ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ସ୍ନାତକ ମହାବିଦ୍ୟାଳୟ ଦ୍ବାରା ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସ୍ଥାନ ଯଥା :- ମହାବିଦ୍ୟାଳୟ ପରିସର , ନୂତନ ମହାବିଦ୍ୟାଳୟ ପରିସର , ସଂଖ୍ୟାଲଘୁ ଛାତ୍ରୀ ନିବାସ ପରିସରରେ ସର୍ବମୋଟ ୩୭୦ ଗୋଟି ବୃକ୍ଷ ରୋପଣ କରାଯାଇଛି ।
ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ରୀନା ସାହୁଙ୍କ ତତ୍ତ୍ବାବଧାନରେ ସମସ୍ତ ଏନ୍.ଏସ୍.ଏସ୍. ସ୍ବେଚ୍ଛାସେବୀ , ରେଡକ୍ରସ୍ ସ୍ବେଚ୍ଛାସେବୀ , ସମସ୍ତ ଛାତ୍ରୀ , ଅଧ୍ୟାପିକା , ଅଧ୍ୟାପକ ଏବଂ ଅନ୍ୟ ସମସ୍ତ କର୍ମଚାରୀ ବୃନ୍ଦ ବିପୁଳ ମାତ୍ରାରେ ସହଯୋଗ କରି ଏହି କାର୍ଯ୍ୟକ୍ରମଟିକୁ ସଫଳ କରିଛନ୍ତି।
ରାଜ୍ୟ
ମହିଳା ସ୍ନାତକ ମହାବିଦ୍ୟାଳୟର ବୃକ୍ଷ ରୋପଣ କାର୍ଯ୍ୟକ୍ରମ
- Hits: 12