ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି କରଣସାହି ସ୍ଥିତ ବିଜୟ କ୍ଳବ୍ ପରିସରରେ ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ ଭକ୍ତି ନୈବେଦ୍ୟ ପକ୍ଷରୁ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲା ଗୁମ୍ମା ଅଞ୍ଚଳର ଯୁବ କଳାକାର ଷ୍ଟିଫେନ ରଇତଙ୍କ ଅକାଳ ବିୟୋଗ ରେ ଅନୁଷ୍ଠାନ ପକ୍ଷରୁ ନୀରବ ପ୍ରାର୍ଥନା ସହ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା।
ଷ୍ଟିଫେନ ଜଣେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରୁ ଆସି ପାରଳା ସହରରେ ସଂଗୀତ ରେକଡ଼ିଂ ଷ୍ଟୁଡ଼ିଓ ପ୍ରତିଷ୍ଠା କରି ଅନେକ ଅନୁଷ୍ଠାନ ସହିତ ସୁସଂପର୍କ ସ୍ଥାପନ କରିଥିଲେ। ସେହିପରି ଗୁରୁ ରଘୁନାଥ ପାତ୍ର ଓ ଷ୍ଟିଫେନ ଙ୍କ ନିବିଡ ଗୁରୁ ଶିଷ୍ୟ ସମ୍ପର୍କ ରହିଥିଲା। ଷ୍ଟିଫେନ ଗୁରୁ ରଘୁନାଥ ପାତ୍ର ଙ୍କ ସହ ତତ୍କାଳିନ ଏସ ପି ସାରା ଶର୍ମା ଙ୍କ ସି ଟିମ ସଙ୍ଗୀତ ରେ କାର୍ଯ୍ୟ କରି ସାରା ଓଡ଼ିଶା ରେ ଚର୍ଚ୍ଚିତ ହୋଇଥିଲା।
ସେହିପରି ସବୁ ବିଖ୍ୟାତ ପରିଚିତ ହିନ୍ଦୀ ଓ ଓଡିଆ ଚଳଚିତ୍ର ସଙ୍ଗୀତ କୁ ସ୍ଥାନୀୟ ଆଦିବାସୀ ଭାଷା ରେ ନିଜ ଶୈଳୀରେ ଗାନ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଅନେକ ଆଦିବାସୀ ଗୀତ ନିଜେ ସୃଷ୍ଟି କରିଥିଲେ। ସେଥି ମଧ୍ୟରୁ କୁସୁମାଇ ଲାଙ୍ଗି ଆଜି ମଧ୍ୟ ଘରେ ଘରେ ପରିଚିତ। ସେହିପରି ଗୁରୁ ରଘୁନାଥ ପାତ୍ରଙ୍କ ଦେଖ ଜିଲ୍ଲା ଗଜପତି , ଯାବା ଯାବା ଫୁଟବଲ୍ ଗୀତ ଓ ଅନେକ ସଙ୍ଗୀତ ରେକଡଙ୍ଗି କରିଥିଲେ। ସେଥିପାଇଁ ଷ୍ଟିଫେନ କୁସୂମାଇ ଲାଙ୍ଗି ଓ ସି ଟିମ ସଙ୍ଗୀତ ପାଇଁ ସେ ଚୀର ସ୍ମରଣୀୟ ହୋଇ ରହିବେ ବୋଲି ମତ ପ୍ରକାଶ କରିଥିଲେ।
ଅନୁଷ୍ଠାନ ସଭାପତି ନୃସିଂହ ଚରଣ ପଟ୍ଟନାୟକ ସଭାପତିତ୍ୱ ରେ ଆୟୋଜିତ ସ୍ମୃତିଚାରଣ ବୈଠକରେ ସମ୍ପାଦକ ଗୁରୁ ରଘୁନାଥ ପାତ୍ର , ଯୁଗ୍ମ ସଂପାଦକ ଆଦର୍ଶ ଦାସ , କୋଷାଧ୍ୟକ୍ଷ ହରିହର ପଟ୍ଟନାୟକ , ସଦସ୍ୟ ରଶ୍ମି ରଞ୍ଜନ ସାହୁ , ଡି. ମୋହନ ରାଓ , ଜଗନ୍ନାଥ ପଟ୍ଟନାୟକ , ରାଜା ପାତ୍ର , ବାଳକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଅମର ଆତ୍ମାର ସଦଗତି କାମନା କରିଥିଲେ।
ରାଜ୍ୟ
ସଙ୍ଗୀତ ରେ ମନେ ରହିବେ ଷ୍ଟିଫେନ
- Hits: 94







