ହେଡଲାଇନସ୍:

TV5 Odia ୱେବ ନ୍ୟୁଜ ଚ୍ୟାନେଲର ତୃତୀୟ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ରାୟଗଡ: (ସରୋଜ କୁମାର ସାହୁ) ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ TV5 ଓଡ଼ିଆ ୱେବ ନ୍ୟୁଜ ଚ୍ୟାନେଲର ତୃତୀୟ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି l TV5 ଓଡ଼ିଆର ପ୍ରତିଷ୍ଠାତା ତଥା ମୂଖ୍ୟ ସମ୍ପାଦକ ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗାଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥିଭାବେ ରାୟଗଡ ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ୟାଲା ଭେଙ୍କେଟଶ୍ଵର ରାଓ (କୋଣ୍ଡା ବାବୁ), ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ଼ର (ସହ ମହାପ୍ରବନ୍ଧକ) ଶ୍ରୀ ପିତାମ୍ବର ବେହେରା, ବରିଷ୍ଠ ସାମ୍ବାଦିକ ଶ୍ରୀ ବାଦଲ କୁମାର ତା, ସେଞ୍ଚୁରୀଆନ ବିଶ୍ବ ବିଦ୍ୟାଳୟର ନିର୍ଦେଶକ ଶ୍ରୀ ରାଜେଶ କୁମାର ପାଢ଼ୀ ଓ ବରିଷ୍ଠ ଆଇନଜୀବୀ ତଥା TV5 ଓଡ଼ିଆର ଆଇନ ପରାମର୍ଶଦାତା ଶ୍ରୀ ପ୍ରଦୀପ ଦାସ ଯୋଗ ଦେଇଥିଲେ l ସଭାକାର୍ଯ୍ୟ ପ୍ରାରମ୍ଭରେ ସମସ୍ତ ଅତିଥିଙ୍କ ଦ୍ୱାରା ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ଏହାପରେ ଦେଶାତ୍ମକ ବୋଧ ସଙ୍ଗୀତ ଗାନ କରାଯିବା ପରେ ଓଡ଼ିଶାର ପ୍ରମୁଖ ନୃତ୍ୟ ଓଡିଶୀ ନୃତ୍ୟ କୁନିକୁନି କଳାକାର ମାନେ ପରିବେଶଣ କରିଥିଲେ l ଏହିଅବସରରେ TV5 ଓଡ଼ିଆର ମୂଖ୍ୟ ସମ୍ପାଦକ ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗା ନିଜର ପ୍ରାରମ୍ଭିକ ଭାଷଣରେ ଏହି ଚ୍ୟାନେଲ କାହିଁକି ଓ କେଉଁ ଉଦେଶ୍ୟ ନେଇ ଗଠନ କରାଯାଇଥିଲା ଏବଂ ଦୀର୍ଘ ତିନି ବର୍ଷର ଯାତ୍ରା ସମ୍ପର୍କରେ କିଭଳି ବାଧାବିଘ୍ନ ସହ ଏହି ଚ୍ୟାନେଲକୁ ଆଗେଇ ନେବା ସହ ପ୍ରତି ବର୍ଗର ଜନ ସାଧାରଣଙ୍କ ନିକଟରେ ଆଦ୍ଧୃତ ଲାଭ କରାଇପାରିଛନ୍ତି ସେ ନେଇ ବିଶେଷ ବିବରଣୀ ପ୍ରଦାନ କରିଥିଲେ l ଏହାସହ ଆଜି ଏହି ଚ୍ୟାନେଲରେ ପ୍ରସାରିତ ସମସ୍ତ ନ୍ୟୁଜକୁ ପ୍ରତିବର୍ଗର ଲୋକ ଆଗ୍ରହର ସହକାରେ ଗ୍ରହଣ କରୁଥିବାରୁ ସମବେତ ଜନ ସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ l ଆଗାମୀ ଦିନରେ TV5 ଓଡ଼ିଆ ନ୍ୟୁଜ ଚ୍ୟାନେଲକୁ ଓଡ଼ିଶାର ପ୍ରତି କୋଣ ଅନୁକୋଣରେ କିଭଳି