସାରାଦିନ ଦୀର୍ଘ ସମୟ ପର୍ଯ୍ୟନ୍ତ ଖରାରେ ରହୁଥିବା ବ୍ୟକ୍ତି ଓ ସହଜରେ ସାଧାରଣ ଗ୍ରୀଷ୍ମ ରୋଗର ଶିକାର ହେଉଥିବା ବ୍ୟକ୍ତିଙ୍କ ପାଇଁ ପୁଦିନାର ବ୍ୟବହାରକୁ ଉନ୍ମୋଚନ କରାଯାଇଛି ।

“ଆଧୁନିକ ସମୟର ରୋଗଗୁଡିକର ସର୍ବୋତମ ପରିଚାଳନା, ଆୟୁର୍ବେଦର ପାଣ୍ଡୁଲିପିରେ ଗଭୀର ଭାବେ ଅନ୍ତର୍ନିହିତ ରହିଛି । ପୁଦିନାର ଐତିହାସିକ ପୃଷ୍ଠଭୂମି ୩୦୦୦ ବର୍ଷ ପୁରାତନ ଅଟେ ଏବଂ ଏହା ଏକ ଚମତ୍କାର ଔଷଧ ଭାବେ ବର୍ଣ୍ଣିତ ରହିଛି ଯାହା ମଣିଷର ହଜମ ପ୍ରଣାଳୀ ପାଇଁ ଲାଭଦାୟକ ଅଟେ । ପୁଦିନାରେ ଥିବା ମେନ୍ଥଲ ହଜମକ୍ରିୟା ପାଇଁ ଆବଶ୍ୟକ ଏନ୍‌ଜାଇମଗୁଡିକୁ ଉତେଜିତ କରିଥାଏ, ପେଟର ମାଂସପେଶୀକୁ ଆରାମ ଦେଇଥାଏ, ବଦହଜମୀ ଓ ପେଟ ଯନ୍ତ୍ରଣାର ସମ୍ଭାବନା ହ୍ରାସ କରିଥାଏ । ଏହା ପେଟ ଯନ୍ତ୍ରଣା ଉପରେ ନିଜର ଶାନ୍ତ ପ୍ରଭାବ ଏବଂ ଅମ୍ଳତା ଓ ପେଟ ଫମ୍ପା ବା ବାୟୁବୃଦ୍ଧିକୁ ଦୂର କରିବା ପାଇଁ ନିଜର କ୍ଷମତା ଲାଗି ପରିଚିତ ଅଟେ” ବୋଲି ଡାକ୍ତର ଅମ୍ବିକା ପ୍ରସାଦ ନାୟକ କହିଛନ୍ତି ।

ଆଜି ବଜାରରେ ଅନେକ ପ୍ରକାରର ଆଂଟାସିଡି ଉପଲବ୍ଧ ରହିଛି ଯେଉଁଥିରେ ଆଲୁମିନିୟମ/ମ୍ୟାଗ୍ନେସିୟମ ହାଇଡ୍ରୋକ୍ସାଇଡ ଭଳି କ୍ଷତିକାରକ କେମିକାଲ ରହିଛି ଯାହାକୁ ନିୟମିତ ଆଧାରରେ ସେବନ କରାଗଲେ ତାହା ସ୍ୱାସ୍ଥ୍ୟ ଉପରେ କିଛି କ୍ଷତିକାରକ ପ୍ରଭାବ ପକାଇପାରେ । ଡାବରର ୧୦୦ ବର୍ଷରୁ ଅଧିକ ପୁରୁଣା ବ୍ରାଣ୍ଡ ଡାବର ପୁଦିନ ହରା ହେଉଛି ଗ୍ୟାସ, ବଦହଜମୀ, ପେଟ ଯନ୍ତ୍ରଣା ଓ ଅମ୍ଳତା ଭଳି ସମସ୍ତ ପ୍ରକାରର ପେଟ ସମସ୍ୟାରେ ଶୀଘ୍ର ଓ ପ୍ରଭାବୀ ଆରାମ ଦେବା ପାଇଁ ପୁଦିନା ସତ୍ୱର ଉତମତା ସହ ଏକ ଆୟୁର୍ବେଦିକ ସମାଧାନ । ପୁଦିନ ହରା ଟାବ୍‌ଲେଟ/ଲିକ୍ୱିଡ ଭଳି ଏକାଧିକ ଫର୍ମାଟ, ପୁଦିନ ହରା ଫିଜ୍ ଭାବେ ପାଉଡର ଫର୍ମାଟରେ ଉପଲବ୍ଧ ହେଉଛି ଯାହା କ୍ଷତିକାରକ ଅମ୍ଳତା ପାଇଁ ପ୍ରାକୃତିକ ଔଷଧ ଅଟେ ।

ଏହି କାର୍ଯ୍ୟକ୍ରମରେ ଡାବର ଇଣ୍ଡିଆ ଲିମିଟେଡର ମାର୍କେଟିଂ ବିଭାଗର ନିର୍ଦ୍ଦେଶକ ଶ୍ରୀରାମ ପଦ୍ମନାଭନ କହିଛନ୍ତି, “ଜୀବନଶୈଳୀ ଓ କାର୍ଯ୍ୟଶୈଳୀରେ ବିକଶିତ ଧାରାଗୁଡିକୁ ଦେଖିଲେ, ଆଜି ଉପଭୋକ୍ତାମାନେ ନିରନ୍ତର ଭାବେ ଏକାଧିକ କାର୍ଯ୍ୟ କରୁଛନ୍ତି ଏବଂ ଏହି କାରଣରୁ ସେମାନେ ପ୍ରଭାବଶାଳୀ ଓ ପ୍ରାକୃତିକ ସମାଧାନ ଆବଶ୍ୟକ କରୁଛନ୍ତି । । ସବୁଠାରୁ ବିଶ୍ୱସନୀୟ ସ୍ୱାସ୍ଥ୍ୟସେବା କମ୍ପାନୀ ଭାବେ ଡାବର ଦୈନନ୍ଦିନ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା କରିବା ପାଇଁ ପାରମ୍ପରିକ ଆୟୁର୍ବେଦକୁ ପ୍ରୋତ୍ସାହିତ କରିବାର ନିଜର ଲକ୍ଷ୍ୟକୁ ସୁଦୃଢ କରିଛି ଏବଂ ପୁଦିନ ହରା ହେଉଛି ଏକାଧିକ ଗ୍ୟାସ୍‌ଟ୍ରିକ ରୋଗ ପାଇଁ ଏକ ନିଶ୍ଚିତ ସମାଧାନ । ଗ୍ରୀଷ୍ମ ଋତୁ ସମୟରେ ପ୍ରଚଳିତ ଅନେକ ରୋଗଗୁଡିକୁ ଦୃଷ୍ଟିରେ ରଖି, ପୁଦିନ ହରା ବଦହଜମୀ, ଗ୍ୟାସ ଓ ଅମ୍ଳତା ଭଳି ପେଟ ସମସ୍ୟାଗୁଡିକର ପରିଚାଳନାରେ ସାହାଯ୍ୟ କରୁଛି ।”

0
0
0
s2sdefault