ହେଡଲାଇନସ୍:

ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର, ତା ୦୩.୦୪.୨୦୨୬ ରିଖ ସୁମନ୍ତ କୁମାର ଦାସ: ଅପ୍ରେଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ଅବସରରେ ଏପ୍ରିଲ ୨ ତାରିଖ ଓ ୩ ତାରିଖ ପାରମ୍ପରିକ ପୋଷାକ ପରିଧାନ ଦିବସ 'ଆମ ପୋଷାକ ଆମ ପରିଚୟ' ପାଳିତ ହେଉଅଛି।ଜଗତସିଂହପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଜେ ସୋନାଲ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ, ଉପ ଜିଲ୍ଲପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ର ଅଧିକାରୀ ଓ କର୍ମଚାରୀ ପାରମ୍ପରିକ ପୋଷାକ ପରିଧାନ ପୂର୍ବକ କାର୍ଯ୍ୟାଳୟକୁ ଆସିଥିଲେ । “ଆମ ପୋଷାକ ଆମ ପରିଚୟ” ସ୍ଲୋଗାନ୍‌କୁ ସମ୍ମାନ ଜଣାଇ ଆଜି ଖଦୀ, ସମ୍ବଲପୁରୀ, ସୋନପୁରୀ, କୋଟପାଡ, ମାଣିଆବନ୍ଧ, ନୂଆପାଟଣା, ବୋମକାଇ ଆଦି ରାଜ୍ୟର ବିଭିନ୍ନ ସ୍ଥାନର ହସ୍ତତନ୍ତ ବୁଣା ପୋଷାକ ପରିଧାନ କରିଥିଲେ ।

ଆମ ବସ୍ତ୍ର ହେଉଛି ଆମ ସ୍ୱାଭିମାନ ଓ ଆମ ପରିଚୟ । ଓଡ଼ିଶା ହସ୍ତତନ୍ତ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ଏଣୁ କେବଳ ଓଡ଼ିଆ ପକ୍ଷ ପାଳନ ନୁହେଁ ଦୈନନ୍ଦିନ ଜୀବନରେ ସମସ୍ତେ ହସ୍ତତନ୍ତ ପୋଷାକ ପିନ୍ଧିବାକୁ ଅଭ୍ୟାସରେ ପରିଣତ କରି ଆମ ବୁଣାକାର ଓ ଗ୍ରାମ୍ୟ ଅର୍ଥନୀତିକୁ ସଶକ୍ତ କରିବା ସହ ସମୃଦ୍ଧ ଓଡ଼ିଶା ଗଠନରେ ଅଂଶୀଦାର ହେବାକୁ ଜିଲ୍ଲାପାଳ ଆହ୍ଵାନ ଦେଇଛନ୍ତି । ଏହି ଅବସରରେ ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଏକତ୍ରିତ ହୋଇ ଫଟୋ ଉଠାଇଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ କାର୍ଯ୍ୟାଳୟଠାରେ ମଧ୍ୟ ପାରମ୍ପରିକ ପୋଷାକ ପରିଧାନ ଦିବସ ଅନୁରୂପ ଭାବେ ପାଳିତ ହୋଇଯାଇଛି । ଏହା ମାଧ୍ୟମରେ ଲୋକମାନଙ୍କ ମନରେ ନିଜ ସଂସ୍କୃତି ପ୍ରତି ସମ୍ମାନ ବଢ଼ିବା ସହ ଏହାକୁ ଆଗାମୀ ପିଢି ପର୍ଯ୍ୟନ୍ତ ପହଞ୍ଚାଇବାର ଏହା ଏକ ପ୍ରୟାସ ।

0
0
0
s2sdefault