ହେଡଲାଇନସ୍:

ବାଲିକୁଦା ବ୍ଲକରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମର ଉଦଯାପନୀ ସଭା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବାଲିକୁଦା, (ବିଚିତ୍ର ରଞ୍ଜନ ସାହୁ) :ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ପରିସରରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମର ଉଦଯାପନୀ ସଭା ଅନୁଷ୍ଠିତ ହୋଇଯାଇଛି । ସରକାର ଗଠନର ୨ବର୍ଷର ପୂର୍ତ୍ତି ଅବସରରେ ଆୟୋଜିତ ଏହି ବିଶେଷ କାର୍ଯ୍ୟକ୍ରମ ୪ ଦିନ ଧରି ଜାରି ରହିଥିଲା । ଆଜି ଅନ୍ତିମ ଦିବସରେ ବ୍ଲକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ବକ୍ତା ଭାବରେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ବ୍ଲକ ଉପାଧ୍ୟକ୍ଷା ପ୍ରିୟମ୍ବଦା ପଲାଉର, ମଣ୍ଡଳ ଉନ୍ନୟନ ଅଧିକାରୀ ବିଦ୍ୟାଧର ଦଣ୍ଡପାଟ, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସ୍ମାରକ ରଞ୍ଜନ ମହାନ୍ତି ସରକାରଙ୍କର ପକ୍ଷରୁ ଆୟୋଜିତ ୨ ବର୍ଷର ପୂର୍ତ୍ତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ତଥା ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ଯୋଜନା ସମ୍ବନ୍ଧରେ ମତ ରଖିଥିଲେ । ବିଡ଼ିଓ ବିଦ୍ୟାଧର ଦଣ୍ଡପାଟ ଅତିଥି ପରିଚୟ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ବନ୍ଧରେ ଉପସ୍ଥାପନ କରିଥିଲେ । ଉପାଧ୍ୟକ୍ଷା ପ୍ରିୟମ୍ବଦା ପଲାଉର ଧନ୍ୟବାଦ ଅର୍ପଣ କରିଥିଲେ । ବିପିଏମ, ଓଏଲଏମ ଦୀପକ କୁମାର ମହାନ୍ତି ଓ ବିଏସଏ ରମେଶ ଚନ୍ଦ୍ର ବହିରା ମଞ୍ଚ ପରିଚାଳନା କରିଥିଲେ । ଏଥିରେ ଜିପିଡିଓ ରୋଜାଲିନ ତ୍ରିପାଠୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଯଥା ଏବିଇଓ ଝରଣା ମହାନ୍ତି , ସିଡିପିଓ କେ ଅନିତା, ବିଏଓ ସ୍ମୃତି ରଂଜନ ଜେନା, ପିଏଚଇଓ ସଂଗୀତା ପଟ୍ଟନାୟକ, ବିଏସଏସଓ ପ୍ରୀତମ ନାୟକ, ବିପିସି ଆରଏଚ ଲୋକନାଥ ସାହୁ, ଏମଆଇ ବିଶ୍ୱଜିତ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଯୋଜନା ସମ୍ପର୍କରେ ଧାରଣା ଦେଇଥିଲେ । ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ ହିତାଧିକାରୀଙ୍କୁ ବେନିଫିଟ ବଣ୍ଟନ କରାଯାଇଥିଲା ।

ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ୧୦ଟି ସିଏମଏୱାଇ କାର୍ଡ, ମିଶନ ଶକ୍ତି ଅଧୀନରେ ୧୦ ଜଣଙ୍କୁ ମୋବାଇଲ,କୃଷି ବିଭାଗ ପକ୍ଷରୁ ୧୦ଟି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ଆବାସ ଯୋଜନା ଅଧୀନରେ ୧୦ଟି ଏଜିୱାଇ କାର୍ଯ୍ୟପତ୍ର, ସାମାଜିକ ସୁରକ୍ଷା ଅଧୀନରେ ୧୦ଟି ଭତ୍ତା କାର୍ଡ, ମତ୍ସ୍ୟ ବିଭାଗ ଅଧୀନରେ ୧୦ଟି ସହାୟତା ପତ୍ର, ଓଡିଶା ଜୀବିକା ମିଶନ ଅଧୀନରେ ୧୩ ଜଣ ଲକ୍ଷପତି ଦିଦି ଓ ୧୦ଟି ଏସଏଚଜିକୁ ଋଣ ପତ୍ର ଓ ଓରମାସ ପକ୍ଷରୁ ୫ ଜଣଙ୍କୁ ଉଜ୍ଜ୍ଵଳା ଯୋଜନାରେ ଗ୍ୟାସ ପ୍ରଦାନ କରାଯାଇଥିଲା । ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଜନହିତକର ଯୋଜନାର ଭିଡିଓଗ୍ରାଫି ପ୍ରଦର୍ଶନ ସହ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।

0
0
0
s2sdefault