ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର ର ବିଭିନ୍ନ ହୋଟେଲ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଅବୈଧ ଗ୍ୟାସ ସିଲିଣ୍ଡର ବ୍ୟବହାର ଉପରେ ଚଢ଼ାଉ ହୋଇଛି। ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମାଶଙ୍କର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଆଜି ଭଞ୍ଜନଗର ଅଧୀନରେ ଅନେକ ହୋଟେଲ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଅଚାନକ ଚଢ଼ାଉ ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ୧୫ ଟି ଘରୋଇ ଓ ୯ ଟି
ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ସିଜ୍ କରାଯାଇଛି ।ଯଥା କ୍ରମେ, ହୋଟେଲ ଆନନ୍ଦ ୩ ଟି ଘରୋଇ ଗ୍ୟାସ , ହୋଟେଲ ସାନ୍ତି ପ୍ରସାଦ ୨ଟି ଘରୋଇ , ହୋଟେଲ 'ଓ' କରିମ୍ ଗୋଟିଏ ଘରୋଇ ଓ ୬ଟି ବ୍ୟବସାୟିକ ଗ୍ୟାସ ସିଲିଣ୍ଡର , ହୋଟଲ ଡାଲମା ୩ଟି ବ୍ୟବସାୟିକ ଗ୍ୟାସ ସିଲିଣ୍ଡର , ହୋଟେଲ ରାଇସ ଏବଂ ସ୍ପଏସ ୩ଟି ଘରୋଇ, ହୋଟେଲ ଅନ୍ନପୂର୍ଣ୍ଣା ୩ଟି ଘରୋଇ, ହୋଟେଲ ସାଇନଦନ ୨ଟି ଘରୋଇ, ହୋଟେଲ ପାତ୍ର ପାନ ଦୋକାନ ଗୋଟିଏ ଘରୋଇ ଗ୍ୟାସ ସିଲିଣ୍ଡର୍ ସିଜ୍ ହୋଇଛି।
ଏହାର ନିରୀକ୍ଷଣ ପାଇଁ ମାଜିଷ୍ଟ୍ରେଟ୍ ଦାୟିତ୍ଵ ରେ ସହାୟକ ଜିଲ୍ଲାପାଳ ଶ୍ରୀଯୁକ୍ତ ରାମଚନ୍ଦ୍ର ମହାପାତ୍ର ତୁଲାଇଥିଲେ ଏବଂ ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ସୁଭ୍ରଜିତ ସାମନ୍ତ, ଏମ୍.ଆଇ. ଭଞ୍ଜନଗର, ଏମ୍.ଆଇ. ବେଲଗୁଣ୍ଠ। ଏବଂ ଏମ୍.ଆଇ. ସୋରଡ଼ା ଅଧିକାରୀ ମାନେ ଉପସ୍ଥିତ ଥିଲେ । ଗ୍ୟାସ ସିଲିଣ୍ଡରର ଅନଧିକୃତ ବ୍ୟବହାର, କଳାବଜାରୀ ଏବଂ ସୁରକ୍ଷା ନିୟମ ଉଲ୍ଲଙ୍ଘନ କରୁଥିବା ହୋଟେଲ ଓ କମର୍ସିଆଲ୍ ପ୍ରତିଷ୍ଠାନମାନଙ୍କୁ ଚିହ୍ନଟି କରି ଗ୍ୟାସ ସିଲିଣ୍ଡର୍ ସିଜ୍ କରିବା ସହ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପ୍ରଶାସନ ତରଫରୁ ସତର୍କ କରିବା ସହ ଏଭଳି ଗୈରକାନୁନୀ କାର୍ଯ୍ୟକଳାପ ରୁ ଦୂରରେ ରହିବାପାଇଁ କଳାବଜାରୀଙ୍କୁ ସଚେତନ କରାଯାଇଛି , ଏପରି ଚଢ଼ାଉ କାର୍ଯ୍ୟ ଜାରିରହିବ ବୋଲି ଉପଜିଲ୍ଲାପାଳ ଶ୍ରୀଯୁକ୍ତ ବେହେରା ସୂଚନା ଦେଇଛନ୍ତି ତଥା ସମସ୍ତଙ୍କୁ ସତର୍କ କରାଯାଇଛି ।
ରାଜ୍ୟ
ଭଞ୍ଜନଗର ଉପଖଣ୍ଡ ପ୍ରଶାସନର ଏଲ୍ ପିଜି ଗ୍ୟାସ କଳା ବଜାରି ଓ ଅବୈଧ ଗ୍ୟାସ ସିଲିଣ୍ଡର ବ୍ୟବହାର ଉପରେ ଅଚାନକ ଚଢ଼ାଉ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ
- Hits: 118








