ହେଡଲାଇନସ୍:

ଗୁଣପୁର ବନ ବିଭାଗ ପକ୍ଷରୁ ବନାଗ୍ନି ସଚେତନତା ଶୋଭାଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): :ରାୟଗଡା ଜିଲ୍ଲା ଗୁଣପୁର ବନବିଭାଗ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ବନାଗ୍ନି ସଚେତନତା ଶୋଭାଯାତ୍ରା ଅନୁଷ୍ଟିତ ହୋଇଯାଇଛି । ଗୁଣପୁର ରେଞ୍ଜର ଗଙ୍ଗାଧର ମିଶ୍ରଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବନ ବିଭାଗର କର୍ମଚାରୀମାନେ ବାଇକ ଶୋଭାଯାତ୍ରାରେ ବାହାରି ସଚେତନତା ବାର୍ତା ଲିଖିତ ପ୍ଲାଇ କାର୍ଡ ଧରି ସହର ପରିକ୍ରମା କରିବା ସହ ଲୋକଙ୍କୁ ସଚେତନତା କରିଥିଲେ । ସେହିପରି ସହରର ମୁଖ୍ୟ ଛକ ନିକଟରେ ଜଙ୍ଗଲକୁ କିପରି ସୁରକ୍ଷା ଯୋଗାଇ ଦିଆଯାଇ ପାରିବ ଏବଂ ବନାଗ୍ନିକୁ କିପରି ରୋକାଯାଇପାରିବ ସେ ନେଇ ନାଚ ଗୀତ ମାଧ୍ୟମରେ ଉପସ୍ଥିତ ଲୋକଙ୍କୁ ବନ ବିଭାଗ ପକ୍ଷରୁ ସଚେତନତା କରାଯାଇଥିଲା । ନିଆଁର ପ୍ରୋକପରେ ଜଙ୍ଗଲ ଦିନକୁ ଦିନ ଅବକ୍ଷୟ ହେବାରେ ଲାଗିଛି । ନିଆଁର ଆଁରେ ମୁଲ୍ୟବାନ ଗଛ ନଷ୍ଟ ହେବା ସହ ଅନେକ ଜୀବ ଜନ୍ତୁଙ୍କ ମୃତ୍ୟୁ ଘଟିବା ଯୋଗୁଁ ପରିବେଶ ଉପରେ ଏହାର ସିଧା ପ୍ରଭାବ ପଡୁଛି । ଫଳରେ ଜଙ୍ଗଲ ନଷ୍ଟ ହେବା ସହ ପରିବେଶ ମଧ୍ୟ ବିଗିଡ଼ିବାରେ ଲାଗିଛି । ତେଣୁ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ସମସ୍ତେ ଯତ୍ନବାନ ହେବା ସହ ସଚେତନତା ହେବାର ଆବଶ୍ୟକତା ରହିଛି ବୋଲି ଗୁଣପୁର ରେଞ୍ଜର ଗଙ୍ଗାଧର ମିଶ୍ର ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗୁଣପୁର ଫରେଷ୍ଟର ପୂର୍ଣ୍ଣ ଚନ୍ଦ୍ର ପାତ୍ର,ରାମନାଗୁଡା ଫରେଷ୍ଟର ଜୟଦେବ ଶବର,ମୁକୁନ୍ଦପୁର ଫରେଷ୍ଟର ବରଖା ରାଣୀ ପାତ୍ର,ପଦ୍ମପୁର ଫରେଷ୍ଟର ରାଜକିଶୋର ଶବର ଓ ବନ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

0
0
0
s2sdefault