ହେଡଲାଇନସ୍:

ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଜଗନ୍ନାଥ ନଗରର ବାର୍ଷିକ ଉତ୍ସବ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ଜଗନ୍ନାଥ ନଗର, ଭୁବନେଶ୍ୱରର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ଗୌରାଙ୍ଗ ଚରଣ ନନ୍ଦ ସଭାପତିତ୍ୱ କରିଥିଲେ । ଲର୍ଡ ଜଗନ୍ନାଥ ମିଶନ ଟ୍ରଷ୍ଟର ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ବୈରାଗୀ ଚରଣ ନାୟକ ମୂଖ୍ୟବକ୍ତା ଭାବେ ଏବଂ ଟ୍ରଷ୍ଟି ସ୍ୱର୍ଣ୍ଣଲତା ମହାନ୍ତି ବକ୍ତା ଭାବେ ଏଥିରେ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଗିରିଜା ଶଙ୍କର ଦାଶ, ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ଜଗନ୍ନାଥ ନଗରର ପ୍ରିନ୍ସିପାଲ ବିଜୟ କୁମାର ସାହୁ ଏବଂ ମ୍ୟାନେଜର ସତ୍ୟାନନ୍ଦ ରାଜ,ଅଞ୍ଜନ କୁମାର ଦେବତା, ଲକ୍ଷ୍ମୀପ୍ରିୟା ଶତପଥୀ, ମନୋଜ କୁମାର ନାୟକ, ସୁବ୍ରତ କୁମାର ପଟ୍ଟନାୟକ ଓ ପ୍ରମୋଦ ଚନ୍ଦ୍ର ବେହେରା ଏହି ଅବସରରେ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।

0
0
0
s2sdefault