ହେଡଲାଇନସ୍:

ଉତ୍କଳ ସାମ୍ୱାଦିକ ସଂଘ ତରଫରୁ ବିଭିନ୍ନ ସମସ୍ୟା ନେଇ ଦାବୀ ପତ୍ର ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉତ୍କଳ ସାମ୍ୱାଦିକ ସଂଘ ଗଜପତି ଜିଲ୍ଲା ଶାଖା ତରଫରୁ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ଯରେ ଗଜପତି ଜିଲ୍ଲାପାଳଙ୍କ ଜରିଆରେ ବିଭିନ୍ନ ସମସ୍ୟା ନେଇ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା।
ଏଥିରେ ମୁଖ୍ୟତଃ ସାମ୍ୱାଦିକ ମାନଙ୍କ ସ୍ୱାସ୍ଥ୍ୟ ବୀମୀ ଯୋଜନାର ସମ୍ପ୍ରସାରଣ , ପେନସନରେ ଅନ୍ତର୍ଭୁକ୍ତ , ସାମ୍ୱାଦିକ ସୁରକ୍ଷା ଆଇନ ପ୍ରଣୟନ , ବ୍ୟାପକ ଅଧିସ୍ୱୀକୃତି ପ୍ରଦାନ , ପ୍ରେସ ଏକାଡେମୀ ଗଠନ , ଅନୁକମ୍ପା ରାଶି ଦଶଲକ୍ଷକୁ ବୃଦ୍ଧି ପରି ବିଭିନ୍ନ ସମ୍ମିଳିତ ଦାବୀ ଲିଖିତ ତଥା ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ଦସ୍ତଖତ ସମ୍ୱଳିତ ଦରଖାସ୍ତ ଦିଆଯାଇଥିଲା।
ଏପ୍ରିଲ ୨୯ ତାରିଖ ରାଜ୍ଯ ବ୍ୟାପି ବିକ୍ଷୋଭ ଏବଂ ମଇ ୧ ତାରିଖ ଦିନ କଳା ବ୍ୟାଜ ପରିଧାନ ରାଜ୍ୟର ଉତ୍କଳ ସାମ୍ୱାଦିକ ସଂଘର ଆହ୍ୱାନ କ୍ରମେ ଏହି କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିରେ ଜିଲ୍ଲା ଶାଖା ସଭାପତି ଦ୍ୱିଜେନ୍ଦ୍ରନାଥ ପାଢୀ , ଉପଦେଷ୍ଟା ପ୍ରଦୀପ ନାୟକ , ବିଧାନ ଚୌଧୁରୀ , ସୁଜିତ୍ ବିଷୋଇ ତଥା ଅନ୍ୟାନ୍ୟ କର୍ମକର୍ତ୍ତାଗଣ ଯୋଗଦାନ କରିଥିଲେ।

0
0
0
s2sdefault