ଭୁବନେଶ୍ୱର, ୫/୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲଚରାଲ ସାଇନସେସ୍ (ଆଇଏଏସ୍)ର ସାମାଜିକ ଓ ସାଂସ୍କୃ୍ତିକ ଶାଖା କ୍ରିଆଟିଭୋ ପକ୍ଷରୁ ଗୁରୁବାର ଦିନ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡିଶାର ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଗଣିତ ବିଭାଗର ପ୍ରଫେସର ଡ. ଅନସୂୟା ନାଥଙ୍କର ‘ମାର୍ଗଶିରର ମହକ ସମ୍ମାନ’ ରେ ସମ୍ମାନିତ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଡ. ନାଥଙ୍କର କିଛି ପ୍ରସିଦ୍ଧ ଭଜନ ‘ଧନ ମାଳିରେ ସୁନା ଥାଳିରେ ତତେ ଗେଲ କରିବାକୁ ମନ’... ‘ଆଲୋ ରାଇ ରାଇ ... ଢିଙ୍କି ଦେ ଦୁଲୁକେଇ ଲୋ’ ଇତ୍ୟାଦିରେ ଗୁଞ୍ଜରି ଉଠିଥିଲା ।
କ୍ରିଆଟିଭୋ ପକ୍ଷରୁ ଆୟୋଜିତ ମାର୍ଗଶିରର ମହକ କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣରେ ତାଙ୍କୁ ରୌପ୍ୟ ଫଳକ, ମାନପତ୍ର ତଥା ଉପଢୌକନ ପ୍ରଦାନ କରାଯାଇଥିଲା ।
ଏହି ଭବ୍ୟ ଉତ୍ସବରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଯୋଗ ଦେଇ ଏପରି ଅଭିନବ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଓଡିଆ ସଂସ୍କୃ୍ତି ଆଧାରିତ ପର୍ବପର୍ବାଣୀ ପାଳନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
କ୍ରିଆଟିଭୋର ଆବାହକ ଡ. ଭୁବନାନନ୍ଦ ଅଧିକାରୀଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ସୋଆ ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଭେଟେରିନାରୀ ସାଇନସେସ୍ ଆଣ୍ଡ ଆନିମଲ ହଜବ୍ୟାଣ୍ଡେରୀ (ଆଭିଏସ୍ଏଏଚ) ର ଡିନ୍ ପ୍ରଫେସର ସୁଶାନ୍ତ ଦାସ ଓ ପ୍ରଫେସର ସରୋଜ କୁମାର ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ଅବସରରେ ଡ. ଦୀପାଲି ଦାଶ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଲୋପାମୁଦ୍ରା ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ । ଶ୍ରୀ ମାନସ ଦାସ, ଶ୍ରୀ ବିଶ୍ୱଜିତ୍ ମିଶ୍ର, ଡ. ରାଜୀବ କୁମାର ବେହେରା, ଡ. ରାକେଶ ଶତପଥୀ ଉତ୍ସବ ପରିଚାଳନା କରିଥିଲା ବେଳେ ଡ. ବିଷ୍ଣୁପ୍ରିୟା ପାତ୍ର, ଡ. ରାମକୃଷ୍ଣ ବସ୍ତିଆ, ଡ. ସୁବ୍ରତ ସେନାପତି ଓ ଡ. ବିଦ୍ୱାନ ରଂଜନ ସାହୁ ପ୍ରତିଯୋଗିତା ପରିଚାଳନା କରିଥିଲେ ।
ଉତ୍ସବରେ ପୂର୍ବ ଆୟୋଜିତ ସାଧାରଣ ଜ୍ଞାନ ଓ ଝୋଟି ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ସବୁ ବିଭାଗର ବିଭାଗୀୟ ମୁଖ୍ୟ, ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।
ରାଜ୍ୟ
ବିଶିଷ୍ଟ କଣ୍ଠଶିଳ୍ପୀ ଡ.ଅନସୂୟା ନାଥଙ୍କୁ ‘ମାର୍ଗଶିରର ମହକ ସମ୍ମାନ ୨୦୨୫’ ପ୍ରଦାନ
- Hits: 4











