( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ ଙ୍କ ଅଧ୍ୟକ୍ଷତାରେ ନିଗମର ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ କମିଶନର ଏ ସାସ୍ୟା ରେଡ଼ି, ଡେପୁଟି ମେୟର ଇ ବିବେକ ରେଡ଼ି, ଅତିରିକ୍ତ କମିଶନର କଲ୍ୟାଣୀ ସଂଘମିତ୍ରା ଓ ବହୁ ଅଧିକାରୀ ସମେତ କର୍ପୋରେଟର ଟି କିଶୋର ପାତ୍ର,ସଂଜୀତ ପାଣିଗ୍ରାହୀ,ପ୍ରଶାନ୍ତ କୁମାର ପଟ୍ଟନାୟକ, ନୀଳକଣ୍ଠ ସାହୁ,ଧୀରେଶ କୁମାର ସାବତ, ଏନ୍ ଆପ୍ପା ରାଓ ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଯୋଗଦେଇଥିଲେ। ଅନୁଷ୍ଠିତ ବୈଠକରେ ସହର ପରିସରରେ ଥିବା ବିଭିନ୍ନ ଦୋକାନ, ବ୍ୟବସାୟ ଅନୁଷ୍ଠାନ, ଓ ଘରୋଇ ଟିକସ ଆଦାୟ ବିଷୟରେ ଆଲୋଚନା ହୋଇଛି। ଏତଦବ୍ୟତୀତ ସହର ର ସର୍ବାଙ୍ଗୀନ ଉନ୍ନତି ପାଇଁ ଅର୍ଥ ର ଆବଶ୍ୟକତା ରହିଛି। ଏହି ଭଳି ପରିସ୍ଥିତିରେ ଟିକସ ବୃଦ୍ଧି ନିମନ୍ତେ କେଉଁ ପଦକ୍ଷେପ ର ଆବଶ୍ୟକତା ରହିଛି ବୋଲି କର୍ପୋରେଟର ଟି କିଶୋର କୁମାର ପାତ୍ର ବକ୍ତବ୍ୟ ରଖିଥିଲେ।
ରାଜ୍ୟ
ବ୍ରହ୍ମପୁର ମହାନଗର ନିଗମର ଷ୍ଟାଣ୍ଡିଂ କମିଟି ବୈଠକ।
- Hits: 75








