ଭୁବନେଶ୍ୱର : ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଙ୍ଘ ତରଫରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ବିଶ୍ୱେଶ୍ୱର ଟୁଡୁଙ୍କ ସହାୟତାରେ ଗତ ୨୦.୯.୨୦୨୫ ରିଖ ଶନିବାର ଅପରାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ରାଜ୍ୟ BJP ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲଙ୍କୁ ସାକ୍ଷାତ କରି ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟାମାନ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ୪୨୦୦ଗ୍ରେଡ଼ପେ ବୃଦ୍ଧି, 6ବର୍ଷ ଠିକା କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରି 6 ଟି ନୋସନାଲ ଇନ୍କ୍ରିମେଣ୍ଟ ପ୍ରଦାନ ଦାବୀ ବିଷୟରେ ସବିଶେଷ ଆଲୋଚନା କରାଯାଇଛି । ଖୁବ ଶୀଘ୍ର ଦାବୀ ପୂରଣ କରିବେ ବୋଲି ଉଭୟେ ପ୍ରକାଶ କରିଛନ୍ତି । ଉକ୍ତ ସାକ୍ଷାତକାରରେ ଶିକ୍ଷକ ମହାସଂଘର ଆବାହକ ମଣ୍ଡଳୀ ଯଥା ସୁଶାନ୍ତ ବେହେରା, ସିଦ୍ଧେଶ୍ୱର ମିଶ୍ର, ଉତ୍ତମ କୁମାର ଦାସ, ଅଜୟ କୁମାର ଧଳ ସୁବ୍ରତ କୁମାର ଧଳ, ପ୍ରବୀଣ କୁମାର ଦାସ ଅଂଶ ଗ୍ରହଣ କରିଥିଲେ ।
ରାଜ୍ୟ
ମନମୋହନ ସାମଲଙ୍କୁ ଭେଟିଲା ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଙ୍ଘ
- Hits: 10