ହେଡଲାଇନସ୍:

ପଦ୍ମପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସମ୍ପର୍କିତ ସଚେତନତା ସଭା ଅନୁଷ୍ଠିତ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର / ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (SIR) - ୨୦୨୬ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଇ.ଆର୍.ଓ. ତଥା ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ପଦ୍ମପୁର ସରୋଜିନୀ ପ୍ରସନ୍ କୁଲ୍ଲୁ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସ୍ଥାନୀୟ ବିଭିନ୍ନ ସଂଗଠନର ପ୍ରତିନିଧି ତଥା କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

ବୈଠକରେ ମୁଖ୍ୟତଃ ୨୦୨୬ ମସିହାର ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା, ଏନ୍ୟୁମେରେସନ୍ (Enumeration) ଫର୍ମ ଦାଖଲ ଏବଂ ଏହି ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଭୋଟର ତାଲିକାରେ ନୂତନ ନାମ ପଞ୍ଜୀକରଣ ଏବଂ ସଂଶୋଧନ କାର୍ଯ୍ୟକୁ ଅଧିକ ବ୍ୟାପକ ଓ ସ୍ୱଚ୍ଛ କରିବା ଦିଗରେ ସହଯୋଗ କରିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।ଉପ- ଜିଲ୍ଲାପାଳ ହେମସାଗର ଭୋଇ,ଡେପୁଟୀ କଲେକ୍ଟର ଭବାନୀ ଶଙ୍କର ମହନ୍ତ ଏହି ପ୍ରକ୍ରିୟା ର ପ୍ରତିଟି ତଥ୍ୟ କୁ ଉପସ୍ଥିତ ସଂଗଠନର ପ୍ରତିନିଧି ମାନଙ୍କୁ ଜଣାଇଥିଲେ ଓ ତାଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ।

"ଭୋଟର ତାଲିକା ସଂଶୋଧନରେ ଫର୍ମ-୬ ନୂତନ ପଞ୍ଜୀକରଣ ପାଇଁ ବ୍ୟବହୃତ ହେଉଥିବା ବେଳେ, BLO ମାନେ ଏନୁମେରେସନ୍ ଫର୍ମ ମାଧ୍ୟମରେ ଘରକୁ ଘର ବୁଲି ସଠିକ୍ ତଥ୍ୟ ସଂଗ୍ରହ କରୁଛନ୍ତି। ଏହି ଉଭୟ ଫର୍ମର ସଦୁପଯୋଗ ଦ୍ୱାରା ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଓ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ଅଂଶଗ୍ରହଣ ସୁନିଶ୍ଚିତ ହୋଇପାରିବ ବୋଲି ଡେପୁଟି କଲେକ୍ଟର ଭବାନୀ ଶଙ୍କର ମହନ୍ତ ଅବଗତ କଲେ।

ଉକ୍ତ ବୈଠକରେ ସହରର ବିଭିନ୍ନ ସଂଗଠନ ଯଥା- ନାଗରିକ କମିଟି, ବରିଷ୍ଠ ନାଗରିକ କମିଟି, ଓକିଲ ସଂଘ, ବ୍ୟବସାୟୀ ସଂଘ, ସାଂସ୍କୃତିକ ଅନୁଷ୍ଠାନ ଏବଂ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ରହି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ସଫଳ କରିବା ପାଇଁ ସହମତି ପ୍ରକାଶ କରିଥିଲେ।

0
0
0
s2sdefault