ଓଡ଼ଗାଁ,୨୭।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନନ୍ଦିଘୋର ପାଣିଖିଆ ସାହିର ଜଣେ ବୃଦ୍ଧାଙ୍କ ବେକରୁ ୩ ଜଣ ଦୁର୍ବୃତ୍ତ ସୁନାର ମାଳି ଛିଣ୍ଡାଇ ନେବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଛି। ବୃଦ୍ଧା ଜଣକ ହେଲେ ସ୍ୱର୍ଗତ ହଜାରୀ ବେହେରାଙ୍କ ସ୍ତ୍ରୀ ଅଇଁଠା ବେହେରା(୮୨)।ଗତ ୨୫ ତାରିଖ ରାତି ସାଢ଼େ ନଅଟା ବେଳେ ଅଇଁଠା ଦାଣ୍ଡକୁ ଆସିଥିବା ବେଳେ ପୂର୍ବରୁ ଯୋଜନା ପ୍ରସ୍ତୁତ କରି ରଖିଥିବା ୩ ଜଣ ଦୁର୍ବୃତ୍ତ ହଠାତ୍ ପଛପଟୁ ଆସି ଗାମୁଛାରେ ଆଖି,ନାକ,ପାଟିକୁ ବାନ୍ଧିଦେଲେ। ଏବଂ କ୍ଷଣକେ ବେକରୁ ସୁନା ମାଳି ଛିଣ୍ଡାଇ ନେଇ ଘଟଣାସ୍ଥଳରୁ ଚାଲିଗଲେ।ଚୋରି ସୁନା ମାଳି ୩ ଭରି ରହିଥିବା ବେଳେ ବର୍ତ୍ତମାନ ସମୟରେ ତାର ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ। ପୋଲିସ ଚୋରକୁ ଧରିବା ପାଇଁ ଜାଲ ବିଛାଇଛି। ତେବେ ଆଗକୁ କଣ ହେଉଛି ତାହା ଦେଖିବାକୁ ବାକି ରହିଲା।ସାମ୍ପ୍ରତିକ ସମୟରେ ସୁନାର ମୂଲ୍ୟ ଅହେତୁକ ବୃଦ୍ଧି ଯୋଗୁଁ ଏବେ ସୁନା ଚୋରି ଏକ ନିତିଦିନିଆ ଘଟଣାରେ ପରିଣତ ହେଲାଣି। ଶୁକ୍ରବାର ଓଡ଼ଗାଁ ରଘୁନାଥଙ୍କ ପୀଠରେ ଅନୁଷ୍ଠିତ ଶ୍ରୀରାମଙ୍କ ଜନ୍ମ ଉତ୍ସବ ପାଳନ ଅବସରରେ ପୋଲିସ ମୃତୟନ ସତ୍ତ୍ୱେ ଅନେକ ଶ୍ରଦ୍ଧାଳୁଙ୍କ ବେକରୁ ସୁନା ମାଳି ଚୋରି ହୋଇଥିବା ଅଭିଯୋଗ ହୋଇଛି।
ରାଜ୍ୟ
୩ ଦୁର୍ବୁତ୍ତ ବୃଦ୍ଧାଙ୍କ ବେକରୁ ଛିଣ୍ଡାଇ ନେଲେ ସୁନା ମାଳି
- Hits: 17








