ହେଡଲାଇନସ୍:

ପାନ ଦୋକାନରେ ଅଗ୍ନିକାଣ୍ଡ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )--ବେଲଗୁଣ୍ଠା ଥାନା ଅନ୍ତର୍ଗତ ପାଟୁଳୀ ସାହି ଛକ ନିକଟସ୍ଥ ହନୁମାନ ମନ୍ଦିର ନିକଟରେ ଏକ ପାନ ଦୋକାନରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି ।ପାଟୁଳି ସାହିର ସୁରେନ୍ଦ୍ର ବେହେରା ପ୍ରତିଦିନ ପରି ନିଜ ପାନ ଦୋକାନ ରାତି ୯ଟା ରେ ବନ୍ଦ କରି ଘରକୁ ଯାଇଥିଲେ ।ସକାଳୁ ଆସି ଦେଖିଲା ପରେ ପାନ ଦୋକାନରେ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ପାଇଥିଲେ । ଏଥିରେ ପାନ ଦୋକାନରେ ଥିବା ସମସ୍ତ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଛି ।ସେ ଜଣେ ଗରିବ ଶ୍ରେଣୀର ହୋଇଥିବା ବେଳେ ସରକାରୀ ସହଯୋଗ ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

0
0
0
s2sdefault