ହେଡଲାଇନସ୍:

ନିଖୋଜ ନାବାଳକ ଓଡ଼ଗାଁରୁ ଉଦ୍ଧାର; ପରିବାର ଲୋକଙ୍କୁ ହସ୍ତାନ୍ତର କଲେ ଓଡ଼ଗାଁ ପୋଲିସ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡ଼ଗାଁ,୩।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସାକେରୀ ଗାଁର ଜଣେ ନିଖୋଜ ନାବାଳକୁ ଓଡ଼ଗାଁ ପୋଲିସ ଉଦ୍ଧାର କରି ଗୁରୁବାର ପରିବାରକୁ ହସ୍ତାନ୍ତର କରିଥିବା ଜଣାଯାଇଛି।ନାବାଳକ ଜଣକ ନିଖୋଜ ହୋଇଥିବା ନେଇ ଓଡ଼ଗାଁ ଥାନାରେ ଗତ ମାର୍ଚ୍ଚ ୨୭ ତାରିଖରେ ଅଭିଯୋଗ ହୋଇଥିଲା। ଏନେଇ ଓଡ଼ଗାଁ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ନାବାଳକୁ ଖୋଜିବା ଆରମ୍ଭ କରିଥିଲେ। ଶ୍ରୀରାମ ନବମୀ ଯାତ୍ରା ଅବସରରେ ମନ୍ଦିର ନିକଟରେ ହେଉଥିବା ନାଟକ ଦେଖିସାରି ଗୁରୁବାର ସକାଳେ ମନ୍ଦିର ରୋଡରେ ଏଣେତେଣେ ବୁଲୁଥିବା ବେଳେ ତାକୁ ପାଇ ପୋଲିସ ନିଜ ହେପାଜତକୁ ନେଇଥିଲେ। ଏବଂ ଆବଶ୍ୟକ ପ୍ରକ୍ରିୟା ପରେ ନାବାଳକକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ସୂଚନା ଥାଉକି ନାବାଳକ ଜଣକ ଭୂବନେଶ୍ୱରରେ ପରିବାର ସହିତ ରହୁଥିବା ବେଳେ କଣ୍ଟ୍ରୋଲ ଚାଉଳ ନେବାକୁ ଗାଁକୁ ଆସିଥିଲେ। ନିକଟସ୍ଥ ପାଣିବନ୍ଧ ଗାଁର କିଛି ଯୁବକ ନାବାଳକଙ୍ଖ ଠାରୁ ତାଙ୍କ ଫୋନ ଛଡାଇ ନେଇଥିଲେ। ଫଳରେ ନାବାଳକ ବାପା ମା'ଙ୍କ ସହିତ ଯୋଗାଯୋଗ ରଖି ପାରି ନଥିଲେ। ଏବଂ ରାମ ନବମୀ ଯାତ୍ରାରେ ସମୟ ବିତାଉଥିଲେ।ଅନ୍ୟ ପକ୍ଷରେ ନାବାଳକ ଜଣକ ଭୁବନେଶ୍ୱର ନଫେରିବାରୁ ପରିବାର ଲୋକେ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ।

0
0
0
s2sdefault