ହେଡଲାଇନସ୍:

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ଆୟୋଜିତ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା- ୨୦୨୫, ଗୁଣପୁର ର ଆଜି ଅନ୍ତିମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଆଜି ଅନ୍ତିମ ଦିବସରେ ମଞ୍ଚରେ ଉପସ୍ଥିତ ମାନ୍ୟବର ବିଧାୟକ, ଗୁଣପୁର ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍କଙ୍କ କରକମଳରେ ଓ ପୁରୋହିତ ଶ୍ରୀଯୁକ୍ତ ତ୍ରିପତି ମହାନ୍ତିଙ୍କ ଦ୍ବାରା ବେଦମନ୍ତ୍ର ପଠନ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ବଳନ କରି ମଞ୍ଚକାର୍ଯ୍ୟ ଆରମ୍ଭ କରାଯାଇଥିଲା ।
ମୂଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ, ଗୁଣପୁର ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ ଓ ସମ୍ମାନିତ ଅତିଥି ରୂପେ ମାନ୍ୟବର ବିଧାୟକ ବିଷମକଟକ ଶ୍ରିଯୁକ୍ତ ନୀଳମାଧବ ହିକକା ଏବଂ ଜିଲ୍ଲା ପରିଷଦ ସଭ୍ୟ (ଗୁଣୁପୁର କ ଜୋନ୍ ) ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ଗମାଙ୍ଗ, ଡକ୍ଟର ସୁସ୍ମିତା ମହାନ୍ତି, କୃଷି ବିଜ୍ଞାନ କେନ୍ଦ୍ର, ଗୁଣପୁର, ଶ୍ରୀଯୁକ୍ତ ଧନଞ୍ଜୟ ବେହେରା SDIPRO ଗୁଣୁପୁର, କୃଷି ଜିଲ୍ଲା ଅଧିକାରୀ, ଗୁଣୁପୁର ଶ୍ରୀଯୁକ୍ତ ଦିବ୍ୟ ସ୍ଵରୂପ ପଣ୍ଡା, କୃଷି ଜିଲ୍ଲା ଅଧିକାରୀ, ମୁନିଗୁଡ଼ା ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ବେହେରା ଓ ଗୋଷ୍ଠୀ କୃଷି ଅଧିକାରୀ, ରାମନାଗୁଡ଼ା ଶ୍ରୀଯୁକ୍ତ ବିଭୂତି ଭୂଷଣ ବିଶୋୟୀ ଉପସ୍ଥିତ ରହି ସମସ୍ତ ବିଭାଗୀୟ ଚାଷ ର ଉନ୍ନତି ପ୍ରତି ପରାମର୍ଶ ଦେଇଥିଲେ । ମଞ୍ଚାସୀନ ସମସ୍ତ ଅତିଥି ଅଧିକାରୀଙ୍କୁ ପୁଷ୍ପକୁଣ୍ଡ ଓ ଉପଢୌକନ ପ୍ରଦାନ ପରେ କୃଷି ଜିଲ୍ଲା ଅଧିକାରୀ ଗୁଣପୁର ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଗୋଷ୍ଠୀ କୃଷି ଅଧିକାରୀ, ରାମନାଗୁଡ଼ା ଶ୍ରୀଯୁକ୍ତ ବିଭୂତି ଭୂଷଣ ବିଷୋୟୀ ମେଳାର ଉଦ୍ଧେଶ୍ୟ ଓ ଚାଷର ବିଭିନ୍ନ ଦିଗର ଉନ୍ନତି ପ୍ରତି ଆଲୋଚନା କରିଥିଲେ l
ବିଭାଗୀୟ ସମସ୍ତ ଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଗୁଡ଼ାରୀ ଓ ବିଷମକଟକ ବ୍ଲକ୍‌ର ୮ଜଣ ଚାଷୀଙ୍କୁ ମାନପତ୍ର ଓ ମୋମେଣ୍ଟ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା । ନୂତନ ଭାବେ କୃଷି ଯନ୍ତ୍ରପାତି କିଣିଥିବା ଚାଷୀଙ୍କୁ ମଞ୍ଚରେ ଚାବିକାଠି ପ୍ରଦାନ କରାଯାଇଥିଲା ।
କୃଷକ ପାଠଶାଳା ଆଲୋଚନା ଚକ୍ରରେ ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପଟ୍ଟନାୟକ, ସହକାରୀ ଉଦ୍ୟାନକୃଷି ଅଧିକାରୀ, ପଦ୍ମପୁର ଉଦ୍ୟାନ କୃଷି ସମ୍ପର୍କ ରେ ଉନ୍ନତ ଜ୍ଞାନ କୌଶଳ ପ୍ରୋୟଗ କରି ଉଦ୍ୟାନ ପ୍ରସ୍ତୁତ ଫସଲର ବଜାର କିପରି କରିହେବ ଏବଂ ଡ଼. ଆଲୋକ କୁମାର ଆଚାର୍ଯ୍ୟ, SDVO, ଗୁଣପୁର କୁତ୍ରିମ ପ୍ରଜନନ କରି ପ୍ରାଣୀଧନ ବିକାଶ ସମ୍ଭବ ହେବ ତାହା ଆଲୋଚନା କରିଥିଲେ । କୃଷି ଜିଲ୍ଲା ଅଧିକାରୀ, ମୁନିଗୁଡ଼ା ମଞ୍ଚାସୀନ ସମସ୍ତ ଅତିଥି ଅଧିକାରୀଙ୍କୁ ମେଳାରେ ପରିଚାଳନା କରିଥିବା କୃଷି ପରିବାର, ପ୍ରଦଶିର୍ତ ସମସ୍ତ ଷ୍ଟଲର କାର୍ଯ୍ୟକତ୍ରା, ସାମ୍ବାଦିକବନ୍ଧୁ, ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ସମସ୍ତ କଳାକାର, ଗୁଣୁପୁର ପୌରପରିଷଦ ର କାର୍ଯ୍ୟକର୍ତ୍ତା, ଅଗ୍ନିସମବାହିନୀ, ସୁରକ୍ଷାବାହିନୀ ଏବଂ କୃଷି ଜନ୍ତ୍ରପାତି ମେଳା ସହିତ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଜଡ଼ିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ସମସ୍ତ ଅତିଥି ଓ ଅଧିକାରୀ ଚାଷୀ ମାନଙ୍କ ସହ ଷ୍ଟଲ୍ ଗୁଡିକ ବୁଲି ଦେଖିଥିଲେ l

