ଜଗତସିଂହପୁର,ତା-୨୮.୦୩.୨୦୨୬/ସୁମନ୍ତ କୁମାର ଦାସ: ପବିତ୍ର ଶ୍ରୀରାମ ନବମୀ ଅବସରରେ ଶୁକ୍ରବାର ଜୟ ଶ୍ରୀରାମ ଧ୍ବନିରେ ଜଗତସିଂହପୁର ସହର ପ୍ରକମ୍ପିତ ହେଲା । ସେହିପରି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ପାଳିତ ହେବା ସହ ରାମ ମନ୍ଦିରରେ ଭିଡ଼ ଦେଖୁବାକୁ ମିଳିଥିଲା। ବଜରଙ୍ଗ ଦଳ ପକ୍ଷରୁ ବିଶାଳ ଶୋଭାଯାତ୍ରା ପୁରୋହିତପୁର ଛକ ନିକଟରୁ ବାହାରି ଜଗତସିଂହପୁର ସହର ପରିକ୍ରମା କରିଥିଲା । ଶୋଭାଯାତ୍ରାରେ ସଂଗଠନର ବହୁ କର୍ମକର୍ତ୍ତା, ବର୍ଷା, ଯୁବବର୍ଗ ତଥା ରାମପ୍ରେମୀମାନେ ଯୋଗ ଦେଇଥିଲେ। ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗଦେଇ ଶାନ୍ତି ଓ ଭାଇଚାରାର ବାର୍ତ୍ତା ପ୍ରଦାନ କରିଥିଲେ। ଏହି ରାମ ନବମୀ ଉତ୍ସବରେ ବିଧାୟକ ଶ୍ରୀ ଦାସଙ୍କ ସମେତ ବଜରଙ୍ଗ ଦଳର ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ସାହୁ, ସମାଜସେବୀ ଲିଙ୍ଗରାଜ ଲେଙ୍କା, ଜ୍ୟୋତି ପ୍ରକାଶ ବାରିକ, ପ୍ରିୟାଷୁ ପରିଡ଼ା, ପ୍ରତୀକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହେଲା ଜଗତସିଂହପୁର ସହର
- Hits: 8








