ପାରଳାଖେମୁଣ୍ଡି / ରଜ ପର୍ବ ପାଇଁ ସମଗ୍ର ପାରଳାଖେମୁଣ୍ଡି ସହର ଓ ଆଖପାଖ ଅଞ୍ଚଳ ଉତ୍ସବ ମୁଖର ଓ ଚଳଚଞ୍ଚଳ ହୋଇ ଉଠିଛି। ତିନିଦିନ ଧରି ଏହି ରଜ ପର୍ବ ଅତି ଧୁମ୍ ଧାମରେ ପାଳିତ ହୋଇ ଆସିଥିବା ବେଳେ ଏଥିରେ ଛୋଟ ଝିଅ ମାନଙ୍କ ଠାରୁ ଆରମ୍ଭ କରି ଯୁବତୀ , ବିବାହିତା ଯୁବତୀ ଓ ମହିଳା ମାନେ ଏଥିରେ ସାମିଲ ହୋଇ ମସଗୁଲ ହୋଇ ପଡିଛନ୍ତି।
ତିନିଦିନ ଧରି ଏହି ରଜ ପର୍ବ ଅତି ଧୁମ୍ ଧାମରେ ପାଳିତ ହୋଇ ଆସିଥିବା ବେଳେ ପାରଳାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ସମଲେଇ ନୃତ୍ୟକଳା ପରିଷଦ ପକ୍ଷରୁ ଅନୁଷ୍ଠାନ ପରିସରରେ ଅନୁଷ୍ଠାନ ର ଛାତ୍ରୀ ଓ ଅବିଭାବକ ଗହଣ ପାଳିତ ହୋଇଯାଇଛି ଗଣପର୍ବ "ରଜ ଉତ୍ସବ"। ପାଦରେ ଆଳତା ହାତରେ ମେହେନ୍ଦି ଲଗାଇ ନୂଆଁ ପୋଷାକ ପିନ୍ଧି ସାଜସଜ୍ଜା ହୋଇଥିବା ରଜ ଦୋଳିରେ ଜଣକ ପରେ ଜଣେ ବସି ରଜ ଗୀତ ଗାଇ ତାର ମଜା ନେଇଥିଲେ।
ରାଜ୍ୟ
ସମଲେଇ ନୃତ୍ୟକଳା ପରିଷଦରେ "ରଜ ଉତ୍ସବ" ମହାଆଡମ୍ବରରେ ପାଳିତ
- Hits: 24







