ହେଡଲାଇନସ୍:

ମୋବାଇଲ ଟେକ୍ନିସିଆନଙ୍କ ବେଲଗୁଣ୍ଠାରେ ଆତ୍ମହତ୍ୟା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ବେଲଗୁଣ୍ଠାରେ ରହି ମୋବାଇଲ ଟେକ୍ନିସିଆନ୍ ଭାବେ କାର୍ଯ୍ୟ କରୁଥିବା କେରଳର ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।ମୃତକ ଜଣକ ହେଲେ କେରଳ ଥିରୁଅନନ୍ତପୁରମର ଭାଜୋତୁକୋନମ୍ ଅଞ୍ଚଳର ଅହମଦ ଏସ୍ (୧୮) ।ସେ ଗତ ଏପ୍ରିଲ ମାସ ୨୮ ତାରିଖରୁ ବେଲଗୁଣ୍ଠା ଜଗନ୍ନାଥ ପ୍ରସାଦ ରୋଡ୍ ସ୍ଥିତ ଭୁବନେଶ୍ୱରୀ ମୋବାଇଲ ପଏଣ୍ଟ ରେ ଟେକ୍ନସିଆନ୍ ଭାବେ ଯୋଗ ଦେଇଥିଲେ । ଦିଲ୍ଲୀ ସ୍ଥିତ ବ୍ରିଟ୍ କୋ କମ୍ପାନୀ
ତରଫରୁ କିଛି ପିଲା ଭୁବନେଶ୍ୱରୀ ମୋବାଇଲରେ ଟେକ୍ନିସିଆନ୍ ଭାବେ କାର୍ଯ୍ୟ କରୁଥିଲେ ଏବଂ ଉପର ମହଲାରେ ରହୁଥିଲେ ।ଅହମଦ୍ ଆଜି ସକାଳେ ମାଲିକ ବିକ୍ରମ ଶତପଥୀଙ୍କୁ ଦେହ ଭଲ ଲାଗୁ ନ ଥିବା କଥା ଜଣାଇ କାମକୁ ଯାଇ ନ ଥିଲେ । ତାଙ୍କ ସହିତ ମେସରେ ଥିବା ଅନ୍ୟ ଚାରି ଜଣ କାମକୁ ଯାଇ, ଖରାବେଳେ ଖାଇବା ପାଇଁ ଘରକୁ ଆସିଥିବା ସମୟରେ,ଅହମଦ୍ ଏକ ଗାମୁଛାକୁ ବେକରେ ଗୁଡେଇ ରେ ଫ୍ୟାନ୍ ରେ ଝୁଲି ଆତ୍ମହତ୍ୟା କରିଥିବା ଦେଖିଥିଲେ ।ତୁରନ୍ତ ମାଲିକ ବିକ୍ରମକୁ ଫୋନ୍ କରି ଜଣାଇଥିଲେ । ବିକ୍ରମ ଏ ନେଇ ବେଲଗୁଣ୍ଠା ପୋଲିସକୁ ଲିଖିତ ଆକାରରେ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ୧୭/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିବା ପୋଲିସ୍ ସୂତ୍ରରୁ ପ୍ରକାଶ । ଅତିରିକ୍ତ ତହସିଲଦାର କବିରାଜ ସେଠି ମାଜିଷ୍ଟେଡ଼ ଦାୟିତ୍ୟରେ ଉପସ୍ଥିତ ଥିଲେ l ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବା ନେଇ ଖବର ମିଳିଛି ।

 

0
0
0
s2sdefault