ହେଡଲାଇନସ୍:

ହିନ୍ଦୀ ପକ୍ଷ ଦିବସ ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା - ତା:- ୧୭/୦୯/୨୦୨୫ ରିଖ ଓଡିଶା ରାଷ୍ଟ୍ରଭାଷା ପ୍ରଚାର ସମିତି, ମୟୁରଭଞ୍ଜ ଶାଖା ଆନୁକୂଲ୍ୟରେ ଆୟୋଜନ ହିନ୍ଦୀ ପକ୍ଷ ଦିବସର ଉଦଜାପନୀ ଉତ୍ସବ ଶ୍ରୀମା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି I ଶ୍ରୀମା ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷା କଳ୍ପନା ଷଡଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟସଭା ସାଂସଦ ମୂଖ୍ୟ ଅତିଥି ଭାବେ ଯୋଗଦେଇ ହିନ୍ଦୀ ଭାଷାର ପ୍ରସାର ଦିଗରେ ଆଲୋକପାତ କରିଥିଲେ I ଶ୍ରୀମା ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ଡ଼: ଶ୍ୟାମସୁନ୍ଦର ଦାସ ମୁଖ୍ୟ ବ୍ୟକ୍ତା ଭାବେ ଯୋଗଦେଇ ହିନ୍ଦୀ ଭାଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ I ଶ୍ରୀମା ମହାବିଦ୍ୟାଳୟର ଅଧକ୍ଷା ମିନାକ୍ଷୀ ମହାନ୍ତ ସମ୍ମାନୀୟା ଅତିଥି ଭାବରେ ଯୋଗ ଦେଇ ହିନ୍ଦୀ ଭାଷାର ଗୁରୁତ୍ୱ ବୁଝେଇଥିଲେ I ଶିକ୍ଷକ ନେତା ଶମ୍ଭୁନାଥ ପାଣି ସମ୍ମାନିତ ଅତିଥି ଭାବେ ଯୋଗଦେଇ ହିନ୍ଦୀ ଭାଷାର ଅବହେଳା ଓ ଉପଯୋଗ ଉପରେ ଆଲୋଚନା କରିଥିଲେ I ଦୀର୍ଘବର୍ଷ ଧରି ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ନିମନ୍ତେ ଅହରହ ସଂଗ୍ରାମ ଜାରି ରଖିଥିବା ତଥା ସମିତିର ସମ୍ପାଦିକା ପ୍ରଭାତ ମଞ୍ଜରୀ ଦାସଶର୍ମା ଭାଷା କେବଳ କଥା ନୁହେଁ ବରଂ ଏହା ସମସ୍ତଙ୍କୁ ଗୋଟିଏ ସୂତାରେ ବାନ୍ଧି ରଖିବାର ମାଧ୍ୟମ ବୋଲିକହିଥିଲେ I ଶେଷରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା I ଶୀତଳ ସାଧନା ଓ ଅନ୍ୟମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ଯୋଗେନ୍ଦ୍ର ନାଥ ସତପଥୀ ଧନ୍ୟବାଦ ଅର୍ପଣ କରିଥିଲେ I ପାର୍ବତୀ ବାରିକ ମଞ୍ଚ ପରିଚାଳନା କରିଥିଲେ I

0
0
0
s2sdefault