ପହଞ୍ଚିବ ସେ ନେଇ ଉଦ୍ୟମ ଜାରି ରହିଥିବା ପ୍ରକାଶ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ l TV5 ଓଡ଼ିଆର ତୃତୀୟ ବାର୍ଷିକ ଉତ୍ସବରେ ନିମନ୍ତ୍ରିତ ସମସ୍ତ ଅତିଥି ନିଜ ନିଜର ଭାଷଣ ପ୍ରସଙ୍ଗରେ TV5 ଓଡ଼ିଆ ନ୍ୟୁଜ ଚ୍ୟାନେଲ କିଭଳି ଭାବେ ନ୍ୟୁଜ ପରିବେଷଣ କରୁଛନ୍ତି ଏବଂ ପରିବେଷଣ କରାଯାଉଥିବା ନ୍ୟୁଜ ଗୁଡି଼କ ଅତି ଉଚ୍ଚକୋଟିର ବୋଲି ମତ ପ୍ରକାଶ କରିଥିଲେ l ଏହାସହ ଏହି ଚ୍ୟାନେଲ ମଧ୍ୟରେ ଜିଲ୍ଲା ତଥା ରାଜ୍ୟର ପ୍ରତି କୋଣରୁ ଅବହେଳିତ ନିଷ୍ପେସିତ ଜନତା ଏବଂ ଦୁର୍ନୀତି ଓ ହେଉଥିବା ସମସ୍ୟା ଗୁଡିକୁ ଲୋକ ଲୋଚନକୁ ଆଣିବା ନେଇ ପରାମର୍ଶ ଦେବା ସହ TV5 ଓଡ଼ିଆ ନ୍ୟୁଜ ଚ୍ୟାନେଲର ଉତ୍ତୋରତୋର କାମନା କରିଥିଲେ l ଏହି ଅବସରରେ କୁନିକୁନି କଳାକାରଙ୍କ ଦ୍ୱାରା ଭାରତ ନାଟ୍ୟମ ଓ ଆଦିବାସୀ ଢେମସା ନୃତ୍ୟ ପରିବେଷଣ କରାଯାଇଥିଲା l TV5 ଓଡ଼ିଆ ନ୍ୟୁଜ ଚ୍ୟାନେଲରେ ପ୍ରସାରିତ ନ୍ୟୁଜ ଗୁଡିକୁ ଅଧିକା ମାତ୍ରାରେ ଦେଖିବା ସହ ମତାମତ ପ୍ରଦାନ କରୁଥିବା ବ୍ୟକ୍ତି ଶ୍ରୀ ଅନନ୍ତ ପାଢ଼ୀ, ଶ୍ରୀମତୀ କସ୍ତୁରୀ ସାହୁ, ଶ୍ରୀମତୀ ଶ୍ରମିତା ପାଢ଼ୀ, ଡକ୍ଟର ସନ୍ଧ୍ୟା ଦଳାଇ, ଶ୍ରୀ ହୃଷିକେଶ କୁଳଦୀପ ଓ ଶ୍ରୀ ଗୋପୀନାଥ ଗୌଡ଼ଙ୍କୁ TV5 ଓଡ଼ିଆ ସମ୍ମାନରେ TV5 Odia ଓଡ଼ିଆ ନ୍ୟୁଜ ଚ୍ୟାନେଲ ତରଫରୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମେମଣ୍ଟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା l ଏହାସହ ଦୁଇଗୋଟି ବିଦ୍ୟାଳୟ ଗାୟତ୍ରୀ ମଡେଲ ପବ୍ଲିକ ସ୍କୁଲ ଓ ଏମ. ଇ. ସ. ଏଜୁକେସନ ସ୍କୁଲକୁ TV5 ଓଡ଼ିଆ ସମ୍ମାନରେ ସମ୍ମାନୀତ କରାଯାଇଥିଲା l TV5 ଓଡ଼ିଆ ନ୍ୟୁଜର ନ୍ୟୁଜ ଅଙ୍କର ଶ୍ରୀମତୀ ଗୀତା ଦେବୀ ଓ ନୃତ୍ୟ କୋରିଓଗ୍ରାଫର ଶ୍ରୀମତୀ ପିଙ୍କି ରଥଙ୍କୁ TV5 ଓଡ଼ିଆ ସମ୍ମାନରେ ସମ୍ମାନିତ କରାଯାଇଥିଲା l ଉକ୍ତ ଉତ୍ସବକୁ ଉଦଘୋଷକା ଶ୍ରୀମତୀ ବିଦିତା ଶତପଥି ପରିଚାଳନା କରିଥିବାବେଳେ TV5 ଓଡ଼ିଆ ନ୍ୟୁଜ ଚ୍ୟାନେଲର ସହ ସମ୍ପାଦକ ଶ୍ରୀ ମନୋଜ କୁମାର ସାହୁ, ସାମ୍ବାଦିକ ସରୋଜ କୁମାର ସାହୁ, ଗିରିଶଖର ରଥ, ଦୀପକ ପଣ୍ଡା, ବିଭୁ ଶତପଥି, ହରିନାରାୟଣ ଦାସ, ରୋହିତ ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ସହରର ବିଭିନ୍ନ ବର୍ଗର ନିମନ୍ତ୍ରିତ ଅତିଥି ଉପସ୍ଥିତ ଥିଲେ l

0
0
0
s2sdefault