ସହଦେବ ଦାସ ସଭାପତି, କୃପାସିନ୍ଧୁଜେନା ସଂପାଦକ ନିର୍ବାଚିତ।
ବାସୁଦେବପୁର - ବାସୁଦେବପୁର ବାର ଆସୋସିଏସନର ନିର୍ଵାଚନ ଶନିବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ଏହି ନିର୍ବାଚନ ରେ ସଭାପତି ଭାବେ ସହଦେବ ଦାସ, ସମ୍ପାଦକ ଭାବରେ କୃପାସିନ୍ଧୁ ଜେନା, ଉପ ସଭାପତି ଭାବେ ସୁଶାନ୍ତ କୁମାର ବିଶ୍ବାଳ, ନିର୍ବାଚିତ ହୋଇଛନ୍ତି। ସେହିପରି ସହ ସଂପାଦକ ଭାବ ରେ ସନ୍ତୋଷ କୁମାର ନାୟକ, ସଦସ୍ୟ ଭାବ ରେ ଭାରତୀ ସୂତାର, ତରୁଣ ନାୟକ, ଶ୍ରୀଧର ମଲିକ୍ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟ ଲାଭ କରିଛନ୍ତି। ସୂଚନା ଅନୁଯାୟୀ ସଭାପତି ପଦବୀ ପାଇଁ ସହଦେବ ଦାସ ଓ ଶୁଭ ପ୍ରକାଶ ନାୟକ, ସଂମ୍ପାଦକ ପଦବୀ ପାଇଁ କୃପାସିନ୍ଧୁ ଜେନା ଓ ପ୍ରଦୀପ କୁମାର ମହାନ୍ତି, ଉପ ସଭାପତି ପଦବୀ ପାଇଁ ବିଜୟ କୁମାର ରାୟ ଓ ସୁଶାନ୍ତ କୁମାର ବିଶ୍ବାଳ ମଧ୍ୟ ରେ ଭୋଟ ଗ୍ରହଣ ହୋଇଥିବା ବେଳେ ସଭାପତି ଭାବରେ ସହଦେଵ ଦାସ, ସଂମ୍ପାଦକ ଭାବ ରେ କୃପାସିନ୍ଧୁ ଜେନା, ଉପ ସଭାପତି ଭାବରେ ସୁଶାନ୍ତ କୁମାର ବିଶ୍ବାଳ ନିର୍ବାଚିତ ହୋଇଛନ୍ତି।








