ହେଡଲାଇନସ୍:

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫ ଗୁଣପୁରର ଆଜି ଦ୍ୱିତୀୟ ଦିବସରେ ମଞ୍ଚରେ ଉପସ୍ଥିତ ସମସ୍ତ ମାନ୍ୟଗଣ ଅତିଥି ଅଧିକାରୀଙ୍କ କର କମଳରେ ଓ ପୁରୋହିତ ଶ୍ରୀଯୁକ୍ତ ତ୍ରିପତି ମହାନ୍ତି ଙ୍କ ଦ୍ୱାରା ବେଦମନ୍ତ୍ର ପଠନ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ମଞ୍ଚକାର୍ଯ୍ୟ ଆରମ୍ଭ ହୋଇଥିଲା ।

ଦ୍ୱିତୀୟ ଦିବସ ମେଳାରେ ମୂଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ପତି କ୍ରାସ୍କା - ଜିଲ୍ଲା ପରିଷଦ ସଭ୍ୟ ଗୁଡାରୀ ବ୍ଲକ, ସମ୍ମାନୀତ ଅତିଥି- ଶ୍ରୀ ରବିଶଙ୍କର ଗମାଙ୍ଗ- ଅଧ୍ୟକ୍ଷ ରାମନାଗୁଡ଼ା ପଞ୍ଚାୟତସମିତି, ଶ୍ରୀମତୀ ଦୁଃଖିନୀ ନୁଣ୍ଡରୁକା - ଅଧ୍ୟକ୍ଷା PS ମୁନିଗୁଡ଼ା, ଶ୍ରୀମତୀ ଯଶୋଦା ହୁଇକା, ଅଧ୍ୟକ୍ଷା, PS ବିଷମକଟକ, ଶ୍ରିମତୀ ଲକ୍ଷ୍ମୀ ଶବର, ଅଧ୍ୟକ୍ଷା ଗୁଡାରୀ PS, ଶ୍ରୀଯୁକ୍ତ କଇନ କିମ୍ବାକା - ଅଧ୍ୟକ୍ଷ ଚନ୍ଦ୍ରପୁର ପଞ୍ଚାୟତ, ସୁଜାତା କାଡ୍ରାକା, ZP ବିଷମକଟକ ଯୋନ୍ A ଓ ଶ୍ରୀମତୀ ଜାନକୀ ନିମାଲା, ଉପାଧ୍ୟକ୍ଷା PS ରାମନଗୁଡ଼ା ଉପସ୍ଥିତ ଥିଲେ । ମଞ୍ଚାସୀନ ସମସ୍ତ ଅତିଥି ଅଧିକାରୀଙ୍କୁ ପୁଷ୍ପକୁଣ୍ଡ ଓ ଉପଢୌକନ ପ୍ରଦାନ ପରେ କୃଷି ଜିଲ୍ଲା ଅଧିକାରୀ, ମୁନିଗୁଡ଼ା ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ନୂତନ ଜ୍ଞାନ କୌଶଳ ଓ ଉନ୍ନତ କୃଷି ଯନ୍ତ୍ରପାତି ବ୍ୟବହାର କରି କିପରି ଚାଷୀର ଉତ୍ପାଦନ ଶକ୍ତି ବୃଦ୍ଧି ହେବ ସେଥିପ୍ରତି ମୂଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ମାନେ ଗୁରୁତ୍ୱାରୋପ କରିଥିଲେ ।

ବିଭାଗୀୟ ସମସ୍ତ ଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ରାମନାଗୁଡ଼ା ଓ ଚନ୍ଦ୍ରପୁର ବ୍ଲକ୍‌ର ୮ ଜଣ ଚାଷୀଙ୍କୁ ମାନପ‌ତ୍ର ଓ ମୋମେଣ୍ଟ୍‌ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା । ଆଜିର ମେଳାରେ ଅନେକ ଚାଷୀ, କ୍ରୟ କରିଥିବା ଗାଡ଼ିର ଚାବି ମଞ୍ଚ ରେ ପ୍ରଦାନ କରାଯାଇଥିଲା ।
କୃଷକ ପାଠଶାଳା ଆଲୋଚନା ଚକ୍ରରେ ଶ୍ରୀ ଦାମୋଦର ପାଣିଗ୍ରାହୀ, ପ୍ରକଳ୍ପ ନିର୍ଦେଶକ, ମୃତ୍ତିକା ସଂରକ୍ଷଣ ବିଭାଗ, ରାୟଗଡ଼ା, ଶ୍ରୀଯୁକ୍ତ ବିଭୂତି ଭୂଷଣ ବିଶୋୟୀ, ଗୋଷ୍ଠୀ କୃଷି ଅଧିକାରୀ, ରାମନଗୁଡ଼ା ଜୈବିକ ଚାଷ ପଦ୍ଧତି ସମ୍ଵନ୍ଧରେ ଆଲୋଚନା କରିଥିଲେ ଓ ଶ୍ରୀ ସିଦ୍ଧାର୍ଥ ଶେଖର ସ୍ଵାଇଁ, ସହକାରୀ କୃଷି ଯନ୍ତ୍ରୀ, ରାୟଗଡା ଯୋଗଦେଇ ଉପସ୍ଥିତ ଚାଷୀ ନୂତନ କୃଷି ଯନ୍ତ୍ରପାତି ବ୍ୟବହାର କରି କିପରି କୃଷି ଉତ୍ପାଦନ ବୃଦ୍ଧି କରାହେବ ତାହା ଉପରେ ଆଲୋଚନା କରିଥିଲେ । ଶେଷରେ କୃଷି ଜିଲ୍ଲା ଅଧିକାରୀ, ଗୁଣପୁର ଶ୍ରୀଯୁକ୍ତ ଦିବ୍ୟ ସ୍ଵରୂପ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ସମସ୍ତ ଅତିଥି ଓ ଅଧିକାରୀ ଚାଷୀମାନଙ୍କ ସହ ପ୍ରଦର୍ଶିତ ସମସ୍ତ ଷ୍ଟଲ୍‌ ଗୁଡ଼ିକ ବୁଲି ଦେଖିଥିଲେ ।
ଅପରାହ୍ନରେ ବିଭିନ୍ନ ଅନୁଷ୍ଠାନରୁ ଆସିଥିବା କଳାକାର ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସମସ୍ତଙ୍କ ମନ ମୋହିଥିଲା । ସମସ୍ତ କଳାକାରଙ୍କୁ ସମ୍ମାନିତ କଲାପରେ ଶ୍ରୀଯୁକ୍ତ ବିଭୂତି ଭୂଷଣ ବିଷୋୟି, ଗୋଷ୍ଠି କୃଷି ଅଧିକାରୀ, ରାମନାଗୁଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ସୁଶ୍ରୀ ଭାଗ୍ୟଶ୍ରୀ ମଲ୍ଲିକ, ସହକାରୀ କୃଷି ଯନ୍ତ୍ରୀ, ରାମନାଗୁଡ଼ା ଓ ଶ୍ରୀ ଉତ୍ତମ କୁମାର ଦାଶ, ସହକାରୀ ବୈଷୟିକ ପରିଚାଳକ,ମୁନିଗୁଡ଼ା ମଞ୍ଚକାର୍ଯ୍ୟ ପରିଚାଳନା କରିଥିଲେ ।

0
0
0
s2sdefault