ହେଡଲାଇନସ୍:

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା ସଦରମହକୁମାର ପୂର୍ବତନ ବୋର୍ଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳ ସମ୍ମିଳନୀ ଆନୁକୂଲ୍ୟରେ ସଭାପତି ଦୁଷ୍ମନ୍ତ କୁମାର ଜେନାଙ୍କ ସଭାପତିତ୍ବରେ ଓଡ଼ିଶା ର ବରପୁତ୍ର ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତି ମହା ସମାରୋହରେ ପାଳିତ ହୋଇଯାଇଛି।
ଉକ୍ତ ସମାରୋହରେ ମୁଖ୍ୟଅତିଥି ଭାବେ ମାଲକାନଗିରି ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ବାଲା ରାଜୁ ପାଢି ଯୋଗଦେଇ ଥିବା ବେଳେ ସ୍ବତନ୍ତ୍ର ଅତିଥି ମାଲକାନଗିରି ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ବିଭାଗର ଉପ ନିର୍ଦ୍ଦେଶକ ଗୋଲକ ଚନ୍ଦ୍ର ଦଳେଇ, ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଡ. ସରୋଜ କୁମାର ଦାଶ ପ୍ରମୁଖ ଗଜପତିଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ, ଧୂପ ଦୀପ ପ୍ରଜ୍ବଳନ କରି ତାଙ୍କର ସଂକ୍ଷିପ୍ତ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ।
ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ପୂର୍ବତନ ଉତ୍କଳ ସମ୍ମିଳନୀ ଶାଖା ସଭାପତି ଡ. ରଞ୍ଜନ କୁମାର ସ୍ବାଇଁ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଭାପତି ତାରକ ମଣ୍ଡଳ, ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ପଣ୍ଡା, ଜଗବନ୍ଧୁ ସାହୁ, କେ. ଶିବଶଙ୍କର ପାତ୍ର, ଉପସଭାପତି ସୁରେନ୍ଦ୍ର ମଲ୍ଲିକ, ବାବାଜୀ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।
ସଭା ଶେଷରେ ଉପଦେଷ୍ଟା ଶ୍ରୀ ପଟ୍ଟନାୟକ ସମସ୍ତ ଅତିଥି ଓ ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault