ହେଡଲାଇନସ୍:

କମ୍ପର ଗ୍ରାମରେ ନିଆଁ ଆତଙ୍କ: ୨ ମିନିଟରେ ୧୦ ପରିବାରଙ୍କ ଚାଷ ପାଉଁଶ, ଜୀବନ ଅନ୍ଧକାରରେ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 


କାଶୀପୁର ରୁ ବୈକୁଣ୍ଠ ଦୁରିଆ - କମ୍ପର ଗ୍ରାମରେ ଦିନ ୧୨ ଘଣ୍ଟା ସମୟରେ ଘଟିଥିବା ଏକ ଦୁଃଖଦ ଘଟଣା ୧୦ ପରିବାରର ଜୀବନକୁ ମୁହୂର୍ତ୍ତରେ ଅନ୍ଧକାର କରିଦେଲା। ଚାଷକୁ ଏକମାତ୍ର ଜୀବିକା କରି ଜୀବନ ଚଳାଉଥିବା ଏହି ପରିବାରମାନେ ସମ୍ପ୍ରତି ଖେତ ରୁ କଟା ମାଣ୍ଡିଆ ଓ ରୁଆକୁ ଓମଳ ପାଇଁ ଗୋଟିଏ ପଡିଆରେ ରଖିଥିଲେ। କିନ୍ତୁ ହଟାତ୍ କେମିତି ନିଆଁ ଲାଗିଲା ତାହା କିଏ ମଧ୍ୟ ବୁଝିପାରିଲେ ନାହିଁ। ମାତ୍ର ୨ ମିନିଟ୍‌ ମଧ୍ୟରେ  ପାଉଁଶ ହୋଇଗଲା |
ଏହି ଅଗ୍ନିକାଣ୍ଡରେ ୧୦ ପରିବାରର ବର୍ଷର ପରିଶ୍ରମ ମାଟିରେ ମିଶିଯାଇଛି। ଚାଷ ଥିଲା ଜୀବନର ଏକମାତ୍ର ଆଧାର, ସେହି ଆଧାର ପୁରାପୁରି ନଷ୍ଟ ହୋଇଯିବାରୁ ପରିବାର ଆତ୍ମଦୁଃଖରେ ଡୁବିଛନ୍ତି।
ପରିବାରମାନଙ୍କ କହିବା କଥା“ଏବେ ବଞ୍ଚିବାର ରାସ୍ତା ଅନ୍ଧାର। ସରକାର ସାହାଯ୍ୟ ନ କରିଲେ ଆମେ କିପରି ଜୀବନ ଚଳାଇବୁ? ଆମେ ଦଶ ପରିବାର ମରିଯିବୁ।”
ଘଟଣାସ୍ଥଳକୁ ଦୌଡିଯାଇ କୁଚେଇପଦର ସରପଞ୍ଚ ବାଙ୍ଗାରି ମାଝୀ ପ୍ରଭାବିତ ପରିବାରମାନଙ୍କୁ ଆଶ୍ୱାସନ ଦେଇଛନ୍ତି। ସେ କହିଛନ୍ତି—“ମୁଁ ସରକାରଙ୍କୁ ଏହି ବିଷୟ ଜଣାଇବି। ଯଥା କ୍ଷତିପୂରଣ ଓ ସହଯୋଗ ପ୍ରଦାନ ପାଇଁ ମୁଁ ଚେଷ୍ଟା କରିବି। ଆପଣମାନେ ଏକା ନୁହଁନ୍ତି ଆପଣଙ୍କ ସାଥିରେ ମୁ ଅଛି।”
ଗ୍ରାମବାସୀମାନେ ଏବେ ସରକାରୀ ସହାଯ୍ୟକୁ ଆଶାର ଦୃଷ୍ଟିରେ ଅପେକ୍ଷା କରୁଛନ୍ତି। ଶ୍ରମର ଫଳ ଭସ୍ମ ହେବାର ବେଦନା ଓ ଆଗାମୀ ଦିନର ଅନିଶ୍ଚିତ ତା ମଧ୍ୟରେ କମ୍ପର ଗ୍ରାମରେ ଦୁଃଖ ଓ ନିରାଶାର ଛାୟା ପ୍ରବଳ।

0
0
0
s2sdefault