ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ଠାରେ ଥିବା ଶ୍ରୀରାମ ସ୍ନାତକ ମହାବିଦ୍ୟାଳୟ ର ସମ୍ମିଳନୀ ଗୃହ ପରିସରରେ ବାର୍ଷିକ ଉତ୍ସବ ( ରଘୁନାଥ ମହୋତ୍ସବ) ଅଧ୍ୟକ୍ଷ ଡ଼ଃ ପ୍ରଶାନ୍ତ ବାନାପାଲିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ ଓ କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇମ୍ମା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ବାନାପାଲି ମହାବିଦ୍ୟାଳୟ ପ୍ରଥମେ ସୀମିତ ଛାତ୍ର ଛାତ୍ରୀ ଙ୍କୁ ନେଇ ଆରମ୍ଭ ହୋଇଥିବା ବେଳେ ବର୍ତମାନ ୧୧୦୦ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ବର୍ଷ ୧୫ ରୁ ୧୬ ଜଣ ଛାତ୍ର ଛାତ୍ରୀ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ସ୍ତରରେ ପ୍ରଥମ ଦଶଟି ସ୍ଥାନରେ ସ୍ଥାନ ପାଇ ମହାବିଦ୍ୟାଳୟ ର ସୁନାମକୁ ଦ୍ବିଗୁଣିତ କରୁଥିବା ନିଜ ବକ୍ତବ୍ୟ ରେ କହି ଅନୁଷ୍ଠାନର ଦକ୍ଷତା ସହ ଛାତ୍ର ଛାତ୍ରୀ ମାନଙ୍କ ଶୈକ୍ଷିକ ବିକାଶକୁ ଗୁରୁତ୍ୱ ଦିଆଯାଉଛିବୋଲି ମଧ୍ୟ ମତ ପ୍ରକାଶ କରିଥିଲେ।
ଛାତ୍ର ଛାତ୍ରୀ ମାନେ ହେଉଛନ୍ତି ମହାବିଦ୍ୟାଳୟର ଗର୍ଵ ଗୌରବ ଓ ସେମାନଙ୍କ ଚରିତ୍ରକୁ ସବୁବେଳେ ଠିକ ରଖି ଆଗକୁ ବଢିବା ସହ ସରକାରୀ ଚାକିରୀ ପ୍ରତି ଗୁରୁତ୍ୱ ନ ଦେଇ ନିଜେ କିପରି ଆତ୍ମନିର୍ଭରଶୀଳ ହୋଇ କିଛି ଯୁବକ ଯୁବତୀ ଙ୍କୁ ରୋଜଗାର କ୍ଷମ କରିପାରିବେ ସେଥିପାଇଁ ବିଶେଷ ଦୃଷ୍ଟି ଦେବାକୁ ସବୁବେଳେ ପ୍ରୟାସ ରଖିବାକୁ ବିଧାୟକ ଶ୍ରୀ ପାଣିଗ୍ରାହୀ ନିଜ ବକ୍ତବ୍ୟ ରେ ରଖିଥିଲେ।
ମହାବିଦ୍ୟାଳୟ ର ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ , ଏନ ସି ସି ଓ ବିଶ୍ୱ ବିଦ୍ୟାଳୟରେ ସମ୍ମାନ ପାଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରଯାଇଥିଲା। ସେହିପରି କାଶୀନଗର ସହର ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ମଧ୍ୟ ମହାବିଦ୍ୟାଳୟ ତରଫରୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ବିଧାୟକଙ୍କ କର କମଳରେ କରିଥିଲେ।
ରାଜ୍ୟ
ଶ୍ରୀରାମ ସ୍ନାତକ ମହାବିଦ୍ୟାଳୟରେ ରଘୁନାଥ ମହୋତ୍ସବ ଅନୁଷ୍ଠିତ
- Hits: 28








