ହେଡଲାଇନସ୍:

ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ ଗ୍ରାଣ୍ଡ ଫିନାଲେ-୨୦୨୫, ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • -ୟାଟ୍‌ସ ଗ୍ରାଣ୍ଡ୍ ଫିନାଲେ ୨୦୨୫ରେ ସମ୍ବର୍ଦ୍ଧିତ ହେଲେ ରାଜ୍ୟର ୩୦ ଛାତ୍ରଛାତ୍ରୀ

  • - ଟାଟା ଷ୍ଟିଲ୍ ଓ ପଠାଣୀ ସାମନ୍ତ ପ୍ଲାନେଟାରିୟମ୍ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜିତ

  • - ୧୯ତମ ସଂସ୍କରଣରେ ରାଜ୍ୟର ୭୬,୭୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ

ଭୁବନେଶ୍ୱର, ୧୩ /୧୨ /୨୦୨୫: ଭୁବନେଶ୍ୱରସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟାରିୟମ୍‌ରେ ୧୯ତମ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍‌ସ)ର ଗ୍ରାଣ୍ଡ ଫିନାଲେ-୨୦୨୫ କାର୍ଯ୍ୟକ୍ରମ ଶନିବାର ଆୟୋଜିତ ହୋଇଯାଇଛି। ଏଥିରେ ସାରା ରାଜ୍ୟର ୩୦ ଜଣ ଯୁବ ଜ୍ୟୋତିର୍ବିଜ୍ଞାନୀଙ୍କୁ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା , ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମ୍ବର୍ଦ୍ଧିତ କରିଛନ୍ତି। ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧୀନସ୍ଥ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିଅମ୍ ସହଯୋଗରେ ଆୟୋଜିତ, ଏହି ପ୍ରମୁଖ କାର୍ଯ୍ୟକ୍ରମ ରାଜ୍ୟର ପ୍ରତିଷ୍ଠିତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ରାଜ୍ୟର ଯୁବ ପ୍ରତିଭାମାନଙ୍କୁ ପ୍ରୋତ୍ସାହନ ଦେବା ସହିତ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ, ଜ୍ୟୋତିର୍ବିଜ୍ଞାନୀ ଓ ଅନ୍ତରିକ୍ଷ ଗବେଷଣାଙ୍କୁ ଅନ୍ୱେଷଣ କରିବାକୁ ପ୍ରେରିତ କରିବା ।

ଗ୍ରାଣ୍ଡ ଫିନାଲେରେ ସାମିଲ ହୋଇଥିବା ୬୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୦ ଜଣ ବିଜୟୀ ଛାତ୍ରଛାତ୍ରୀଙ୍କୁ ମାନ୍ୟବର ମନ୍ତ୍ରୀ ସମ୍ମାନିତ କରିଛନ୍ତି। ଟାଟା ଷ୍ଟିଲ୍ ଓ ପଠାଣୀ ସାମନ୍ତ ପ୍ଲାନେଟାରିୟମ୍‌ର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷ ରାଜ୍ୟର ସମସ୍ତ ଜିଲାରୁ ୭୬,୭୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ୨୦୦୭ ମସିହାରେ ୟାଟ୍‌ସ ଶୁଭାରମ୍ଭ ପରଠାରୁ ଏଥିରେ ୪.୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଯୋଡି ହୋଇଛନ୍ତି।

