ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସପ୍ତମ ଜାତୀୟ ବରିଷ୍ଠ ନାଗରିକ ଖେଳ ପ୍ରତିଯୋଗିତା ହାଇଦ୍ରାବାଦର ଓସମାନିଆ ବିଶ୍ଵବିଦ୍ୟାଳୟ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି I
ଏହି ପ୍ରତିଯୋଗିତାରେ ଓଡିଶାରୁ ବାର ଜଣ ବରିଷ୍ଠ ଖେଳାଳୀ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ସହରର ଆନ୍ତର୍ଜାତିକ ମାଷ୍ଟର ଆଥଲେଟ ଶ୍ରୀ କିଶୋର ଚନ୍ଦ୍ର ରଥ ୧୦୦ ମିଟର ଦୌଡ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଓ ତ୍ରିପଲ ଜମ୍ପରେ ରୌପ୍ୟପଦକ ପାଇ ସମଗ୍ର ଗଜପତି ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି I ଏହି କୃତିତ୍ଵ ହାସଲ କରିଥିବାରୁ ଶ୍ରୀ କିଶୋର ଚନ୍ଦ୍ର ରଥଙ୍କୁ ପାରଳାର ବରିଷ୍ଠ ନାଗରିକ ମଞ୍ଚ ଓ ଅନ୍ୟ ଶୁଭେଚ୍ଛୁମାନେ ଭୂୟସୀ ପ୍ରଶଂସା କରିଛନ୍ତି।
ରାଜ୍ୟ
ସପ୍ତମ ଜାତୀୟ ବରିଷ୍ଠ ନାଗରିକ ଖେଳ ପ୍ରତିଯୋଗିତାରେ ପାରଳାର କିଶୋର ରଥଙ୍କ ରୌପ୍ଯ ଓ ବ୍ରୋଞ୍ଜ ପଦକ ହାସଲ
- Hits: 9











