ନୀଳଗିରି - ୨୬/୪: ଆଜି ପୂର୍ବାହ୍ନ ୧୧ଘଟିକା ସମୟରେ ନୀଳଗିରି ଡାକବଙ୍ଗଳା ପରିସରରେ ଉତ୍କଳ ସାମ୍ବାଦିକସଂଘ ବାଲେଶ୍ୱର ଜିଲ୍ଲାଶାଖାର ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଲୋକନାଥ ଦଳେଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ନୀଳଗିରି ବ୍ଲକ୍ ସଭାପତି ବ୍ରଜକିଶୋର ପାଣିଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ୧୨ଟି ବ୍ଳକର ସମସ୍ତ କର୍ମକର୍ତ୍ତାଙ୍କ ସମେତ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ନିରଞ୍ଜନ ବାରିକ, ଜିଲ୍ଲା ଉପସଭାପତି ଜୀବନକୃଷ୍ଣ ବାରିକ, ସଂଗଠନ ସମ୍ପାଦକ ଭଗବାନ ଦାସ, ସାଧାରଣ ସମ୍ପାଦକ ସୁଧାଂଶୁଶେଖର ବାରିକ, ସମ୍ପାଦକ ବିଜୟ କୁମାର ପ୍ରଧାନ, କାର୍ଯ୍ୟକାରିଣୀ ସଦସ୍ୟ ଲୋକନାଥ ପରିଡା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ବେହେରା, କାର୍ଯ୍ୟ କାରୀ ସଭାପତି ସଞ୍ଜୟ ସାମନ୍ତ, ଜିଲ୍ଲା ସମ୍ପାଦକ ପ୍ରକାଶ ପ୍ରଧାନ, ଅନାଦି ନାୟକ, ଜିଲ୍ଲା ସମ୍ପାଦକ ସରିତ୍ ସପନପଣ୍ଡା, ଉପସଭାପତି ଆତ୍ମାନନ୍ଦ ଦାସ, ଜଳେଶ୍ବରବ୍ଲକ ସଭାପତି ସଭାପତି ମନୋଜ ଭୂୟାଁ, ରେମୁଣା ବ୍ଲକ ସଭାପତିଦୀପକ ପ୍ରଧାନ, ନୀଳଗିରି ବ୍ରଜକିଶୋର ପାଣି, ଔପଦା ବ୍ଲକ ସଭାପତି ଶଙ୍କର୍ଷଣ ମହାନ୍ତି, ବସ୍ତା ବ୍ଲକ ସଭାପତି ପ୍ରସନ୍ନ ପାତ୍ର, ବାହାନଗା ବ୍ଲକ ସଭାପତିସନ୍ଦୀପ ପଣ୍ଡା, ସୋର ବ୍ଲକ ସଭାପତିଶେଖ୍ ତାଜିବୁଦ୍ଧିନ, ସିମୁଳିଆ ବ୍ଲକ କାର୍ଯ୍ୟ କାରୀ ସଭାପତିପର୍ଶୁରାମ ନାୟକ, ବାଲିଆପାଳ ବ୍ଲକ ସଭାପତି ଗୋପାଳ ବିଶ୍ୱାଳ, ମିଡ଼ିଆ କୋଡିନେଟର ପ୍ରମୋଦ କୁମାର ଶିଆଳ, ଅଜିତି ସାହୁ, ବିଭୂତି ଭୂଷଣ ବେହେରା, ମାନସ ବେଜ, ଅମିତ ବଳିଆୟାର ସିଂ, ଗଗନ କୁମାର ସେଠି, କପିଳ ସାମଲଙ୍କ ସମେତ ଶତାଧିକ ସଦସ୍ୟ/ସଦସ୍ୟା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ନୂତନ ସଭ୍ୟଭାବେ ଖଇରା ବ୍ଲକର ମହେନ୍ଦ୍ର ଶିଅଳ, ହେମନ୍ତ ସାହୁ, ନୀଳଗିରି ବ୍ଲକରୁ ଜଗନ୍ନାଥ ଦାସ, ସତ୍ୟବ୍ରତ ମଲ୍ଲିକ, ଧର୍ମେନ୍ଦ୍ର ମହାକୁଡ ପ୍ରମୁଖ ନୂତନ ସଭ୍ୟଭାବେ ଯୋଗଦେଇଥିଲେ। ସେମାନଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ସ୍ବାଗତ କରାଯାଇଥିଲା। ଏଥିରେ ରାଜ୍ୟସଂଘର ପ୍ରମୁଖ ୬ଗୋଟି ଦାବୀର ଯଥାର୍ଥତାକୁ ସମର୍ଥନ ଜଣାଇ ଆସନ୍ତା ୨୯ତାରିଖ ଦିନ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ୨ଘଣ୍ଟିଆ ପ୍ରତୀକ ଧର୍ମଘଟ କରାଯିବାର ନିଷ୍ପତ୍ତି ନିଆଗଲା। ଏପ୍ରିଲ ୨୯ତାରିଖ ଦିନ ୬ଦଫାଦାବୀ ସମ୍ବଳିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବାର ସର୍ବସମ୍ମତି ନିଆଗଲା।ଏତଦ୍ଭିନ୍ନ ୧ତାରିଖ ଶ୍ରମିକଦିବସରେ ପ୍ରତ୍ୟେକ ସାମ୍ବାଦିକ କଳାବ୍ୟାଚ ପରିଧାନ ପୂର୍ବକ ପ୍ରତିବାଦ ଜଣାଇବା ପାଇଁ ନିଷ୍ପତି ନିଆଗଲା। ଏହି ସଭାରେ ବାଲେଶ୍ୱର ସଦରବ୍ଲକର ସଭାପତି ଭାବେ ଜୀବନକୃଷ୍ଣ ବାରିକ ଏବଂ ରେମୁଣା ବ୍ଲକର ଦୀପକ କୁମାର ପରିଡାଙ୍କୁ ସଭାପତି ଭାବରେ ନିଷ୍ପତ୍ତି ନିଆଗଲା। ସର୍ବଶେଷରେ ଆଗାମୀ ୨୯ତାରିଖ ସଂଘର ପ୍ରତ୍ୟେକ ସଦସ୍ୟଙ୍କୁ ସକାଳ୯ପୂର୍ବରୁ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବାକୁ ଅନୁରୋଧ କରାଯାଇ ସଭାସଂଗ କରାଯାଇଥିଲା।
ରାଜ୍ୟ
ନୀଳଗିରିରେ ଉତ୍କଳ ସାମ୍ବାଦିକସଂଘର ଜିଲ୍ଲାକାର୍ଯ୍ୟକାରିଣୀ ବୈଠକ।
- Hits: 6