ଆଜିର ଏହି କାର୍ଯ୍ୟକ୍ରମରେ ଖଣ୍ଡପଡା ବିଧାୟକ ଶ୍ରୀ ଦୁଷ୍ମନ୍ତ କୁମାର ସ୍ୱାଇଁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ପଠାଣୀ ସାମନ୍ତ ପ୍ଲାନଟାରିୟମ୍‌ର ଅଧ୍ୟକ୍ଷା ଶ୍ରୀମତୀ ଚିତ୍ରା ଅରୁମୁଗମ (ଆଇଏଏସ୍‌), ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଉପ ସଚିବ ତଥା ପ୍ଲାନେଟାରିୟମ୍‌ର ଡାଇରେକ୍ଟର ଇନଚାର୍ଜ ଶ୍ରୀମତୀ ଉର୍ମିପ୍ରଭା ମହାରଣା, ଟାଟା ଷ୍ଟିଲ୍‌ର ଉପସଭାପତି (କର୍ପୋରେଟ୍ ସର୍ଭିସେସ) ଶ୍ରୀ ଡି ବି ସୁନ୍ଦର ରମମ ଓ ଟାଟା ଷ୍ଟିଲର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଯୁବ ଜ୍ୟୋତିର୍ବିଜ୍ଞାନୀମାନଙ୍କୁ ଅଭିନନ୍ଦନ ଜଣାଇ ମାନ୍ୟବର ମନ୍ତ୍ରୀ କହିଛନ୍ତି ଯେ, “ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣର ଗ୍ରାଣ୍ଡ ଫିନାଲେରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ସେମାନେ ଜଣେ ଜଣେ ବିଶିଷ୍ଟ ମହାକାଶ ବିଜ୍ଞାନୀ ହେବେ ବୋଲି ଆଶା କରୁଛି। ୟାଟସ ଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ସହ ସ୍କୁଲ ପିଲାମାନଙ୍କ ମଧ୍ୟରେ ମହାକାଶ ବିଜ୍ଞାନ ପ୍ରତି ଉତ୍ସାହ ଭରୁଥିବା ପାଇଁ ଟାଟା ଷ୍ଟିଲକୁ ଧନ୍ୟବାଦ ଜଣାଉଛି। ଏହି ଯୁବ ପ୍ରତିଭାମାନେ ନିଶ୍ଚିନ୍ତଭାବେ ଏ କ୍ଷେତ୍ରରେ ବହୁ ଆଗକୁ ଯିବେ ଓ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି ମୋର ବିଶ୍ୱାସ ।

କାର୍ଯକ୍ରମରେ ଯୋଗଦେଇ ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ଖଣ୍ଡପଡାର ସୁଯୋଗ୍ୟ ସନ୍ତାନ ପଠାଣି ସାମନ୍ତଙ୍କ ଉପଲବ୍ଧି କିପରି ପିଲାମାନକୁ ପ୍ରେରିତ କରୁଛି ସେ ସମ୍ପର୍କରେ ଖଣ୍ଡପଡା ବିଧାୟକ ଶ୍ରୀ ଦୁଷ୍ମନ୍ତ କୁମାର ସ୍ୱାଇଁ ନିଜର ମତ ରଖିଥିଲେ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ପଠାଣି ସାମନ୍ତ ପ୍ଲାନଟାରିୟମ୍‌ର ଅଧ୍ୟକ୍ଷା ଶ୍ରୀମତୀ ଚିତ୍ରା ଅରୁମୁଗମ କହିଛନ୍ତି, ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ) ଗ୍ରାଣ୍ଡ ଫିନାଲେ ହେଉଛି ରାଜ୍ୟ ସରକାର ଓ ଟାଟା ଷ୍ଟିଲର ମିଳିତ ଉଦ୍ୟମରେ ହେଉଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ବିଜ୍ଞାନ ପ୍ରତି ରୁଚି ଓ ଆଗ୍ରହ ରହିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଏକ ବିଶେଷ ସୁଯୋଗ। ଆଜିର କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଯୁବ ପ୍ରତିଭାମାନେ ଭବିଷ୍ୟତରେ ଯେଉଁ କ୍ଷେତ୍ରରେ ବି ରହିଲେ ସେମାନେ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବେ। ଆଜିର ୩୦ ବିଜୟୀ ଛାତ୍ରଛାତ୍ରୀମାନେ ଇସ୍ରୋ ସଂସ୍ଥାନ ପରିଦର୍ଶନ କରିବା ସହ ମହାକାଶ ବିଜ୍ଞାନ ସମ୍ପର୍କରେ ଅନେକ କିଛି ଜାଣିବାର ସୁଯୋଗ ପାଇବେ।“

