ହେଡଲାଇନସ୍:

କୁତ୍ରା ବିଇଓଙ୍କ ଅଜବ ନିତୀ, ଝିଣ୍ଟିକା ମାରି ବଢ଼ି ପୋଷୁଛନ୍ତି !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜଗାଙ୍ଗପୁର(ବିଷ୍ଣୁ ଭୋମିକ) ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଗୋଷ୍ଠୀ ଶି କ୍ଷା ଅଧିକାରୀଙ୍କ ଅଜବନିତୀ ଦେଖ୍ ବାକୁ ମିଳିଛି ।ସେ ଝିଣ୍ଟିକା ମାରି ବଣି ପୋଷିବା ନିତୀ ରେ ଗତ ୧୧/୦୯/୦୨୫ ଦିନ ୩.୪୦ରେ ଏକ ମଫସଲ ଗାଆଁ ରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ବାଇଲମାକୁ ପରିଦର୍ଶନରେ ଯାଇଥିଲେ। ସେ ସମୟରେ ବିଦ୍ୟାଳୟ ରେ ଅବସ୍ଥାପିତ ଥିବା ତିନିଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଥିଲେ । ଠିକ୍ ଏହି

ସମୟରେ କୁତ୍ରା ବିଇଓ ଅନନ୍ତ କୁମାର ନାୟକ ଏବଂ ସିଆର ସିସି ? ରାଜେଶ୍ ବେହେରା ବିଦ୍ୟାଳୟରେ ପହଂଚି ଛାତ୍ର ଛାତ୍ରୀ ଙ୍କୁ କୋ ?ଣସି ପ୍ରଶ୍ନ ନ ପଚାରି ହଠାତ୍ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଶବ୍ଦ ଏବଂ ଅର୍ଥ ଲେଖୁବାକୁ କହିବା ସହିତ ଶୁତଲିଖନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଡାକିଥିଲେ |ତା’ପରେ ର ଫଳା କେତୋଟି ฃลิ ବୋଲି ? ପଚାରିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ ଶୁତଲିଖନ ଲେଖ୍ ର ଫଳା ବିଷୟରେ ଉତ୍ତର ଦେଇଥିଲେ । ଏଥିରେ ବିଇଓ

ଉତ୍ କ୍ଷିପ୍ତ ହୋଇ ତମର ଦରମା ବନ୍ଦ୍ କରିଦେବି ତମେ କେତେ ଦରମା ପାଉଛ ଏମିତି ଅନେକ ଭର୍ସନା କରି କହିଥିଲେ । ଯାହାଫଳରେ ସମ୍ପୃକ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ଏହି ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପଢୁଥିବା ବେଳେ ମାତ୍ର ତିନିଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି। ବିଜ୍ଞାନ ଏବଂ ଗଣିତ ଶିକ୍ଷକ ନଥିବାରୁ କଷ୍ଟେମଷ୍ଟେ ଏହି ତିନିଜଣ ଶିକ୍ଷକ

ଶିକ୍ଷୟିତ୍ରୀ ପାଠପଢାଉ ଛନ୍ତି । ଏଠାରେ ଅବସ୍ଥାପିତ ଥିବା ଗଣିତ ଏବଂ ବିଜ୍ଞାନ ଶିକ୍ଷକ ଙ୍କୁ ବିଇଓ ମହାଶୟ ନେଇ ସିଆରସିସି ଦାଇତ୍ଵ ରେ ନିୟୋଜିତ କରିଛନ୍ତି । ୧ମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଙ୍କୁ ପାଠ ପଢାଉ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଧର୍ଯ୍ୟ ସହକାରେ ପାଠପଢ଼ାଇବାକୁ ଆଶ୍ଵାସନା ଦେବା ବଦଳରେ ସେମାନଙ୍କୁ ମାନସିକ ଆଘାତ ଦେବା ସହିତ ଦରମା ବନ୍ଦ୍ କରିଦେବାକୁ ଧମକ ଦେଉଛନ୍ତି। ଅନ୍ୟପକ୍ଷରେ

୧ମ ରୁ ଦଶମ ଶ୍ରେଣୀ ଥିବା ବିଦ୍ୟାଳୟ ଯେଉଁ ଠାରେ ଶିକ୍ଷକ ଶିକ୍ଷୟିତ୍ରୀ ପୁରି ରହିଛନ୍ତି ସେହି ସ୍କୁଲକୁ ଯାଇ ବିଇଓ ଏମିତି ପ୍ରଶ୍ନ ପଚାରିଲେ ବିଇଓଙ୍କ ପାରିବା ପଣିଆ ଜଣାପଡନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ବିଇଓ ଏପରି ଆଚରଣ କୁ ଶିକ୍ଷକ ଶିକ୍ଷୟିତ୍ରୀ ମହଳରେ ନିନ୍ଦା କରାଯାଇଛି । ବିଇଓ ଏପରି ଆଚରଣ ପୁନର୍ବାର କଲେ ଶିକ୍ଷୟତ୍ରୀ ମାନେ ମହିଳା ସହାୟତା କେନ୍ଦ୍ରର ସହାୟତା ନେବାକୁ ଚେତାବନୀ ଦେଇଛନ୍ତି।

0
0
0
s2sdefault