ହେଡଲାଇନସ୍:

ଜିତୁ ମୁଣ୍ଡାଙ୍କ କଙ୍କାଳ ବୋହିବା ଘଟଣା ନେଇ ବ୍ୟାଙ୍କ ଅଧିକାରୀଙ୍କ ସପକ୍ଷରେ ବାହାରିଲା ଅଫିସର ସଂଘ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

    ଆରଡ଼ିସି ତଦନ୍ତ ସରିନଥିବା ବେଳେ ଏକପାଖିଆ ବ୍ୟାଙ୍କକୁ ଦାୟୀ କରିବାକୁ ନାପସନ୍ଦ। 

    କେନ୍ଦୁଝର,ତା୨/୫- କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ଅନ୍ତର୍ଗତ ମଲ୍ଲିପସୀ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ସମ୍ମୁଖରେ ଟଙ୍କା ଉଠାଣ ଲାଗି ଗରିବ ଆଦିବାସୀ ଜିତୁ ମୁଣ୍ଡା ଭଉଣୀ କଙ୍କାଳ ନେଇ ପହଂଚିବା ପରେ ଏବେ ଘଟଣା ଦେଶବିଦେଶରେ ଚର୍ଚ୍ଚା ହେଉଛି। ଓଡ଼ିଶାରେ କେନ୍ଦୁଝରରେ କିପରି ଲୋକେ ସେବା ପାଉଛନ୍ତି ସେ ବାବଦରେ ଖୁବ ଆଲୋଚନା ଚାଲିଛି। ସୂଚନାଯୋଗ୍ୟ ଜିତୁ ମୁଣ୍ଡା ବଡ ଭଉଣୀ କଲରା ମୁଣ୍ଡା ଏହି ବ୍ୟାଙ୍କରେ ୧୯,୩୦୦ଟଙ୍କା ରଖିଥିଲେ ହେଲେ ପୂର୍ବରୁ ତାଙ୍କର କେହି ନୋମିନି ନଥିବାରୁ ବ୍ୟାଙ୍କ ପକ୍ଷରୁ ମୃତ୍ୟୁ ପ୍ରମାଣପତ୍ର ମଗା ଯାଇଥିଲା ଏହାପରେ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଲା। ଏହି ଘଟଣା ଦେଶବିଦେଶରେ ଚର୍ଚ୍ଚା ହେବା ପରେ ଜିତୁ ମୁଣ୍ଡାଙ୍କ ପ୍ରତି ସହାନୁଭୂତି ବଢିଛି ତାଙ୍କୁ ସରକାରୀ ସହାୟତା, ବ୍ୟାଙ୍କ ଟଙ୍କା ମିଳିବା ସହ ଅନେକ ବ୍ୟକ୍ତି ବିଶେଷ, ଦଳୀୟ ନେତା, ଅନୁଷ୍ଠାନ ଆର୍ଥିକ ସାହାଯ୍ୟ ଦେଲେଣି। ତେବେ ଏହି ଘଟଣା ଉପରେ ତଦନ୍ତ କରି ରିପୋର୍ଟ ଦେବାକୁ ଓଡିଶା ସରକାର ଉତ୍ତରାଞ୍ଚଳ ରାଜସ୍ବ କମିଶନଙ୍କୁ ନିଯୁକ୍ତି ସେ କେନ୍ଦୁଝର ଜିଲ୍ଲାପାଳଙ୍କ ସହ ମଲ୍ଲିପସୀ ଓଡିଶା ଗ୍ରାମୀଣ ବ୍ୟାଙ୍କ ଆସି ତଦନ୍ତ କରିଛନ୍ତି। ତେବେ ଆରଡିସି ଏକପାଖିଆ ତଦନ୍ତ ସରିନଥିବା ବେଳେ ମିଡ଼ିଆ ସାମ୍ନାରେ ବ୍ୟାଙ୍କକୁ ଦାୟୀ କରିଛନ୍ତି। ଘଟଣା ଘଟିବା ପରେ ଗଣମାଧ୍ୟମ ହେଉ କି