ହେଡଲାଇନସ୍:

ଅନ୍ତର୍ଜାତୀୟ କିନ୍ନର ଦୃଶ୍ୟ ମାନ୍ୟତା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର : ଅଶୋକ ସାହୁ, 31/03/2026,ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ଅନ୍ତର୍ଜାତୀୟ କିନ୍ନର ଦୃଶ୍ୟ ମାନ୍ୟତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲାର ସମସ୍ତ କିନ୍ନର ଏବଂ ସହରର ବିଭିନ୍ନ ଅନୁଷ୍ଠାନ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଙ୍କୁ ନେଇ ସ୍ଥାନୀୟ ମା ଭଣ୍ଡାର ଘରଣୀ ମନ୍ଦିରରେ ପୂଜା ଅର୍ଚ୍ଚନା ପରେ ବାଜା ବାଜଣା ସହ ଏକ ବିରାଟ ରାଲି ବାହାରି ବିନାୟକ ଭବନ ରେ ପହଞ୍ଚିଥିଲା। ଏହି ରାଲିରେ ପୌରାଧ୍ୟକ୍ଷ କୁନୁ ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର , ଜିଲ୍ଲା କିନ୍ନର ସଂଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ, ଉପଦେଷ୍ଟା ଜଗନ୍ନାଥ ମହାପାତ୍ର, ଉପଦେଷ୍ଟା ଶର୍ମିଷ୍ଠା ଦେଓ, କିଶୋରୀ ପଟ୍ଟନାୟକ, ସ୍ୱର୍ଣ୍ଣଲତା ପଟ୍ଟନାୟକ, ବାବୁ ପାତ୍ର, ଆଶାକିରଣ ଅଧ୍ୟକ୍ଷ ଜଗନ୍ନାଥ ବେହେରା , ଉମରକୋଟ ଅଞ୍ଚଳରୁ ସଂଘର ସଭ୍ୟା ସଂଯୁକ୍ତା ପଟ୍ଟନାୟକ, ଗୀତାଞ୍ଜଳି ନନ୍ଦ ସମେତ ଜିଲ୍ଳାର ସମସ୍ତ ବ୍ଲକ୍ ରୁ ଆସିଥିବା କିନ୍ନର ମାନେ ଉପସ୍ଥିତ ଥିଲେ। ତତ୍ପରେ ବିନାୟକ ଭବନ ପରିସରରେ ଅବସ୍ଥିତ ସମ୍ମିଳନୀ ଗୃହରେ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ଙ୍କ ସଭାପତିତ୍ବ ରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ କିନ୍ନର ସଂଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇ ସମାଜର ବିଭିନ୍ନ ବର୍ଗର ସହଯୋଗ ରେ ହିଁ କିନ୍ନର ସମାଜର ଉନ୍ନତି ହୋଇ ପାରିବ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବରେ କିନ୍ନର ସଂଘର ସଭାପତି କାଜୋଲ କିନ୍ନର ଏବଂ ସମ୍ପାଦକ ଚୁମୁକି କିନ୍ନର ମଞ୍ଚାସିନ ଥିଲେ। ସଭା ପ୍ରାରମ୍ଭରେ ପ୍ରୀତି କିନ୍ନର ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ଆଶାକିରଣ ଅଧ୍ୟକ୍ଷ ଜଗନ୍ନାଥ ବେହେରା ପରିଚାଳନା କରିଥିଲେ। ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂତନ ଭାବରେ ସଂଘରେ ଯୋଗ ଦେଇଥିବା ପାଞ୍ଚ ଜଣ କିନ୍ନର ଙ୍କୁ ଉପଢୌକନ ସହ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା, ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା କିନ୍ନର ସଂଘକୁ କମ୍ପ୍ୟୁଟର, ଫ୍ୟାନ, ଚୌକି ଟେବୁଲ ଏବଂ ଟିଭି ଆଦି ପ୍ରଦାନ କରାଯାଇଥିଲା। ଅତିରିକ୍ତ ସାମାଜିକ ସୁରକ୍ଷା ଅଧିକାରୀ ଏ.ଧନୁର୍ଜୟ ରାଓ, ମିଥୁନ ତ୍ରିପାଠୀ, ବୃନ୍ଦାବନ ବେବର୍ତ୍ତା, ମହେନ୍ଦ୍ର ବିଷୋୟୀ, ସବ୍ୟସାଚୀ ବେହେରା, ବିଶ୍ୱଜିତ୍ ମହାନ୍ତି, ସମସନ୍ ନାୟକ ଏବଂ ଶକୁନ୍ତଳା ଭତ୍ରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

0
0
0
s2sdefault