ହେଡଲାଇନସ୍:

ବିଧାୟିକା ଙ୍କ ଠାରୁ ଆରମ୍ଭ ହେଲା ପଦ୍ମପୁର ଏନ.ଏ.ସି ର ସ୍ୱୟଂ ଗଣନା କାର୍ଯ୍ୟକ୍ରମ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର /ଶିବାଶିଷ ପଟ୍ଟନାୟକ (୪.୪):- ଜନଗଣନା-୨୦୨୭ ଅଭିଯାନ ର ଅଂଶ ଭାବରେ ସ୍ୱୟଂ ଗଣନା କାର୍ଯ୍ୟକ୍ରମ ପଦ୍ମପୁର ବିଧାୟୀକା ବର୍ଷା ସିଂ ବରିହା ଙ୍କ ଦ୍ୱାରା ଆରମ୍ଭ ହୋଇଛି ।ଏହି ଅବସରରେ ବରଗଡ଼ ଡେପୁଟି କଲେକ୍ଟର ସୁମତୀ ପଣ୍ଡା, ଜିଲ୍ଲା ଜନଗଣନା ଅଧିକାରୀ ଆଶୁତୋଷ ସିଂ,ପଦ୍ମପୁର ଏନ.ଏ.ସି ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ଉପସ୍ଥିତ ରହି ସମସ୍ତ ପ୍ରକ୍ରିୟା ରେ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଲୋକମାନଙ୍କୁ ଡିଜିଟାଲ ମାଧ୍ୟମରେ ସ୍ୱୟଂ ତଥ୍ୟ ଭରଣା କରିବା ପାଇଁ ପ୍ରତ୍ସୋହିତ କରାଯାଉଛି ।ଜନଗଣନା ୨୦୨୭ ଦେଶର ଯୋଜନା ଗତ ଉନ୍ନତି ପାଇଁ ଏକ ମୂଲ୍ୟବାନ ତଥ୍ୟ ସଂଗ୍ରହ ପ୍ରକ୍ରିୟା ସମସ୍ତ ଙ୍କ ସହଯୋଗ ଏହାର ସଫଳତା ର ମୂଳ ଆଧାର ଅଟେ ଏଣୁ ସମସ୍ତ ଜନସାଧାରଣ ସ୍ୱ ଗଣନା କରିବା ପାଇଁ ବିଧାୟିକା ଅନୁରୋଧ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ପଦ୍ମପୁର ଏନଏସି ର ସୌମ୍ୟ ବଲ୍ଲଭ ମହାପାତ୍ର, ଦୀନବନ୍ଧୁ ପଧାନ , କିଶୋର ପଣ୍ଡା, ଦିବ୍ୟ କିଶୋର ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault