ହେଡଲାଇନସ୍:

ଡିଏଭି ପରିସରରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା/ ୦୮/୦୫/୨୦୨୬: ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ବିଶ୍ୱ ରେଡ଼ କ୍ରସ ଦିବସ ପାଳନ ଅବସରରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ସଭାପତିତ୍ବରେ ଆୟୋଜିତ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ହେନରୀ ଡୁନାଣ୍ଟଙ୍କ ପ୍ରତିଫଳକରେ ମାଲ୍ୟାର୍ପଣ କରାଯାଇଥିଲା । ବରିଷ୍ଠ ଡାକ୍ତର ଭାଗ୍ୟ ବିଧାୟକ ମଙ୍ଗରାଜ, ଡାକ୍ତର ରାଜା ରାମ, ସ୍ବାସ୍ଥ୍ଯ ବିଭାଗୀୟ କର୍ମକର୍ତ୍ତା ବେଦ ପ୍ରସାଦ ଡୋରାଙ୍କ ସହିତ ବେଦାନ୍ତ ମେଡିକାଲ ଟିମ ଆସି ଡିଏଭିରେ ୫୦ ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଶିବିରରେ ରକ୍ତଚାପ, ରକ୍ତ ଶର୍କରା ପରୀକ୍ଷା ସହିତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଡା. ମଙ୍ଗରାଜ ଓ ଡା. ରାଜାରାମ ସ୍ୱାସ୍ଥ୍ୟ ସେବା ପ୍ରଦାନପୂର୍ବକ ସ୍ୱାସ୍ଥ୍ୟ ସଚେତନତା, ସୁସ୍ଥ ଜୀବନଶୈଳୀ ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ବିଶ୍ୱ ରେଡ଼ କ୍ରସ ଦିବସ ପାଳନ କାର୍ଯ୍ୟକ୍ରମକୁ ନିତ୍ୟାନନ୍ଦ ସାହୁ, ହେମଲତା ଜୟସ୍ବାଲ, ଅନାମିକା ରାନୀ ଓ ରଶ୍ମିରେଖା ଶର୍ମା ପରିଚାଳନା କରିଥିଲେ। ଏହି ଅବସରରେ ଶିକ୍ଷକ ବିଜୟକୃଷ୍ଣ ଛତ୍ରିଆ ଓ ଛାତ୍ରୀ ପ୍ରିୟଙ୍କା ଦାସ ନିଜ ଉଦବୋଧନରେ ମାନବସେବା, ସ୍ୱାସ୍ଥ୍ୟ ସଚେତନତା ଏବଂ ରେଡ଼ କ୍ରସର ସେବାମୂଳକ କାର୍ଯ୍ୟକଳାପର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ ଓ ଜୁନିଅର ରେଡ଼ କ୍ରସ ଛାତ୍ରଛାତ୍ରୀମାନେ ସକ୍ରିୟଭାବେ ଅଂଶଗ୍ରହଣ କରିଥିଲେ। ସମସ୍ତଙ୍କ ସହଯୋଗ ଓ ସମନ୍ୱୟରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ସଫଳତାର ସହ ସମ୍ପନ୍ନ ହୋଇଥିଲା।

0
0
0
s2sdefault