ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ବନ କର୍ମଚାରୀମାନେ ଆଜି ସକାଳେ ପଦ୍ମଗିରି ଛକ ଠାରେ ଏକ ବୋଲେରୋ ଗାଡ଼ିରୁ ୩୨୯ ଗୋଟି କଇଁଛ କୁ ଜବତ କରିବା ସହିତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାର ସଫଳ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ ଆନ୍ଧ୍ରପ୍ରଦେଶରୁ ଏକ ବୋଲେରୋ ଗାଡ଼ିରେ କଇଁଛ ଭର୍ତ୍ତି କରାଯାଇ ମାଲକାନଗିରି ଜିଲ୍ଲାରେକୁ ଆସୁଥିବା ବେଳେ ବିଶେଷ ସୂତ୍ରରୁ ସୂଚନା ପାଇ ବନକର୍ମଚାରୀମାନେ ପଦ୍ମଗିରି ଛକ ନିକଟରେ ଜଗି ରହିଥିଲେ। ଗାଡ଼ିକୁ ଯାଞ୍ଚ କରିବା ସମୟରେ ବହୁ ପରିମାଣରେ କଇଁଛ ରହିଥିବା ଦେଖିବାକୁ ମିଳିଥିଲା। ପରେ ଗାଡି ଏବଂ କଇଁଛକୁ ଜବତ କରାଯାଇ ମାଲକାନଗିରି ବନ୍ୟାଞ୍ଚଳକୁ ଅଣା ଯାଇଥିଲା। କଇଁଛ ଗୁଡ଼ିକୁ ଗଣତି କରା ଯିବା ବେଳେ ୩୦୩ ଟି ଜୀବିତ କଇଁଛ ଏବଂ ୨୬ ଗୋଟି ମୃତ୍ୟୁ କଇଁଛ ପ୍ରାପ୍ତ ହୋଇଥିଲା । ଅର୍ଥାତ୍ ମୋଟ ୩୨୯ ଗୋଟି କଇଁଛ ମିଳିଥିବା ବେଳେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟ ପୋଲାଭରମ ଜିଲ୍ଲା ଅନ୍ତର୍ଗତ ଦେବରପାଲ୍ଲୀ ଗ୍ରାମର ସିଦଲା ରାଜ ରେଡି, ପୋଲାଭରମ ଜିଲ୍ଲା ଅନ୍ତର୍ଗତ ଦେବରପାଲ୍ଲୀ ଗ୍ରାମର ଏନ୍.ଅମର ନାଥ ଏବଂ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏମପିଭି-୬୫ ଗ୍ରାମର ରବିନ ମିର୍ଦ୍ଧା ବୋଲି ଜଣା ପଡିଛି। ବର୍ତ୍ତମାନ ଅଭିଯୁକ୍ତମାନଙ୍କୁ ପଚରା ଉଚୁରା ଚାଲିଛି। ପରବର୍ତ୍ତୀ ସମୟରେ କୋର୍ଟ ଚାଲାଣ କରାଯିବ ବୋଲି ମାଲକାନଗିରି ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତ ପ୍ରକାଶ କରିଛନ୍ତି।
ରାଜ୍ୟ
୩୨୯ କଇଁଛ ଜବତ,୩ ଅଭିଯୁକ୍ତ ଗିରଫ
- Hits: 25







