ହେଡଲାଇନସ୍:

ଗ୍ରିଡକୋର ୩୧ତମ ସ୍ଥାପନା ଦିବସ ଉତ୍ସାହ ଓ ଗରିମାର ସହିତ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୨୦ ଏପ୍ରିଲ ୨୦୨୬: ଗ୍ରିଡକୋ ର ୩୧ତମ ସ୍ଥାପନା ଦିବସ ଉତ୍ସାହ ଓ ଇଦ୍ଦୀପନାର ସହ ପାଳିତ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ପାୱାର କମ୍ୟୁନିଟି ସେଣ୍ଟରରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶକ୍ତି ତଥା ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଗ୍ରିଡକୋର ଅଧ୍ୟକ୍ଷ ଶ୍ରୀ ବିଶାଲ କୁମାର ଦେବ, ଓପିଟିସିଏଲ୍‌ ସିଏମଡି ଶ୍ରୀ ଭାସ୍କର ଶର୍ମା, ଓପିଜିସିର ଏମଡି ଶ୍ରୀ କେଦାର ରଞ୍ଜନ ପାଣ୍ଡୁ ଏବଂ ଶକ୍ତି କ୍ଷେତ୍ରରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Imageନିଜ ଉଦବୋଧନରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଓଡିଶାର ବିଦ୍ୟୁତ୍‌ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ସଂପର୍କରେ ଉଲ୍ଲେଖ କରିବା ସହ ଗ୍ରିଡକୋର ଅବଦାନକୁ ରାଜ୍ୟର ବିଦ୍ୟୁତ୍‌ ବ୍ୟବସ୍ଥାର ଏକ ମୁଖ୍ୟ ଭିତ୍ତିସ୍ଥମ୍ଭ ଭାବେ ପ୍ରଶଂସା କରିଥିଲେ। ସେ ଗ୍ରିଡକୋର ଭୂମିକାକୁ ଶକ୍ତି ସୁରକ୍ଷା, ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ୍‌ ଯୋଗାଣ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରିଥିଲେ। ଏହାସହିତ ରାଜ୍ୟର ସମଗ୍ର ଉନ୍ନତି ଦିଗରେ ଗ୍ରିଡକୋର ଅବଦାନ ସଂପର୍କରେ ମଧ୍ୟ ମତବ୍ୟକ୍ତ କରିଥିଲେ।

Imageରାଜ୍ୟ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗ୍ରିଡକୋର ଅଧ୍ୟକ୍ଷ ଶ୍ରୀ ବିଶାଲ ଦେବ, ତାଙ୍କ ଉଦବୋଧନରେ ଶକ୍ତି ବ୍ୟବସ୍ଥାର ସନ୍ତୁଳନ ରକ୍ଷା ସହିତ ଅକ୍ଷୟ ଶକ୍ତି ବିକାଶ ଦିଗରେ ଗ୍ରିଡକୋର ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ।

Imageଗ୍ରିଡକୋର ପରିଚାଳନା ନିର୍ଦ୍ଦେଶକ ଡା. ସତ୍ୟପ୍ରିୟ ରଥ ସଭାରେ ସ୍ୱାଗତ ଭାଷଣ ଦେଇ ସଂସ୍ଥାର ୧୯୯୫ ମସିହାରୁ ଆରମ୍ଭ ହୋଇଥିବା ଯାତ୍ରାକୁ ସ୍ମରଣ କରିଥିଲେ ଏବଂ ସେ ଗ୍ରିଡକୋର ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ମଧ୍ୟ ସୂଚନା ଦେଇଥିଲେ ।

Imageଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗ୍ରିଡକୋ କେସ୍ ରିପୋଜିଟୋରୀ ସିଷ୍ଟମ୍ – ଜିସିଆରଏସ୍ ସଫ୍ଟୱେର୍ ର ଉଦଘାଟନ କରାଯାଇଥିଲା, ଯାହା, ଆଇନଗତ ପ୍ରବନ୍ଧନକୁ ସରଳ କରିବା ସହିତ ପାରଦର୍ଶିତା ଓ ସମନ୍ୱୟ ବୃଦ୍ଧି କରିବାରେ ସାହାଯ୍ୟ କରିବ ।

କାର୍ଯ୍ୟକ୍ରମରେ ସାତ ଜଣ ଶ୍ରେଷ୍ଠ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା । ଏହା ସହିତ ଗ୍ରିଡକୋ କର୍ମଚାରୀ ଓ ତାଙ୍କ ପରିବାରସଦସ୍ୟଙ୍କ ଦ୍ୱାରା ଏକ ରଙ୍ଗିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯାହା ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲା।

0
0
0
s2sdefault