ଟାଟା ଷ୍ଟିଲ୍‌ର ଉପସଭାପତି (କର୍ପୋରେଟ୍ ସର୍ଭିସେସ) ଶ୍ରୀ ଡି ବି ସୁନ୍ଦର ରମମ ଯୁବ ଜ୍ୟୋତିର୍ବିଜ୍ଞାନୀମାନଙ୍କ ମଧ୍ୟରେ ବିଜ୍ଞାନକୁ ନେଇ ଆଗ୍ରହ ସୃଷ୍ଟି କରିବା ପାଇଁ କମ୍ପାନିର ରହିଥିବା ଦୀର୍ଘକାଳୀନ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ୟାଟ୍‌ସ କେବଳ ଏକ ପ୍ରତିଯୋଗିତା ନୁହେଁ, ଏହା ମହାକାଶ ବିଜ୍ଞାନ ପ୍ରତି ପଠାଣି ସାମନ୍ତଙ୍କ ମହାନ ଅବଦାନ ପ୍ରତି ଶ୍ରଦ୍ଧାଞ୍ଜଳି। “ୟାଟ୍‌ସ”, ଅନ୍ତରୀକ୍ଷ ସମ୍ପର୍କରେ ଅନ୍ୱେଷଣ କରିବାକୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଭରିବା ସହ ସେମାନଙ୍କୁ ପ୍ରେରଣା ଦେଉଛି।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ସ୍ପେସ୍ ସେଣ୍ଟରରେ ସେଫ୍ଟି ଅପରେସନ୍ସ ଏବଂ ସିଷ୍ଟମ୍ସ ଇଣ୍ଟିଟିରେ କାର୍ଯ୍ୟରତ ବୈଜ୍ଞାନିକ-ଏସଜି ଏବଂ ଇପି ଓ ଏଫ୍‌ଏମଡି ମୁଖ୍‌ଯ ଶ୍ରୀ ଅମିତାଭ ମହାନ୍ତି ଏବଂ “ସେରେଣ୍ଡିପିଟି ସ୍ପେସ” (ମହାକାଶରେ ଔଷଧୀୟ ଉତ୍ପାଦର ନିର୍ମାଣ ଓ ସୁରକ୍ଷିତ ଭାବେ ଏହାକୁ ପୃଥିବୀ ପୃଷ୍ଠକୁ ଆଣିବାରେ ସହଯୋଗ କରିବା ପାଇଁ ଉପଗ୍ରହ ବିକଶିତ କରୁଥିବା କମ୍ପାନୀ)ର ସହ ସଂସ୍ଥାପକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅନ୍ତରୀକ୍ଷ ପରିଚ୍ଛା ପିଲାମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ନିଜର ଅନୁଭୂତି ବାଣ୍ଟିଥିଲେ। ଏଥିସହିତ, ଭୁବନେଶ୍ୱରର ଇଓ ଡେଭଲପର ଏବଂ ୟାଟସ-୨୦୧୫ରେ ସାମିଲ ହୋଇଥିବା ପୂର୍ବତନ ଛାତ୍ର ଆୟୁଷ ଦଳାଇ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ୟାଟ୍‌ସର ଚଳିତ ସଂସ୍କରଣର ବିଷୟବସ୍ତୁ ରହିଥିଲା “ଆଜିର ନକ୍ଷତ୍ରଦର୍ଶୀ, ଆସନ୍ତାକାଲିର ମହାକାଶଚାରୀ’। ୟାଟ୍‌ସ ଗ୍ରାଣ୍ଡ ଫିନାଲେରେ ବିଜୟୀ ହୋଇଥିବା ୩୦ ଜଣ ଯୁବ ଜ୍ୟୋତିର୍ବିଜ୍ଞାନୀମାନେ ଖୁବଶୀଘ୍ର ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପରିଦର୍ଶନ କରିବେ। ସେଠାରେ ସେମାନେ ବୈଜ୍ଞାନିକମାନଙ୍କୁ ଭେଟି ମହାକାଶ ସମ୍ପର୍କରେ ଜ୍ଞାନ ଆରହଣ କରିବା ସହ ଅତ୍ୟାଧୁନିକ ମହାକାଶ ଗବେଷଣା ସମ୍ପର୍କରେ ଅନେକ ବିସ୍ମୟକର କଥା ଜାଣିବାର ସୁଯୋଗ ପାଇବେ। ଗତ ସଂସ୍କରଣଗୁଡିକରେ ବିଜୟୀ ହୋଇଥିବା ୨୩୦ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଇସ୍ରୋ ପରିଭ୍ରମଣର ସୁଯୋଗ ପାଇଛନ୍ତି।

ଓଡ଼ିଶା ସ୍ପେସ ଆପ୍ଲିକେସନ ସେଣ୍ଟର ର ମୁଖ୍ୟ କାର୍ଯନିର୍ବାହୀ ଶ୍ରୀମତୀ ରଶ୍ମୀତା ପଣ୍ଡା , ଆଇଏଏସ, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଅତିରିକ୍ତ ସଚିବ ଶ୍ରୀମତୀ ଶିବାନୀ ମହାନ୍ତି, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅତିରିକ୍ତ ସଚିବ ତଥା ଅର୍ଥନୈତିକ ପରାମର୍ଶଦାତା ଶ୍ରୀମତୀ ବିଦ୍ୟୁତପ୍ରଭା ରାଉତ, ବାୟୋଟେକ୍ନୋଲୋଜିର ଉପ ନିର୍ଦ୍ଦେଶକ, ଶଶିକାନ୍ତ ଦାଶ , ଉପ ସଚିବ ଚିନ୍ମୟୀ ଚେତନା ଦାସ ଓ ଟାଟା ଷ୍ଟିଲର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

0
0
0
s2sdefault