ବିଭିନ୍ନ ଆଡୁ ବ୍ୟାଙ୍କ ଅଧିକାରୀଙ୍କୁ ଗୋଟେ ଗରିବ ଆଦିବାସୀ ଲୋକକୁ ଟଙ୍କା ଉଠେଇବା ଲାଗି ଭଉଣୀର ଗଳିତ କଙ୍କାଳ ସମାଧିରୁ ଖୋଳି ଆଣିବାକୁ ବାଧ୍ୟ କରାଯାଇଥିବାର ଆରୋପ ଲଗାଉ ନିନ୍ଦା କରାଯାଇଥିଲା। ଏବେ ପୁଣି ସରକାରୀ ତଦନ୍ତରେ ବ୍ୟାଙ୍କ ଦାୟୀ ବୋଲି ସୂଚନା ଆସିବା ପରେ ଏହି ବ୍ୟାଙ୍କର ଅଫିସର ସଂଘ ସାମ୍ନାକୁ ଆସି ଏହାର ବିରୋଧ କରିଛି। କେନ୍ଦୁଝରର ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ଡାକି ଏହି ଘଟଣାରେ ବ୍ୟାଙ୍କ ନିୟମ ଅନୁଯାୟୀ କାମ କରିଛି ଅଯଥା ବଦନାମ କରାଯାଉଛି ବୋଲି ରାଜ୍ୟ ଗ୍ରାମୀଣ ବ୍ୟାଙ୍କ ଅଧିକାରୀ ସଂଘ ଓ ଓଡିଶା ଗ୍ରାମୀଣ ବ୍ୟାଙ୍କ ଆଦିବାସୀ ଦଳିତ କର୍ମଚାରୀ କଲ୍ୟାଣ ପରିଷଦ କର୍ମକର୍ତ୍ତା ମାନେ ଅଭିଯୋଗ କରିଛନ୍ତି। ସେମାନେ ମିଳିତ ଭାବେ ସ୍ପଷ୍ଟ କହିଛନ୍ତି କି ରାଜସ୍ବ କମିଶନଙ୍କ ମନ୍ତବ୍ୟ ନିନ୍ଦନୀୟ ବ୍ୟାଙ୍କ ପରିଚାଳକ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଆଗକୁ କୌଣସି କାର୍ଯ୍ୟାନୁଷ୍ଠାନ ହେଲେ ସଂଘ ମିଳିତ ଭାବେ ପ୍ରତିରୋଧ କରିବ। ଓଡିଶା ଗ୍ରାମୀଣ ବ୍ୟାଙ୍କ ଅଫିସର ସଙ୍ଘ କହିଛି କି ନିଷ୍ଠାପର ଭାବେ ସେମାନେ ସେବା ଯୋଗାଇ ହଜାର ହଜାର କୋଟି ଟଙ୍କାର ଦେଣନେଣ କରୁଛନ୍ତି। କିନ୍ତୁ ଜିତୁ ମୁଣ୍ଡା ବ୍ୟାଙ୍କ ଆସି ଭଉଣୀ ଟଙ୍କା ମାଗିବାରୁ ଭଉଣୀ ମୃତ୍ୟୁ ପ୍ରମାଣପତ୍ର ଆଣିବାକୁ କୁହାଯାଇଥିଲା ହେଲେ ସେ ମାଟି ଖୋଳି ଭଉଣୀ ଶବ କଙ୍କାଳ ଧରି ଆସିଥିଲା। ଜିତୁ ମୁଣ୍ଡା ବ୍ୟାଙ୍କ ଆସିବା ସମୟରେ ବ୍ୟାଙ୍କ ଭିତରେ ଅନେକ ଗ୍ରାହକ ଥିଲେ ଖୁବ ଭିଡ଼ ଥିଲା ତେଣୁ ବୋଧେ ତା'ର ବୁଝିବାରେ ଅସୁବିଧା ଥାଇପାରେ। ଯାହା ନିୟମ ଅଛି ବ୍ୟାଙ୍କ ମୃତ୍ୟୁ ପ୍ରମାଣପତ୍ର, ଲିଗାଲ ହେୟାର ନଆଣିଲେ ଟଙ୍କା ଦେଇ ହେବନି ବୋଲି ସେମାନେ ସ୍ପଷ୍ଟ କରିଥିଲେ ତେଣୁ ଅଯଥା ଗ୍ରାମୀଣ ବ୍ୟାଙ୍କକୁ ବଦନାମ କରି