ହେଡଲାଇନସ୍:

ମଡେଲ ଡିଗ୍ରୀ କଲେଜ ଅବ୍ଯବସ୍ଥାରେ ଚାଲିଛି।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋଲନେରା ବ୍ଲକ ରୁ (ଦେବୀପ୍ରସାଦ ମହାନ୍ତି ଙ୍କ ରିପୋର୍ଟ) : ଅମଲାଭଟା ଛକ ସ୍ଥିତ ମଡେଲ ଡିଗ୍ରୀ କଲେଜ୍ ରେ ଅବ୍ଯବସ୍ଥା, ଉଚ୍ଚଶିକ୍ଷା ବିଭାଗର ଦୃଷ୍ଠିପଡୁ ନଚେତ୍ ଖୋଳହୋଇଯିବ ଶିକ୍ଷାନୁଷ୍ଠାନର କେତେକ ଅଂଶ, 6 କୁ 9 ରେ ଚାଲିଛି ଅନୁଦାନର ଖର୍ଚ୍ଚ, ଦୁର୍ନୀତି ଓ କଲେଜ ପ୍ରଶାସକର ମନମାର୍ଜିର ସୀମା ଟପିଜିବ ! ତାପରେ ଖଲତାଡ କରିବାକୁ ଲାଗିବ ବିଭାଗ ଓ ଭିଜିଲାନ୍ | କନିଷ୍ଠ କିରାଣୀରୁ ଅବସରନେବା ପରେ ମଡେଲ ଡିଗ୍ରୀ କଲେଜରେ କାର୍ଯ୍ଯରତ ବି ଚିରଞ୍ଜିବି ରାଓଙ୍କ ବୟଷ କେତେ ସରକାରୀ କର୍ମଚାରୀଙ୍କ ପାଇଁ ବୟଷସୀମା ନାହିଁକି, ଯଦି ଅଛି କେଉଁ ନିୟମବଳରେ ତାଙ୍କୁ ଥଇଥାନ କରାଯାଇଛି ଓ କେଉଁ ପଦବୀରେ ଅବସ୍ଥାପିତ କରିଛନ୍ତି ଏବଂ କେଉଁ ବିଭାଗରେ କାର୍ଯ୍ଯରତ, କେବେ ସରିବ ତାଙ୍କ କାର୍ଯ୍ଯକାଳ, 70 ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ଯକ୍ତିଙ୍କୁ କେଉଁ ଉଦ୍ଧେଶ୍ଯରେ କାର୍ଯ୍ଯରେ ରଖିଛନ୍ତି ମଡେଲଡିଗ୍ରୀ କଲେଜର କତୃପକ୍ଷ ବୋଲି ପ୍ରଶ୍ନ ହେଉଛି | ମଡେଲ ଡିଗ୍ରୀ କଲେଜର ଅଡିଟ୍ ହୋଇପାରୁନଥିବା ମଧ୍ଯ ଅଭିଯୋଗ ହେଉଛି, ଯାହାଫଳରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି କରିବାରେ ପଛାଉନାହାନ୍ତି କିଛିକର୍ମଚାରୀ, ଜୁଟିଯାଇଛନ୍ତି ଫାଲସ୍ ବିଲ ଓ 6 କୁ 9 ରେ ପରିଣତ କରି ଅନୁଦାନ ଅର୍ଥ ଆତ୍ମଷାତ କରିବା କାର୍ଯ୍ଯରେ, ଏଭଳି କରୁଥିବା ମଧ୍ଯ ଅଭିଯୋଗ ହେଉଛି | ତତ୍ କାଳିନ ଅଧ୍ଯକ୍ଷକଙ୍କ ସମୟରେ 55 ଲକ୍ଷରୁ ଅଧିକ ଟଙ୍କାର ଦୁର୍ନୀତିର ଗନ୍ଧବାସୁଛି | ଏହାରି କାଗଜପତ୍ର କରିବାରେ ଜୁଟିଛନ୍ତି ବର୍ତ୍ତମାନର କଲେଜ ମୁଖିଆ ସମେତ ଅନ୍ଯକର୍ମଚାରୀ ବୋଲି ସୂଚନା ମିଳିଛି | କାରଣ 5 ଟି ସମୟରେ ଯେଉଁ ଅନୁଦାନ କଲେଜକୁ ଆସିଥିଲା ସେହି ଅନୁଦାନର ଖର୍ଚ୍ଚ ସରକାରୀ ନିୟମ ବା ଗାଇଡ୍ଲାଇନ୍ ପ୍ରକାରେ ହୋଇନଥିବାର ଜାଣିବାକୁ ପାଇଥିଲେ ସରକାରୀକଳ ଏବଂ ଅଡିଟ୍ କରିବାକୁ ନିର୍ଦ୍ଧେଶ ଦେବାପରେ ଅଡିଟ୍ କରିବାକୁ ଆସିଥିବା ସ୍ବତନ୍ତ୍ର ଅଡିଟର ମାନେ ତାହା ଜାଣିବାକୁ ପାଇଥିଲେ | ନିଜସ୍ବାର୍ତକୁ ଦୃଷ୍ଠିରେ ରଖି ସରକାରୀ ଗାଇଡଲାଇନକୁ ଫୋଲ ନକରିବା କିମ୍ବା ଉଲଂଘନ କରିଥିବାରୁ ଅଡିଟ୍ କାର୍ଯ୍ଯରେ ବାଧାପାଇଥିଲା ତାହା ସମ୍ପୁର୍ଣ୍ଣ ହୋଇନଥିବା ମଧ୍ଯ କୁହାଯାଉଛି | ଉକ୍ତ ଅନୁଦାନର ବିଲଭାଉଚର ଯଥା ଆବଶ୍ଯକ କାଜଗପତ୍ର ଦାଖଲ କରିବାକୁ ଅଡିଟର ଦାବୀ କରିଛନ୍ତି ବୋଲି ନିଜନାମକୁ ଗୋପନରଖି କାର୍ଯ୍ଯରତ କର୍ମଚାରୀ ସୂଚନା ଦେଇଛନ୍ତି |
2017 ରୁ 2022 ମଧ୍ଯରେ କଲେଜର ସାମଗ୍ରୀ କିଣା ଓ ଅନ୍ଯାନ୍ଯ ବାବଦକୁ ଆସିଥିବା ପ୍ରାୟ 75 ଲକ୍ଷରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଥବା ମଧ୍ଯ ଅଭିଯୋଗ ହେଉଛି | ଉକ୍ତ ଆର୍ଥିକ ବର୍ଷର ଅଡିଟ୍ କରାଗଲେ ପ୍ରକୃତ କଥା ପଦାକୁ ଆସିବ ବୋଲି କର୍ମଚାରୀ ଓ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି |
ଆଉ ଏକ ଗୁରିତ୍ବପୂର୍ଣ୍ଣ ତଥ୍ଯ ବା ଖବର ପଦାକୁ ଆସୁଛି 2025 ମସିହାରେ ହୋଇଥିବା ଗେଷ୍ଟ ଫେକୁଲଟି ନିଯୁକ୍ତିରେ ମଧ୍ଯ ଜାଲିଆତି ହୋଇଥିବା ଅଭିଯୋଗ ହେଉଛି | ଅଭିଯୋଗ ପ୍ରକାରେ ଆମର ହସ୍ତଗତ ହୋଇଥିବା କେତେକ କାଗଜପତ୍ରର ତଥ୍ଯରୁ ଜଣାପଡିଛି ଯେ, ମଡେଲ ଡିଗ୍ରୀ କଲେଜ୍ ରେ ଖାଲିପଡିଥିବା ବିଭିନ୍ନ ବିଭାଗ ପ୍ରାୟ 16 ଗୋଟି ପଦବୀ ପୁରଣ ନିମନ୍ତେ ମଡେଲ ଡିଗ୍ରୀ କଲେଜ, ରାୟଗଡର ପ୍ରିନସିପାଲଙ୍କ କାର୍ଯ୍ଯାଳୟ ପତ୍ର ସଂଖ୍ଯା 490 ବାଇ ଏମଡିସି - ଆର୍, ତାରିଖ 29 ମଇ 2025ରେ ଏକ ଓ୍ବାକ୍ ଇନ୍ ଇଣ୍ଟରଭ୍ଯୁ ଡକାଯାଇଥିଲା | ସେଠାରେ ଉଲ୍ଲେଖଥିଲା ଯେ 55 ଶତକଡା ମାର୍କରଖିଥିବା ଯୁବକ ହୁଅନ୍ତୁ ଅବା ଯୁବତୀ ହୁଅନ୍ତୁ ଆବେଦନ କରିପାରିବେ ବୋଲି ଉଲ୍ଲେଖ କରି 19 06 2025 ରୁ 21.06.2025 ମଧ୍ଯରେ ଆବେଦନ କାରିଙ୍କୁ ଓ୍ବାକ୍ ଇନ୍ ଇଣ୍ଟରଭ୍ଯୁକୁ ଡକାଗଲା | କେଉଁ କେଉଁ ବିଷୟ ପାଇଁ ଗେଷ୍ଟ ଫେକୁଲଟି ରଖିବେ ସେଗୁଡିକ ହେଲା | ଆନ୍ଥ୍ରୋପଲୋଜୀ, ଶୋସିଓଲୋଜୀ, ଫିଜିକ୍ସ୍, କମ୍ପୁଟର ସାଇନସ୍, କମର୍ସ, ବିବିଏ ପିପିଟି ମୋଡ୍, ପଲିଟିକାଲ ସାଇନ୍ସ, ଇକୋନ୍ଲୋମିକ୍, ବୋଟନୀ, କେମିଷ୍ଟ୍ରୀ, ମେଥ୍ ମେଟିକ୍, ଯୋଲଜୀ, ଓଡିଆ, ଇଂରାଜୀ, ଏଜୁକେଶନ୍, ଏମ୍ଏସ୍ ଡବ୍ଲୁ(ପିପିପି ମୋଡ୍)ରେ ଇତ୍ଯାଦି ବିଷୟ ପାଇଁ ପ୍ରାର୍ଥୀମାନଙ୍କ ଇଣ୍ଟରଭ୍ଯୁ କରାଯାଇଥିଲା | ଏଥି ସହ ଆନ୍ଥ୍ରୋପୋଲୋଜୀ ବିଭାଗ ପାଇଁ ମଧ୍ଯ ଇମ୍ଟରଭ୍ଯୁ ଦେଇଥିବା ପ୍ରାର୍ଥୀମାନଙ୍କ ମଧ୍ଯରୁ ସାତଜଣଙ୍କ ନାମରେ 2025-26 ଆର୍ଥିକ ବର୍ଷର ଏକ ମେରିଟ୍ ଲିଷ୍ଟ କରାଗଲା | ସେହି ଲିଷ୍ଟରେ ପ୍ରଥମରେ ରହିଥିଲେ ବିଶ୍ବଜିତ ରଥ, ଦ୍ବିତୀୟରେ ପାୟଲ ପ୍ରିତୀ ପୁସ୍ପା, ତୃତୀୟ ଅଭିନନ୍ଦନ ଆର୍ଯ୍ଯ, 4ର୍ଥରେ ମନାଲିଶା ସିଂ. ରିମାସିନୀ ମହାନନ୍ଦିଆ, ଶୁଭଶ୍ରୀ ବେହେରା ଏବଂ ଆଦେଶ ପୁଲାକା ଏମାନଙ୍କ ମଧ୍ଯରୁ ପ୍ରଥମ ଏବଂ ଦ୍ବିତୀୟ ପ୍ରାର୍ଥୀ ନିଯୁକ୍ତି ପାଇଛନ୍ତି | ଏଠାରେ ସୂଚାଇଦେବାକୁ ଚାହୁଁଛୁ ଏହି ମେରିଟ ଲିଷ୍ଟରେ ରୀସିତା ମହାପାତ୍ରଙ୍କ ନାମ ନଥିଲା | କିନ୍ତୁ କଲେଜରେ ଥିବା 3ଟି ଆନ୍ଥ୍ରୋପୋଲୋଜି ପଦବୀ ପାଇଁ ତିନୋଟି ପ୍ରାର୍ଥୀଙ୍କ ଆବଶ୍ଯକତା ଥିଲା ଯାହା ପ୍ରିନସ୍ପାଲ ନିଜେ ଆନ୍ଥ୍ରୋପୋଲୋଜୀ ପଢାଉଥିବାରୁ ପ୍ରଥମ ଏବଂ ଦ୍ବିତୀୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଗଲା | ଆନ୍ଥ୍ରୋପୋଲୋଜୀର ଶିକ୍ଷୟିତ୍ରୀ ବର୍ତ୍ତମାନର ଅଧ୍ଯକ୍ଷା ବା ପ୍ରିନ୍ସପାଲ ହେବାପରେ ଆଉ ଆନ୍ଥ୍ରୋପୋଲୋଜୀ ବିଷୟ ପଢାଇବେ ନାହିଁ, ଏଣୁ ଆଉଜଣେ ଆନ୍ଥ୍ରୋପୋଲିଜୀ ଗେଷ୍ଟ ଫେକୁଲଟି ଦରକାର ବା ଆବଶ୍ଯକତା ପଡିବାର ଦର୍ଶାଇ ପୁଣି ଏକ ନିଯୁକ୍ତି ବିଜ୍ଞାପନ ବାହାର କଲେ ଯାହା କଲେଜର ପତ୍ର ବା ଚିଠି ସଂଖ୍ଯା 957 ବାଇ ଏମଡିସି- ଆର, ତାରିଖ 15.10.2025 | ଆବଶ୍ଯକ ଥିବା ତୃତୀୟ ପୋଷ୍ଟ ପାଇଁ ଚିଠି ସଂଖ୍ଯା 490 ପ୍ରକାରେ ହୋଇଥିବା ମେରିଟ୍ ଲିଷ୍ଟର ତୃତୀୟ ନମ୍ବରର ଓ୍ବେଇଟିଂରେ ଥିବା ପ୍ରାର୍ଥୀଙ୍କୁ ଠିକାଭିତିକ ନିଯୁକ୍ତ ଦେବା କଥା କିନ୍ତୁ ତାଙ୍କୁ ନଦେଇ ଦ୍ବିତୀୟ ନୋଟିଫିକେସନ୍ ବା ବିଜ୍ଞାପନ ପ୍ରକାଶ କରିବାର ଆବଶ୍ଯକଥା କଣ ରହିଥିଲା | କୁହାଯାଉଛି ନିଜ ଭଉଣୀ ରୀସିତା ମହାପାତ୍ରଙ୍କୁ ନିଯୁକ୍ତି ଦେବାପାଇଁ ମାଡାମ୍ ଏକ ଚକ୍ରାନ୍ତ କରି ପ୍ରଥମ ମେରିଟ ଲିଷ୍ଟରେ ରିସିତା ମହାପାତ୍ର ସାମିଲ ହୋଇ ନପାରିବାରୁ ଅଧ୍ଯକ୍ଷାଙ୍କୁ ଦରକାର ପଡିଲା ଦ୍ବିତୀୟ ବିଜ୍ଞାପନ ଓ ଦ୍ବିତୀୟ ମେରିଟ ଲିଷ୍ଟ୍ | ଆନ୍ଥ୍ରୋପୋଲୋଜି ଯେଉଁ ପଦବୀ ନିଜେ ଛାଡିଛନ୍ତି ସେହି ପଦବୀରେ ନିଜ ଭଉଣୀଙ୍କୁ ନିଯୁକ୍ତି ଦେବାପାଇଁ ଦ୍ବିତୀୟ ବିଜ୍ଞାପନ ଜାରିକରି ତାଙ୍କ ଭଉଣୀ ରୀସିତା ମୋହାପାତ୍ରଙ୍କୁ ଦ୍ବିତୀୟ ମେରିଟ୍ ଲିଷ୍ଟର ପ୍ରଥମରେ ରଖି ଆନ୍ଥ୍ରୋପୋଲିଜୀ ବିଭାଗରେ ନିଯୁକ୍ତି ଦେଇଛନ୍ତି | ଆଶ୍ଚର୍ଯ୍ଯର କଥା ପ୍ରଥମ ମେରିଟ ଲିଷ୍ଟର ପ୍ରାର୍ଥିଙ୍କୁ ନିଯୁକ୍ତି ନଦେଇ ଦ୍ବିତୀୟ ଥର ଇଣ୍ଟରଭ୍ଯୁ ପାଇଁ କଲକରି ତାଙ୍କ ଭଉଣୀଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ ହେଉଛି | କୁହାଯାଉଛି ରୀସିତା ଇଣ୍ଟରଭ୍ଯୁ ଦେବାକୁ ମଧ୍ଯ ଆସିନଥିବା ଅଭିଯୋଗ ହେଉଛି, ତାହା କେତେ ଦୂର ସତ କଲେଜର ଲାଗିଥିବା ସିସିଟିଭି ଫୁଟେଜ ଦେଖିଲେ ବେସ୍ ଜଣାପଡିବ ! ପୁଣି ମଧ୍ଯ ଖବର ରହିଛି ତଥ୍ଯ ଲୁଚାଇବା ଉଦ୍ଧେଶ୍ଯରେ ସିସିଟିଭିକୁ ମଧ୍ଯ ଅକାମୀ କରାଯାଇଥିଲା | ଏଜୁକେସନର ଫେକଲଟି କୌଣସି କାରଣ ଯୋଗୁଁ ପଦଛାଡିବାରୁ ତାଙ୍କ ସ୍ଥାନରେ ସେହି ବିଭାଗର ମେରିଟ୍ ଲିଷ୍ଟର ଅନ୍ଯଜଣଙ୍କୁ ନିଯୁକ୍ତି ଦିଆଯାଇପାରିଲା କିନ୍ତୁ ନିଜ ଭଉଣୀଙ୍କୁ ନିଯୁକ୍ତି ଦେବା ପାଇଁ ଦ୍ବିତୀୟ ବିଜ୍ଞାପନ ବାହାର କରି ମେରିଟ ଲିଷ୍ଟର ପ୍ରଥମରେ ରଖି ନିଯୁକ୍ତି ଦେଇଥିବା ଅଭିଯୋଗ ହେଉଛି, ଏହାର ତଦନ୍ତ କରାଯାଉ | ଏଭଳିକି ବିଭାଗୀୟ ଅଧିକାରୀ ମାନେ ଛାତ୍ରଛାତ୍ରୀଙ୍କ ଠାରୁ ଅର୍ଥ ଆଦାୟ କରିବା ଏବଂ ତାଙ୍କ ଉପରେ ଅନ୍ଯାୟ, ଅତ୍ଯାଚାର ଭଳି କାର୍ଯ୍ଯକ୍ରମ କରିଥିବାରୁ ଗତ ସପ୍ତାହରେ କଲେଜର ଛାତ୍ରଛାତ୍ରୀଙ୍କ ମଧ୍ଯରେ ଆନ୍ଦୋଳନର ମୁଣ୍ଡ ଟେକିଥିଲା | ଉଚ୍ଛ ଶିକ୍ଷା ବିଭାଗର କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଠି ଦେଇ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ବିହୀତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି |

0
0
0
s2sdefault