ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଐତିହ ସମ୍ପନ୍ନ ସହର ପାରଳାଖେମୁଣ୍ଡି ସ୍ଥିତ ପ୍ଲେ ସ୍କୁଲ ୱାନଡେ଼ରେଲା କିଡ଼ସ ଜୟର ୧୧ ତମ ବାର୍ଷିକ ଉତ୍ସବ "ବନ୍ଧନ- ୨୫" ଆଜି (ଶନିବାର) ରାଜ ପ୍ରସାଦ ସାମ୍ନା ଅର୍ବ|ନ ବ୍ୟାଙ୍କ ଉଦ୍ୟାନ ରେ ଅତି ସୁଚାରୁ ରୂପେ ଅନୁଷ୍ଠିତ ହୋଇଯାଇଛି | ଆନୁଷ୍ଠାନିକ ଭାବରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବ କୁ ଆରମ୍ଭ କରାଯାଇଥିଲା।
ମଞ୍ଚରେ ଉପସ୍ଥିତ ଅତିଥି ମାନେ ଯଥା ପାରଳା ପୋୖରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ପଣ୍ଡିତ ଶ୍ରୀ ରଘୁନାଥ ପାତ୍ର , କୌଳାସ ଚନ୍ଦ୍ର ସ୍ୱାଇଁ , ଶିଶୁ ସାହିତ୍ୟିକ ( ବାଲିଘର ) , ଡ. ସଂଗ୍ରାମ ସ୍ବାଇଁ ଏବଂ ବିଦ୍ୟାଳୟ ର ପରିଚାଳନା ସଦସ୍ୟ ବୃନ୍ଦ ମଂଚ ର ଶୋଭା କୁ ଦ୍ବିଗୁଣିତ କରିଥିଲେ।
ନିଜର ସ୍ୱାଗତ ଅଭିଭାଷଣ ରେ ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର କର ବିଦ୍ୟାଳୟ ର ବିଗତ ଦିନ ମାନଙ୍କର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ଏବଂ ବିଦ୍ୟାଳୟ ର କୃତି ଛାତ୍ର ଛାତ୍ରୀ ମାନଙ୍କର କୃତିତ୍ୱ ବର୍ଣ୍ଣନା କରିଥିଲେ। ଅଧ୍ୟକ୍ଷ ଶ୍ରୀମତୀ ରଂଜିତା ପଟ୍ଟନାୟକ ନିଜର ଅଭିଭାଷଣ ରେ ବିଦ୍ୟାଳୟ ର ଶିକ୍ଷା ପ୍ରଣାଳୀ ଉପରେ ଦୃଷ୍ଟି ପକାଇବା ସହିତ ବିଦ୍ୟାଳୟ ର ବାର୍ଷିକ ବିବରଣୀ ଏକ ସୁନ୍ଦର ଭିଡ଼ିଓ ମାଧ୍ୟମ ରେ ଦେଖାଇଥିଲେ।
ପୋୖରାଧ୍ୟାକ୍ଷା ଶ୍ରୀମତୀ ନିର୍ମଳା ସେଠୀ ନିଜ ଅଭି ଭାଷଣ ମାଧ୍ୟମ ରେ ଛୋଟ ଛୋଟ ପିଲା ମାନଙ୍କୁ ମା ପରି ସ୍ନେହ ଦେଇ ଶିକ୍ଷା ଦେଇ ପାରୁଥିବା ସମସ୍ତ କର୍ମଚାରୀ ମାନଙ୍କୁ ସାଦର ପ୍ରଣାମ କରିଥିଲେ। ବାଲ୍ୟ ସମୟ ଯେତେବେଳେ କି ପିଲା ମାନେ କିଛି ଜାଣି ନଥାନ୍ତି ସେହିପରି ବୟସ ରେ ପିଲା ମାନଙ୍କୁ ବିଦ୍ୟାଳୟ ରେ ରଖି ସେମାନଙ୍କୁ ଉତ୍ତମ ଆଚରଣ ଏବଂ ବିଭିନ୍ନ ବିଷୟ ରେ ଜ୍ଞାନ ଦେବା କେତେ କଷ୍ଟ ତାହା ସେ ଅଭିହିତ କରିଥିଲେ।
