ଭୁବନେଶ୍ୱର, ୧୫ ଜୁନ ୨୦୨୬: ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ଓଡ଼ିଶାର ବିଭିନ୍ନ କାର୍ଯ୍ୟସ୍ଥଳରେ ସ୍ଥାୟୀତ୍ୱ ସପ୍ତାହ ପାଳନ କରିଛି। ଏହି ଅବସରରେ ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ଚଳିତ ବର୍ଷର ବିଶ୍ୱସ୍ତରୀୟ ଥିମ୍“କ୍ଲାଇମେଟ୍ ଆକ୍ସନ୍ - ଇନ୍ସପାୟାର୍ଡ ବାଇ ନେଚର୍। ଫର୍ କ୍ଲାଇମେଟ୍ ଫର୍ ଆୱାର ଫ୍ୟୁଚର୍।” ଅନୁଯାୟୀ ପରିବେଶ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ପ୍ରଭାବଶାଳୀ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା।"
ବିଶ୍ୱ ପରିବେଶ ଦିବସ ଅବସରରେ ପାରାଦ୍ୱୀପସ୍ଥିତ ପେଲେଟ ପ୍ଲାଣ୍ଟରେ ଏକ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହା ପରେ ବାଲିଡିଆ ଅଞ୍ଚଳର ନୂଆଗଡ଼ ପଞ୍ଚାୟତ ନିକଟରେ ସମୁଦାୟ ସଦସ୍ୟମାନଙ୍କୁ ୪୦୦ଟି ଫଳଦାୟକ ଚାରା ବଣ୍ଟନ କରାଯାଇଥିଲା।
ସପ୍ତାହର ପରବର୍ତ୍ତୀ ପର୍ଯ୍ୟାୟରେ ଏଏମ୍/ଏନ୍ଏସ୍ ଇଣ୍ଡିଆ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ପାରାଦୀପ ପୌରପାଳିକା ସହଯୋଗରେ ପାରାଦୀପ ବେଳାଭୂମିରେ ଏକ ବୃହତ ସମୁଦ୍ରତଟ ସଫେଇ ଅଭିଯାନ ଆୟୋଜନ କରିଥିଲା। ଏଥିରେ ସ୍ଥାନୀୟ ବିକ୍ରେତା ଏବଂ କର୍ମଚାରୀମାନଙ୍କର ସକ୍ରିୟ ସହଯୋଗ ରହିଥିଲା। ସଚେତନତା କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ଥାନୀୟ ନାଟ୍ୟ ଦଳ ‘ଆୱାଜ୍’ ଦ୍ୱାରା ଜଳବାୟୁ ପରିବର୍ତ୍ତନ ଉପରେ ଏକ ନୁକ୍କଡ଼ ନାଟକ ପ୍ରଦର୍ଶନ କରାଯାଇଥିଲା। ଏହା କାରଖାନା ପରିସର ଏବଂ ନୂଆଗଡ଼ ପଞ୍ଚାୟତ ଉଭୟ ସ୍ଥାନରେ ମଞ୍ଚସ୍ଥ ହୋଇଥିଲା। କାରଖାନା ପରିସରରେ ପ୍ରତିଦିନ ୧୫୦ କିଲୋଗ୍ରାମ ଜୈବ ବର୍ଜ୍ୟ ପ୍ରକ୍ରିୟାକରଣ କ୍ଷମତାସମ୍ପନ୍ନ ଏକ ଅର୍ଗାନିକ୍ ୱେଷ୍ଟ କମ୍ପୋଷ୍ଟରର ଉଦ୍ଘାଟନ ମଧ୍ୟ କରାଯାଇଥିଲା। ଏହି ସପ୍ତାହରେ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ ଅଭିଯାନ, ପ୍ରଶିକ୍ଷଣ କାର୍ଯ୍ୟକ୍ରମ, କୁଇଜ୍ ଏବଂ ପୋଷ୍ଟର ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ସମାପନୀ ଉତ୍ସବରେ ପରିବେଶ ସୁରକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ ପାଇଁ ବିଜେତାମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ବିଭିନ୍ନ କାର୍ଯ୍ୟକ୍ରମରେ ଏସପିସିବି ପାରାଦୀପର ଆଞ୍ଚଳିକ ଅଧିକାରୀ ଶ୍ରୀମତୀ ବିବେଚିତା ଷଡ଼ଙ୍ଗୀ, ପରିବେଶ ଯନ୍ତ୍ରୀ ଶ୍ରୀ ଦିବ୍ୟଲୋଚନ ମହାପାତ୍ର, ପାରାଦୀପ ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ବସନ୍ତ ବିଶ୍ୱାଳ ଏବଂ ଏଏମ୍/ଏନ୍ଏସ୍ ଇଣ୍ଡିଆର ନେତୃତ୍ୱବର୍ଗ ଯଥା , ଓଡ଼ିଶା ଅପରେସନ୍ସ ମୁଖ୍ୟ ଶ୍ରୀ ୟୁ.ଏସ୍.ଆର୍. ରାଜୁ, ପ୍ଲାଣ୍ଟ ହେଡ୍, ପାରାଦୀପ ପେଲେଟ ପ୍ଲାଣ୍ଟ, ଏସପିଏଲ୍ ଏବଂ ପାରାଦୀପ ପୋର୍ଟ ଶ୍ରୀ ସି.ଏଚ୍. ହରି ପ୍ରସାଦ, ପାରାଦୀପ ପାୱାର ପ୍ଲାଣ୍ଟ ମୁଖ୍ୟ ଶ୍ରୀ ରାଜର୍ଷି ସିହ୍ନା, ଓଡ଼ିଶା ଆସେଟ୍ର ଏଚ୍ଆର୍ ଏବଂ ଆଇଆର୍ ମୁଖ୍ୟ ଶ୍ରୀ ସୁନୀଳ ଦାସ, ଓଡ଼ିଶା ଆସେଟ୍ର ପରିବେଶ ମୁଖ୍ୟ ଶ୍ରୀ ସୁଭେନ୍ଦୁ କୁମାର ଦାଶ,ଏବଂ ପାରାଦୀପର ପରିବେଶ ବିଭାଗ ପରିଚାଳକ ଶ୍ରୀ ଦେବଦତ୍ତ ଦାସ ଉପସ୍ଥିତ ଥିଲେ।
ଡାବୁନା ବେନିଫିସିଏସନ୍ ପ୍ଲାଣ୍ଟରେ ମଧ୍ୟ ସ୍ଥାୟୀତ୍ୱ ସପ୍ତାହ ପାଳନ ଅବସରରେ ବୃକ୍ଷରୋପଣ ଏବଂ ଚାରା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହା ପରେ କାରଖାନା ପରିସର ଏବଂ ନିକଟସ୍ଥ ସମୁଦାୟମାନଙ୍କ ମଧ୍ୟରେ ନୁକ୍କଡ଼ ନାଟକ ପ୍ରଦର୍ଶିତ ହୋଇଥିଲା। କର୍ମଚାରୀମାନେ ସ୍ଥାୟୀତ୍ୱ ପ୍ରତି ନିଜର ପ୍ରତିବଦ୍ଧତାର ଶପଥ ନେବା ସହ କୁଇଜ୍ ଏବଂ ପୋଷ୍ଟର ପ୍ରତିଯୋଗିତାରେ ଭାଗ ନେଇଥିଲେ। ପରିବାର ସଦସ୍ୟମାନେ ମଧ୍ୟ ପ୍ରଭାବଶାଳୀ ସଚେତନତା ବାର୍ତ୍ତା ପ୍ରସ୍ତୁତ କରି କାର୍ଯ୍ୟକ୍ରମରେ ସହଭାଗୀ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଏଏମ୍/ଏନଏସ୍ ଇଣ୍ଡିଆର ଡାବୁନା ବେନିଫିସିଏସନ୍ ପ୍ଲାଣ୍ଟ ମୁଖ୍ୟ ଶ୍ରୀ ଜୟବର୍ଦ୍ଧନ ପରୋହା, ଲଜିଷ୍ଟିକ୍ସ ମୁଖ୍ୟ ଶ୍ରୀ ଜୟ କିଶନ ଶର୍ମା ଏବଂ ପ୍ରୋଜେକ୍ଟ ମୁଖ୍ୟ ଶ୍ରୀ ଅଜିତ ସିଂହ ଉପସ୍ଥିତ ଥିଲେ।