ପରିଚାଳକଙ୍କ ମର୍ଯ୍ୟାଦାହାନୀ ଉଦ୍ୟମରୁ ସମସ୍ତେ ବିରତ ରହିବାକୁ ସେମାନେ ମିଳିତ ନିବେଦନ କରିଥିଲେ। ଏହି ସାମ୍ୱାଦିକ ସମ୍ମିଳନୀରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସର ସଂଘ ସଭାପତି ମାନଭଞ୍ଜନ ମିଶ୍ର, ସମ୍ପାଦକ ଶୈଳେଶ୍ୱର ପଣ୍ଡା, ଓଡିଶା ଗ୍ରାମୀଣ ବ୍ୟାଙ୍କ ଆଦିବାସୀ ଦଳିତ କର୍ମଚାରୀ କଲ୍ୟାଣ ପରିଷଦ ପକ୍ଷରୁ ପ୍ରଦ୍ୟୁମ୍ନ କୁମାର ବେହେରା ଆଦି ଉପସ୍ଥିତ ଥିଲେ। ତେବେ ଏବେ ବ୍ୟାଙ୍କ କର୍ମଚାରୀ ମାନଙ୍କ ପକ୍ଷରୁ ଏହିପରି କଡା ଆଭିମୁଖ୍ୟ ପ୍ରଶାସନକୁ ଅଡୁଆରେ ପକାଇଛି। ବ୍ୟାଙ୍କ ଅଧିକାରୀ ଜିତୁ ମୁଣ୍ଡଙ୍କୁ ମଦୁଆ କହିଥିବାରୁ ପ୍ରତିବାଦ ହେବା ସତ୍ତ୍ୱେ କିପରି ତଦନ୍ତ ଚାଲିଛି ସେମାନେ ଅନେକ ପ୍ରଶ୍ନ ଉଠାଇଛନ୍ତି। କଙ୍କାଳ ଆସିବା ପରେ ବ୍ୟାଙ୍କରୁ ପୋଲିସ ଡକା ଯାଇଥିଲା ହେଲେ ପୋଲିସ ଉପସ୍ଥିତିରେ ପୁଣି ଜିତୁ ମୁଣ୍ଡା କଙ୍କାଳ ବୋହି ଗାଁ ଫେରିଥିଲା ଯାହା ନିନ୍ଦନୀୟ କାର୍ଯ୍ୟଥିଲା। ପୁଣି ମୃତ୍ୟୁ ପ୍ରମାଣପତ୍ର ଲାଗି ଜିତୁ ମୁଣ୍ଡା ହଇରାଣ ହୋଇ ଟଙ୍କା ଦେଇ ପାରୁନଥିବାରୁ ତାହା ହାସଲ କରିପାରିନଥିଲା ବୋଲି ରାଜସ୍ବ ବିଭାଗ ନାମରେ ଗୁରୁତର ଅଭିଯୋଗ ଆସିଛି। ଏଠାରେ ମୁଖ୍ୟମନ୍ତ୍ରୀ ନିଜେ ଆଦିବାସୀ ହୋଇ ବାହାଘର ଏଗାର ଦିନିଆ ଭୋଜିରେ ଯୋଗ ଦେଉଥିବା ବେଳେ ଗରିବ ଆଦିବାସୀ ଜିତୁ ମୁଣ୍ଡାଙ୍କ କଥା ଶୁଣିବାକୁ ଗଲେ ନାହିଁ ତେଣୁ ଅନେକ ଆଡୁ ପ୍ରଶ୍ନ ଉଠିଛି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବ୍ୟବସ୍ଥା ଠିକ ନଥିବାରୁ ଲୋକେ ଦୌଡ଼ି ଦୌଡ଼ି ହୀନସ୍ଥା ହେଉଛନ୍ତି ଜିତୁ ମୁଣ୍ଡା କଙ୍କାଳ ଘଟଣାରୁ ସ୍ପଷ୍ଟ ପ୍ରଣାମ ହୋଇସାରିଛି। ତେଣୁ ଆଗକୁ କିପରି ଏହି ଘଟଣାର ତଦନ୍ତ ସାରି କାର୍ଯ୍ୟାନୁଷ୍ଠାନ ହୋଇ ବିଗିଡି ଯାଇଥିବା ରାଜ୍ୟର ଛବିକୁ ସୁଧରା ଯାଉଛି ଦେଖିବାକୁ ବାକି ରହିଲା।

0
0
0
s2sdefault