କାକଟପୁର ୧୧/୧ ୨: ପୁରୀ ଜିଲ୍ଲା କାକଟପୁର ଠାରେ ୧୯୭୮ ମସିହାରେ ସ୍ଥାନୀୟ ଲୋକଙ୍କ ଶ୍ରମ ଓ ବହୁ ବଦାନ୍ୟ ବ୍ୟକ୍ତିଙ୍କ ଦାନ ଅର୍ଥରେ ମଙ୍ଗଳା ମହାବିଦ୍ୟାଳୟ ପ୍ରତିଷ୍ଠା ଲାଭ କରିଥିଲା l ଏହି ମହାବିଦ୍ୟାଳୟରେ ଅଧ୍ୟୟନ ଶୈଳୀ ଓ ପାଠପଢାରେ ଅନୁକୂଳ ପରିବେଶ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଛାତ୍ର ଛାତ୍ରୀ ଆସି ଏଠାରେ ଅଧ୍ୟୟନ କରୁଥିଲେ l ବହୁ ଛାତ୍ର ଛାତ୍ରୀ ହଷ୍ଟେଲରେ ରହୁଥିଲେ l ମହାବିଦ୍ୟାଳୟରେ ଶୃଙ୍ଖଳିତ ଓ ଉଲ୍ଲେଖନୀୟ ଅଧ୍ୟାପନା , ପରୀକ୍ଷା ପରିଚାଳନା , ପରୀକ୍ଷା ଓ ସାଂସ୍କୃତିକ ଜାଗରଣ ପ୍ରଭୃତି କ୍ଷେତ୍ରରେ ଏବେବି ମଙ୍ଗଳାମହାବିଦ୍ୟାଳୟ ତାର ପୂର୍ବ ସୁନାମ ବଜାୟ ରଖିଥିବା ବେଳେ କଲେଜ ପରିସରରେ ଥିବା ଅସୁରକ୍ଷିତ ଛାତ୍ରାବାସକୁ ଦେଖି ସ୍ଥାନୀୟ ଅଞ୍ଚଳବାସୀ , ବୁଦ୍ଧିଜୀବୀ , ଅଭିଭାବକ , ଓ କଲେଜର ଅଧ୍ୟକ୍ଷଙ୍କ ସହ କିଛି ଅଧ୍ୟାପକ ଅଧ୍ୟାପିକା ଗଭୀର ଚିନ୍ତା ପ୍ରକଟ କରିଛନ୍ତି l ଖବରରୁ ପ୍ରକାଶ କେତକୀ ଛାତ୍ରାବାସର ଆଜବେଷ୍ଟେସ ଗୃହ ରହିବା ପାଇଁ ସଂପୂର୍ଣ୍ଣ ଅନୁପଯୋଗୀ ହୋଇପଡିବାରୁ ୨0୨୧- ୨୨ ମସିହାରେ ( ବିଶ୍ୱ ) (ଵ୍ୟାଙ୍କ)ର ଅନୁଦାନ ଅର୍ଥରେ ୭ କୋଟିରୁ (ଉର୍ଦ୍ଧ୍ୱ) ଟଙ୍କା ବ୍ୟୟ ବରାଦରେ କେତକୀ ଛାତ୍ରାବାସ ପାଇଁ ୩0 ଶଯ୍ୟା ବିଶିଷ୍ଟ ୨ ମହଲା କୋଠା ଓ କଲେଜର ଆଡିମଷ୍ଟ୍ରେଟିଭି ଗୃହ ଏକ ସମୟରେ ନିର୍ମାଣ ହୋଇଥିଲା l ଏହି ୨ ଟି ପ୍ରକଳ୍ପ କାର୍ଯ୍ୟ ତତକାଳୀନ କଲେଜ ଅଧ୍ୟକ୍ଷ ଓ କଲେଜର (ବିଶ୍ୱ ) ଵ୍ୟାଙ୍କ କୋଅଡିନେଟ (ଦାୟିତ୍ୱ )ରେ ଥିବା ଜନୈକ ଅଧ୍ୟାପକଙ୍କ (ତତ୍ୱାବଧାନରେ) ନିର୍ମାଣ ହୋଇଥିଲା l ଏମିତିକି କଲେଜ ପରିସରରୁ ସେ ସମୟରେ ଲକ୍ଷ ଲକ୍ଷ ଟଙ୍କାର ମାଟି ତାଡି ଆଣି ହଷ୍ଟେଲ ଖାଲକୁ ପୋତାଯାଇଥିଲେ ମଧ୍ୟ ବାହାରୁ ମାଟି କିଣା ଯାଇଛି ବୋଲି ଲକ୍ଷ ଲକ୍ଷ ଟଙ୍କାର ବିଲ ହୋଇଥିବା ଅଭିଯୋଗ ହେଉଛି l ହଷ୍ଟେଲ କିନ୍ତୁ ଗୃହ ନିର୍ମାଣ କାର୍ଯ୍ୟରେ ନିମ୍ନ ମାନର ସାମଗ୍ରୀ ବ୍ୟବହାର ସାଙ୍ଗକୁ ବ୍ୟାପକ ସରକାରୀ ଅନୁଦାନ ଅର୍ଥ ହରିଲୁଟ କରାଯାଇଥିବାରୁ ଛାତ୍ରାବାସ ନିର୍ମାଣ କାର୍ଯ୍ୟ ୩ ବର୍ଷ ନପୂରୁଣୁ ଏବେ ପ୍ଲାଷ୍ଟରରୁ ସିମେଣ୍ଟ ଛେଲ ଛାଡୁଥିବା ବେଳେ ଛାତ୍ରାବାସର ରୋଷଘର ପାଣି