ଠାକୁରାଣୀ ଏବଂ ସାଗାସାହି ଖଣିରେ ମଧ୍ୟ ବୃକ୍ଷରୋପଣ ଏବଂ ନୁକ୍କଡ଼ ନାଟକ ମାଧ୍ୟମରେ ସ୍ଥାୟୀତ୍ୱ ସପ୍ତାହ ପାଳନ କରାଯାଇଥିଲା। ଠାକୁରାଣୀରେ ନୂତନ କାର୍ଯ୍ୟାଳୟ ଏବଂ ହିଲ୍ ଭ୍ୟୁ କଲୋନୀରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ, ସାଗାସାହିରେ କାଲାମଙ୍ଗ ଗ୍ରାମରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଏସପିସିବି କେନ୍ଦୁଝରର ସହକାରୀ ଯନ୍ତ୍ରୀ ଶ୍ରୀ ସୌମ୍ୟ ରଞ୍ଜନ ବେହେରା ଏବଂ ଏଏମ୍/ଏନଏସ୍ ଇଣ୍ଡିଆର ନେତୃତ୍ୱବର୍ଗ ଯଥା ଖଣି ଏବଂ ରଣନୀତିକ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଆଲୋକ ମେହେତା, ମାଇନିଂ ଅପରେସନ୍ସ ଏବଂ ଡେଭେଲପମେଣ୍ଟ ମୁଖ୍ୟ ଶ୍ରୀ ଲକ୍ଷ୍ମଣ ଶେଖାୱତ, ମାଇନିଂ ଅପରେସନ୍ସ ମୁଖ୍ୟ ଶ୍ରୀ ଅମିତ ଦୁବେ, ପ୍ରକଳ୍ପ ଇନ୍-ଚାର୍ଜ ଶ୍ରୀ ରତ୍ନେଶ ପ୍ରସାଦ, ମାଇନ୍ସ ମ୍ୟାନେଜର ଶ୍ରୀ ପ୍ରଶାନ୍ତ କୁମାର, ଏବଂ ପ୍ରଡକ୍ସନ୍ ଇନ୍-ଚାର୍ଜ ଶ୍ରୀ ମୋହନ ରେଡ୍ଡୀ, ଉପସ୍ଥିତ ଥିଲେ।
ଏଏମ୍/ଏନଏସ୍ ଇଣ୍ଡିଆର ଭୁବନେଶ୍ୱର କାର୍ଯ୍ୟାଳୟରେ ଜଳବାୟୁ ପରିବର୍ତ୍ତନ ଉପରେ କୁଇଜ୍ ଏବଂ ପୋଷ୍ଟର ପ୍ରତିଯୋଗିତା ଆୟୋଜିତ ହେବା ସହ କର୍ମଚାରୀମାନଙ୍କ ପାଇଁ ଏକ ସଚେତନତା ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ଏସପିସିବି ଓଡ଼ିଶାର ବରିଷ୍ଠ ପରିବେଶ ଯନ୍ତ୍ରୀ ଶ୍ରୀ ଦିଲୀପ କୁମାର ଦାଶ ଏବଂ ଏଏମ୍/ଏନଏସ୍ ଇଣ୍ଡିଆର ଓଡ଼ିଶା ପ୍ରକଳ୍ପ ମୁଖ୍ୟ ଶ୍ରୀ ଘନଶ୍ୟାମ ପରିଡ଼ା ଉପସ୍ଥିତ ଥିଲେ।
ସ୍ଥାୟୀତ୍ୱ ଏଏମ୍/ଏନଏସ୍ ଇଣ୍ଡିଆର ମୂଳ ମାର୍ଗଦର୍ଶକ ନୀତିଗୁଡ଼ିକ ମଧ୍ୟରୁ ଅନ୍ୟତମ ଏବଂ କମ୍ପାନୀ ଏକ ସ୍ଥିର, ପରିବେଶ ଅନୁକୂଳ ଏବଂ ଭବିଷ୍ୟତମୁଖୀ ସମାଜ ଗଠନ ପାଇଁ ନିରନ୍ତର ପ୍ରତିବଦ୍ଧ।







