ହେଡଲାଇନସ୍:

ବାଲି ସଙ୍କଟ: ଉପ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲା ଠିକାଦାର ସଂଘ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ବାଲି ର ଅଭାବ ଯୋଗୁଁ ନିର୍ମାଣ କାର୍ଯ୍ୟ ଠପ୍ ହୋଇଥିବା ଦର୍ଶାଇ ବାଲି ଯୋଗାଣ ନିୟମ ର ସରଳୀକରଣ ପାଇଁ ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି ବୋଡାସମ୍ବର ଠିକାଦାର ସଂଘ। ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟସମାପ୍ତି ର ଅବଧି ର ସମୟ ସୀମା ଜୁନ୍ ୩୦ତାରିଖ ରହିଥିବା ଵେଲେ ବାଲି ଘାଟ ଗୁଡିକୁ ନିଲାମ ମଧ୍ୟ କରାଯାଉନାହିଁ ଏବଂ ପୋଲିସ ଓ ଖଣି ବିଭାଗ ପକ୍ଷରୁ ବାଲି ଚୋରାଚାଲାଣ ଅଭିଯୋଗ ରେ ବ୍ୟବହୃତ ଗାଡ଼ି ଗୁଡ଼ିକ ଜବତ କରାଯାଉଛି। ଯାହା ଫଳରେ ଉନ୍ନୟନ କାର୍ଯ୍ୟ ଗୁଡ଼ିକ ଠିକ୍ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଏହି ସମସ୍ୟାର ସମାଧାନ କରି ବାଲି ଯୋଗାଇବା ପାଇଁ ସଂଘ ତରଫରୁ ପ୍ରଶାସନ କୁ ଅନୁରୋଧ କରାଯାଇଛି। ସଂଘ ସଭାପତି ଧରମ କୁମାର ପାଢ଼ୀ, କିଶୋର ଚନ୍ଦ୍ର ଦାଶ,ସନ୍ତୋଷ ବହିଦାର, ବାଳଗୋପାଳ ପାଣିଗ୍ରାହୀ, ବାବୁ ହୁସେନ୍, ଦିନେଶ ପାଣଗ୍ରାହୀ, ଗାଦି ନାରାୟଣ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଦାବି ପତ୍ର ପ୍ରଦାନ କରିଥିଲେ।

0
0
0
s2sdefault