ଅପରାହ୍ନରେ ବିଭିନ୍ନ ଅନୁଷ୍ଠାନରୁ ଆସିଥିବା କଳାକାର ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସମସ୍ତଙ୍କ ମନ ମୋହିଥିଲା । ସମସ୍ତ କଳାକାରଙ୍କୁ ସମ୍ମାନିତ କଲାପରେ ଶ୍ରୀଯୁକ୍ତ ବିଭୂତି ଭୂଷଣ ବିଷୋୟି, ଗୋଷ୍ଠି କୃଷି ଅଧିକାରୀ, ରାମନାଗୁଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ସୁଶ୍ରୀ ଭାଗ୍ୟଶ୍ରୀ ମଲ୍ଲିକ, ସହକାରୀ କୃଷି ଯନ୍ତ୍ରୀ, ରାମନାଗୁଡ଼ା ଓ ଶ୍ରୀ ଉତ୍ତମ କୁମାର ଦାଶ ସହକାରୀ ବୈଷୟିକ ପରିଚାଳକ,ମୁନିଗୁଡ଼ା ଓ ଅକ୍ଷୟ କୁମାର ପଣ୍ଡା ଉଦ୍ୟାନକୃଷି ସମ୍ପ୍ରସାରଣ କର୍ମଚାରୀ, ରାମନାଗୁଡ଼ା ମଞ୍ଚକାର୍ଯ୍ୟ ପରିଚାଳନା କରିଥିଲେ ।

0
0
0
s2sdefault