ହେଡଲାଇନସ୍:

କଳା ନିକେତନର ପ୍ରବାଳ ଜୟନ୍ତୀ ଉତ୍ସବ ପାଳିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖଲ୍ଲିକୋଟ ରୁ ଶିବରାମ ଜେନା/ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ କଇରାସି ସ୍ଥିତ କଳା ନିକେତନର ୩୫ ବର୍ଷ ପୂର୍ତ୍ତି ଉପଲକ୍ଷେ କଳା ନିକେତନ ପରିସରରେ ଥିବା ଭଞ୍ଜ କଳା ରଙ୍ଗମଞ୍ଚ ଠାରେ ଦୁଇ ଦିନ ବ୍ୟାପୀ ମହା ସମାରୋହରେ ପାଳିତ ହୋଇଯାଇଛି ପ୍ରବାଳ ଜୟନ୍ତୀ ଉତ୍ସବ। କଳା ନିକେତନ ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭାବରେ ଦୀର୍ଘ ବର୍ଷ ହେଲା କଳା ଓ ହସ୍ତଶୀଳ୍ପ କ୍ଷେତ୍ରରେ ଉନ୍ନତି ନିମନ୍ତେ ହସ୍ତଶିଳ୍ପ ଶିକ୍ଷା ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି। ଲଳିତ କଳା ଏକାଡେମୀ ଓ ପ୍ରାଚୀନ କଳାକେନ୍ଦ୍ରର ସହ ଭାଗିତାରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଇ ମାନପତ୍ର ପ୍ରାପ୍ତ କରୁଛନ୍ତି। ଶିଳ୍ପୀ ମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଶିବିର ମାନ ଆୟୋଜନ କରିବା ସହ ନମୁନାବିକାଶ କର୍ମଶାଳା ମାନ ନିୟମିତ ଭାବେ ଆୟୋଜନ ହେଉଛି। ପ୍ରଥମ ଦିନ କାର୍ଯ୍ୟକ୍ରମରେ ଖଲ୍ଲିକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ସତ୍ୟ ନାରାୟଣ ଦାସ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। କଇରାସି ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ବିଭିନ୍ନ ସ୍ଥାନରୁ ଆସିଥିବା ସଂଙ୍କିର୍ତ୍ତନ ମଣ୍ଡଳୀ ଦ୍ବାରା ଏକ ଶୋଭାଯାତ୍ରା କଳା ନିକେତନରେ ପହଞ୍ଚି ଥିଲା। ଉଦଯାପନୀ ଉତ୍ସବରେ ଅନୁଷ୍ଠାନର ସଂପାଦକ ତଥା ନିର୍ଦ୍ଦେଶକ ଶ୍ରୀ କମଳକାନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଟ୍ରାଇଫେଡର ରିଜିଓନାଲ ମ୍ୟାନେଜର ଶ୍ରୀ ନଗେନ୍ଦ୍ର ନାଥ ଝା ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବିଶିଷ୍ଠ ଭାସ୍କର୍ଯ୍ୟ ଶିଳ୍ପୀ ଗ୍ୟାନେସ ରଞ୍ଜନ ମିଶ୍ର ମୂଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ।ଓଡିଶା ସରକାରଙ୍କ ହସ୍ତଶିଳ୍ପ ଉପ ନିର୍ଦ୍ଦେଶକ ଶ୍ରୀ ଉମାପତି ବେହେରା ,ଖଲ୍ଲିକୋଟ ସ୍ଥିତ ସରକାରୀ ଚାରୁ ଓ କାରୁକଳା ମହା ବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ଦେବୀ ପ୍ରସାଦ ଦାସ,ସ୍ଥାନୀୟ ସମିତି ସଭ୍ୟ ବାନାମ୍ବର ସ୍ବାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅତିଥି ମାନେ କଳା ନିକେତନର ପ୍ରୟାସକୁ ପ୍ରଶଂସା କରିବା ସହ ଉତୋରତର ଉନ୍ନତି କାମନା କରିଥିଲେ। ଖଲ୍ଲିକୋଟ ଓ ବେଗୁନିଆପଡା ବ୍ଳକର ୩୨ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାର ମାନଙ୍କୁ ଅତିଥି ମାନେ ମାନପତ୍ର, ଉତ୍ତରିୟ ଓ ମୋମେଣ୍ଟୋ ପ୍ରଦାନ କରି ସମ୍ମାନିତ କରିଥିଲେ।ରାମଲୀଳା ଗାୟକ ଜଗନ୍ନାଥ ପାଣିଗ୍ରାହୀଙ୍କୁ ଭଞ୍ଜ କଳା ସମ୍ମାନ, ପ୍ରକାଶ ଚନ୍ଦ୍ର ମହାରଣାଙ୍କୁ ଉତ୍କୃଷ୍ଟ ହସ୍ତକଳା ଓ ଗୌରୀ ଶଙ୍କର ମୁଦୁଲୀଙ୍କୁ ମୃତ୍ତିକା କଳା ସମ୍ମାନ ପ୍ରଦାନ କରାଯାଇଥିଲା। ଶିଳ୍ପୀ ନାମକ ଏକ ସ୍ବରଣିକା ଉନ୍ମୋଚନ କରାଯାଇଥିଲା। ଶିକ୍ଷକ ପ୍ରଦୀପ ତ୍ରିପାଠୀ ଓ ପ୍ରଭତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ କରାଯାଇଥିଲା। ଶହଶହ ସଂଖ୍ୟାରେ ପୁରଷ ଓ ମହିଳା ଉପସ୍ଥିତ ରହି ଅଂଶ ଗ୍ରହଣ କରିବା ସହ ଉପଭୋଗ କରିଥିଲେ।

0
0
0
s2sdefault