ପଣ୍ଡିତ ଶ୍ରୀ ରଘୁନାଥ ପାତ୍ର ବିଦ୍ୟାଳୟ ର ଆରମ୍ଭ ଦିନ ରୁ ନିଜର ସମ୍ପୃକ୍ତି ବିଷୟ ରେ ଜଣ ସାଧାରଣ ଙ୍କୁ ଜଣାଇଥିଲେ। ସେ ଉଲେଖ କରିଥିଲେ କି ନିଜେ ସେ ବିଦ୍ୟାଳୟ କୁ ଆରମ୍ଭ ଦିନ ରୁ ଦେଖିଛନ୍ତି ଯେତେବେଳେ ବିଦ୍ୟାଳୟ ରେ କେବଳ ୨୩ ଜଣ ଛାତ୍ର ଛାତ୍ରୀ ଥିଲେ ଯାହା କି ଏବେ ୨୦୦ ରେ ପହଂଚି ସାରିଲାଣି। ପିଲା ସଂଖ୍ୟା ବଢିଲେ ମଧ୍ୟ ବିଦ୍ୟାଳୟ ର ଶିକ୍ଷାଦାନ ପ୍ରଣାଳୀ ଏବଂ ପିଲା ମାନଙ୍କ ବୋଧିକ ବିକାଶ ପାଇଁ କୌଣସି ପ୍ରକାର ରେ ନିଜର ଗୁଣବତ୍ତା କୁ ସାଲିସ କରାଯାଉନଥିବା ସେ ଦର୍ଶାଇଥିଲେ। ଏହିପରି ଏକ ବିଦ୍ୟାଳୟର ସ୍ଥାପନ ପାଇଁ ସେ ପରିଚାଳନା ସଦସ୍ୟ ଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ।
ବିଦ୍ୟାଳୟ ର ପ୍ରଣାଳୀ କୁ ନେଇ ଅବିଭାବକ ଏବଂ ବୁଦ୍ଧିଜୀବୀ ମାନେ ଖୁସି ଜ୍ଞାପନ କରିଥିଲେ |
ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ଶ୍ରୀମତୀ ଲୀନା କର , ଶ୍ରୀମତୀ ରଂଜିତା ପଟ୍ଟନାୟକ , ଶ୍ରୀ ମନୋଜ କୁମାର କର , ଏବଂ ବିଦ୍ୟାଳୟ ର ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ସ୍ତୀତପ୍ରଜ୍ଞା ବେହେରା , ଡାଇନା ଛିଞ୍ଚାଣୀ , ମାମୁନି ସେନାପତି , ଖୁସଵୁ କୁମାରୀ , ରଶ୍ଚୀତା ପାତ୍ର ,
ଶୀଵାନୀ ଖଡଗରାୟ ,ସୁଦର୍ଶନା ମହାରଣା , ଅନିତା ପରିଚ୍ଛା , ବିଜୟଲକ୍ଷ୍ମୀ ସାହୁ ପରିଚାଳନା କରିଥିଲେ।
ନୃତ୍ୟ ଗୁରୁ ଆନନ୍ଦ ନାୟକ ଙ୍କ ନିର୍ଦ୍ଦେଶନାରେ କୁନି କୁନି ପିଲା ମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ମନୋରମ ଥିଲା। ଅଦ୍ଭୁତ ଉପସ୍ଥାପନା ଶୈଳୀ ରେ ସମସ୍ତ କାର୍ଯ୍ୟକ୍ରମ କୁ ଶ୍ରୀ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଅତି ସୁନ୍ଦର ଭାବରେ ପରିଚାଳନା କରିଥିଲେ। ଆଲୋକ ଏବଂ ମଂଚ ପରିଚାଳନା ଶ୍ରୀ ରମାକାନ୍ତ ବରାଳ ଅତି ନିପୁଣ ଭାବରେ କରିଥିଲେ | ଏହି ଉତ୍ସବ ପାଇଁ ଶ୍ରୀ ଜଗନ ପାଣିଗ୍ରାହୀ ଙ୍କ ସହଯୋଗ ଅତ୍ୟନ୍ତ ପ୍ରସଂଶନୀୟ | ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ | ବିଦ୍ୟାଳୟ ର ଏକ ଭିନ୍ନ ଉଦ୍ୟମ ଯାହା କ୍ଵଚିତ ଦେଖିବାକୁ ମିଳେ କି ଏହି ବାର୍ଷିକ ଉତ୍ସବ ପାଳନ ଅବସର ରେ ବିଦ୍ୟାଳୟ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା।
ରାଜ୍ୟ
ପ୍ଲେ ସ୍କୁଲ ୱାନଡେ଼ରେଲା କିଡ଼ସ ଜୟର ୧୧ ତମ ବାର୍ଷିକ ଉତ୍ସବ "ବନ୍ଧନ- ୨୫" ଅନୁଷ୍ଠିତ ---------------------------
- Hits: 10