ନିଷ୍କାସନ ହୋଇ ପାରୁନାହିଁ l ହଷ୍ଟେଲର ପାଇଖାନା ଓ ଗାଧୁଆ ଘରୁ ପାଣି ଗଳୁଛି l ପାଣି ଟାଙ୍କି ଓ ଅକୁଆଗାର୍ଡରେ ପୋକ ସାଲୁବାଲୁ l କାନ୍ଥରେ ଲାଗିଥିବା ଟାଇଲ ସବୁ ଆପଣା ଛାଏଁ ଛାଏଁ ଗଳି ପଡୁଥିବା ବେଳେ ଚଟାଣରୁ ଟାଇଲ ସବୁ ଉଠିଗଲାଣି l ଏମିତିକି ହଷ୍ଟେଲ ପାଇଁ କିଣାଯାଇଥିବା ଆସବାବ ପତ୍ର ଓ ଫର୍ଣ୍ଣିଚର କିଣାରେ ବ୍ୟାପକ ଅର୍ଥ ହରିଲୁଟ କରାଯାଇଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି l ସେହିଭଳି ଏହି ହଷ୍ଟେଲ ନିର୍ମାଣ ସମୟରେ କଲେଜର ନିର୍ମାଣ ହୋଇଥିବା ଆଡିମଷ୍ଟ୍ରେଟିଭି ଗୃହର ଦୁରବସ୍ଥା କହିଲେ ନସରେ l ଚଟାଣରେ ପଡ଼ିଥିବା କଡ଼ପା ସବୁ ଉଠିଗଲାଣି l ତେବେ କେତକୀ ଛାତ୍ରାବାସର ଏଭଳି ଶୋଚନୀୟ ଅବସ୍ଥା ସଂପର୍କରେ କଲେଜର ସଭାପତି ତଥା ପୁରୀ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେଜ କର୍ତ୍ତ୍ତୃପକ୍ଷ କରିବାରୁ ସେ ମହାଶୟ ନିଜେ ଛାତ୍ରାବାସ ବୁଲି ଦେଖିବା ସହ ହଷ୍ଟେଲର ପାରି( ପାର୍ଶ୍ଵିକ ) ଅବସ୍ଥାର ଭିଡିଓ କ୍ଲିପ ନେଇଥିଲେ l ଏବେ ହଷ୍ଟେଲରେ ୧0 ଜଣ ଛାତ୍ର ରହୁଥିବା କେତେକ ଅଧ୍ୟାପକ ପ୍ରକାଶ କରିଛନ୍ତି l ତେବେ ଏହି ହଷ୍ଟେଲକୁ ତୁରନ୍ତ ଅନସେଫ ଗୃହ ଘୋଷଣା କରିବାକୁ ଅଭିଭାବକ ମହଲରେ ଦୃଢ଼ ଦାବୀ ହେବା ସହ ହଷ୍ଟେଲ ଓ ଆଡିମଷ୍ଟେଟିଭି ଗୃହ ନିର୍ମାଣ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ଦାବୀ ହେଉଛି l ଏସଂକ୍ରାନ୍ତରେ କଲେଜରେ ବର୍ତ୍ତମାନ କାର୍ଯ୍ୟରତ ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରିବାରୁ ସେ ମହାଶୟ କହିଥିଲେଯେ ଉକ୍ତ ଦୁଇଟିଯାକ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ହୋଇନାହିଁ l ତେବେ ହଷ୍ଟେଲର ଦୁରବସ୍ଥା ସଂପର୍କରେ ଆମେ ଉଚ୍ଚ କର୍ତ୍ତ୍ତୃପକ୍ଷ ଓ କଲେଜ ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିଛୁ ବୋଲି ଅଧ୍ୟକ୍ଷଙ୍କ ସହ କଲେଜର କିଛି ଅଧ୍ୟାପକ ଅଧ୍ୟାପିକା ଏକ ସମୟରେ ପ୍ରକାଶ କରିଥିଲେ l
ରାଜ୍ୟ
ନିର୍ମାଣର ୩ ବର୍ଷ ନପୂରୁଣୁ ମଙ୍ଗଳା ମହାବିଦ୍ୟାଳୟ କେତକୀ ଛାତ୍ରାବାସରୁ ସିମେଣ୍ଟ ଛେଲ ଛାଡ଼ୁଛି , ଭିଜିଲାନ୍ସ ତଦନ୍ତ ଦାବୀ ,
- Hits: 14











